ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଆପ୍‌ରୁ କାହିଁକି ଇସ୍ତଫା ଦେଉ ନାହାନ୍ତି ସ୍ୱାତି ମାଲିୱାଲ ? ରାଜ୍ୟସଭା ସାଂସଦ କହିଲେ ...

Published By : Prameya | January 23, 2025 5:25 PM

ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦ ସ୍ୱାତି ମାଲିୱାଲ କେଜ୍ରିୱାଲଙ୍କ ପିଏ ବିଭବ କୁମାରଙ୍କ ଉପରେ ମାରପିଟି କରିବାର ଅଭିଯୋଗ ଲଗେଇ ଥିଲେ। ଏହାପରେ ଗତ କିଛି ମାସ ହେବ ସ୍ୱାତୀ ମାଲିୱାଲ ଆମ୍‌ ଆଦମୀ ପାର୍ଟି ବିରୋଧରେ ଲଗାତାର ବୟାନ ଦେଉଛନ୍ତି। ଆମ୍‌ ଆଦମୀ ପାର୍ଟି ସହ ତାଙ୍କର ଅସନ୍ତୁଷ୍ଟତା ଖୁବ୍‌ ଜଣାଶୁଣା। ଏହି ସ୍ଥିତିରେ ଗତ କିଛି ମାସରେ ଏହି ପ୍ରଶ୍ନ ଉଠିଛି କି , ଆମ୍‌ ଆଦମୀ ପାର୍ଟି ବିରୋଧରେ ବୟାନ ଦେଇଥିବା ସ୍ୱାତି ମାଲିୱାଲ ଯେଉଁ ପାର୍ଟିର କୋଟାରେ ରାଜ୍ୟସଭାରେ ପହଞ୍ଚିଛନ୍ତି , ଏଥିରୁ ଇସ୍ତଫା କାହିଁକି ଦେଉ ନାହାନ୍ତି ? ସ୍ୱାତୀ ମାଲିୱାଲ ଗୁରୁବାର ଏହାର ଉତ୍ତର ଦେଇଛନ୍ତି।   

ଇସ୍ତଫାର ପ୍ରଶ୍ନକୁ ନେଇ ସ୍ୱାତି ମାଲିୱାଲ କହିଛନ୍ତି କି , ତାଙ୍କୁ ଚୌକିର କୌଣସି ମୋହ ନାହିଁ। ମାଲିୱାଲଙ୍କର କହିବାନୁସାରେ , ସେ ସର୍ବଦା ଗ୍ରାଉଣ୍ଡର କର୍ମକର୍ତ୍ତା ରହିଛନ୍ତି ଏବଂ ରହିବେ। ସ୍ୱାତୀ ମାଲିୱାଲ କହିଛନ୍ତି -୨୦୦୬ରେ ତାଙ୍କର ଇଞ୍ଜିନିୟରିଂର ପଢା ଶେଷ ହେବା ପରେ ସେ ସ୍ଲମ୍ (ବସ୍ତି) ଏରିଆରେ କାମ କରିବା ଆରମ୍ଭ କରି ଥିଲେ ଏବଂ ଲଗାତାର ୭ ବର୍ଷ ଯାଏ ବସ୍ତିରେ କାମ କରି ଆସୁଛନ୍ତି। ଏହି ସମୟରେ ସ୍ୱାତୀ କହିଛନ୍ତି କି, ଇଣ୍ଡିଆ ଏଗନେଷ୍ଟ କରପ୍ସନ ଆନ୍ଦୋଳନରେ ସେ ସବୁଠୁ ଯୁବ କୋର୍‌ କମିଟିର ସଦସ୍ୟ ଥିଲେ। ଏହାପରେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ଭାବେ ଏକ ଲକ୍ଷ ୭୦ ହଜାରରୁ ଅଧିକ କେସ୍‌ର ଶୁଣାଣି କରିଛନ୍ତି। ଏବିପି ନ୍ୟୁଜ୍‌ ସହ କଥା ହୋଇ ସ୍ୱାତି ମାଲିୱାଲ କହିଛନ୍ତି କି, ସେ ଇସ୍ତଫା ଏଥିପାଇଁ ଦେଇ ନାହାନ୍ତି, କାରଣ ସେ ଆଜି ଯାହା ବି ଅଛି , ନିଜର ପରିଶ୍ରମରେ ହୋଇଛି। ଏଥିପାଇଁ ଇସ୍ତଫା ଦେବି ନାହିଁ। 

ଗୁରୁବାର ଆମ୍‌ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତି ମାଲିୱାଲ ଆମ୍‌ ଆଦମୀ ପାର୍ଟି ସହ ଅରବିନ୍ଦ କେଜ୍ରିୱାଲ ଓ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସ୍ୱାତି ମାଲିୱାଲ କହିଛନ୍ତି କି ଜଣେ ନେତାକୁ , ଜଣେ ସାଂସଦକୁ କାମ କରିବା ପାଇଁ ଗ୍ରାଉଣ୍ଡକୁ ଯିବାକୁ ପଡ଼ିଥାଏ। କିନ୍ତୁ କେଜ୍ରିୱାଲ ଓ ଆତିଶୀ ଏକ ସାମ୍ୱାଦିତ ସମ୍ମିଳନୀ କରନ୍ତି । ସ୍ୱାତି ମାଲିୱାଲ ଏହି ସମୟରେ କେଜ୍ରିୱାଲ ଓ ଆତିଶୀଙ୍କୁ ଗ୍ରାଉଣ୍ଡକୁ ଓହ୍ଲାଇ କାମ କରିବାକୁ ଚ୍ୟାଲେଞ୍ଜ ମଧ୍ୟ ଦେଇଛନ୍ତି।

ଗୁରୁବାର ଯେବେ ତାଙ୍କୁ ପ୍ରଶ୍ନ କରାଗଲା କି, ତାଙ୍କ ଉପରେ ବିଜେପିର ଏଜେଣ୍ଟ ହେବାର ଅଭିଯୋଗ ଲାଗିଛି। ଏହାର ଜବାବରେ ସ୍ୱାତି ମାଲିୱାଲ କହିଛନ୍ତି କି, ତାଙ୍କୁ ଯିଏ ପ୍ରଶ୍ନ ପଚାରୁଛନ୍ତି, ତାଙ୍କୁ ସେ ବିଜେପିର ଏଜେଣ୍ଟ ବୋଲି କୁହନ୍ତି। ଏହି ସମୟରେ ରାଜ୍ୟସଭା ସାଂସଦ ପ୍ରଶାନ୍ତ ଭୂଷଣ ଓ ଶାନ୍ତି ଭୂଷଣଙ୍କର ଉଦାହରଣ ଦେଇ କହିଛନ୍ତି , ତାଙ୍କୁ ପ୍ରଶ୍ନ ପଚାରିବା ନେଇ ପାର୍ଟିରୁ ବାହାର କରିଦିଆ ଗଲା , ଯେବେ ବି ସେ ଆରମ୍ଭରୁ ପାର୍ଟିର ସଦସ୍ୟ ରହି ଥିଲେ। 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.