PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଭାରତୀୟ ଦଳର ଏହି ଖେଳାଳିଙ୍କ ସନ୍ୟାସ ନେବା ସମ୍ପର୍କରେ ଜାଭେଦ ଅଖତର କଲେ ଏଭଳି ଟ୍ବିଟ୍

ନୂଆଦିଲ୍ଲୀ,୧୪।୭: ବିଶ୍ବକପ ସେମିଫାଇନାଲରେ ଭାରତ ନ୍ୟୁଜିଲାଣ୍ଡ ଠାରୁ ମାତ୍ର ୧୮ ରନରେ ପରାଜିତ ହୋଇଥିଲା। ଏହା ସହ ଭାରତ ତୃତୀୟ ଥର ପାଇଁ ବିଶ୍ବକପ ଜିତିବାର ସ୍ବପ୍ନ ଭାଙ୍ଗିଯାଇଥିଲା। ବିଶ୍ବକପ ସମୟରେ ଟିମ ଇଣ୍ଡିଆ ଖୁବ୍ ଭଳ ଖେଳ ପ୍ରଦର୍ଶନ କରିଥିଲା। ଏହା ସହିତ ଖବର ଆସିଥିଲା  ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ସନ୍ୟାସ ନେଇ ପାରନ୍ତି। ଏବେ ଧୋନିଙ୍କ ସନ୍ୟାସକୁ ନେଇ ବିଶିଷ୍ଟ ଲେଖକ ଜାଭେଦ ଅଖତର ବଡ ଧରଣର ମନ୍ତବ୍ୟ ଦେଇଛନ୍ତି।

ଜାଭେଦ ନିଜର ଟ୍ବିଟର ହ୍ୟାଣ୍ଡେଲରେ ଧୋନିଙ୍କୁ ନେଇ ଲେଖିଛନ୍ତି, ମିଡିଲ ଅର୍ଡର ବ୍ୟାଟସମ୍ୟାନ ଓ ଓ୍ବିକେଟକିପର ରୂପରେ ଧୋନି ସମ୍ପୂର୍ଣ୍ଣ ଭାବରେ ବିଶ୍ବସ୍ତ ଏବଂ ଦାୟିତ୍ବବାନ। ବିରାଟ ମଧ୍ୟ ଏହି କଥାକୁ ଖୁସିରେ ସ୍ବୀକାର କରିସାରିଛନ୍ତି ଯେ, ଖେଳକୁ ନେଇ ଧୋନିଙ୍କ ପରାମର୍ଶ ପାଇଁ ଦଳକୁ ବହୁତ ଲାଭ ହୋଇଛି। ଏହି କଥାକୁ କେହି ବି ଦେଖିପାରିବେ, ତାଙ୍କ ଭିତରେ ଏବେ ବି ବହୁତ ସିକ୍ରେଟ କଥା ବାକି ରହିଛି। ତାଙ୍କର ସନ୍ୟାସ ସମ୍ପର୍କରେ କାହିଁକି କଥା ହେବା?

ଉଲ୍ଲେଖନୀୟ ଯେ, ସନ୍ୟାସନକୁ ଧୋନିଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବୟାନ ଆସିନାହିଁ। କିନ୍ତୁ ଏବେ କେବଳ ଗୁଜବ ଜାରି ରହିଛି। ଜାଭେଦ ଅଖତରଙ୍କ ପୂର୍ବରୁ ଲତା ମଙ୍ଗେସକର ମଧ୍ୟ ଟ୍ବିଟ୍ କରି ଧୋନିଙ୍କୁ ସନ୍ୟାସ ନନେବାକୁ ଅନୁରୋଧ କରି କହିଥିଲେ ତାଙ୍କୁ ଭାରତୀୟ ଦଳର ଆବଶ୍ୟକତା ରହିଛି।