ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କାହିଁକି ଧଳା କୋର୍ଟ ପିନ୍ଧନ୍ତି ଚମ୍ପିଅନ୍ସ ଟିମ୍; ଜାଣନ୍ତୁ ସମ୍ମାନ ଓ ପରମ୍ପରା ସମନ୍ବୟର କାହାଣୀ

Published By : Ankita S | January 20, 2025 11:32 AM

ନୂଆଦିଲ୍ଲୀ,୨୦/୧: ଆଇସିସି ଚମ୍ପିଅନ୍ସ ଟ୍ରଫି ୨୦୨୫ର ବିଗୁଲ ବାଜି ସାରିଛି । ଫେବୃଆରୀ ୧୯ ତାରିଖରୁ ସମ୍ମାନଜନକ ଚମ୍ପିଅନ୍ସ ଟ୍ରଫି ଆରମ୍ଭ ହେବ । ଏହାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଭରି ରହିଛି । ଭାରତୀୟ ଦଳର ୧୫ ଯୋଦ୍ଧା ଘୋଷଣା ସରିଛି । ନିକଟରେ ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ଆଇସିସି ପ୍ରୋମୋ ରିଲିଜ କରିଛି । ତେବେ ପ୍ରଶ୍ନ ଉଠୁଛି ଚମ୍ପିଅନ୍ସ ଟ୍ରଫି ବିଜେତା ଦଳ କାହିଁକି ଧଳା କୋର୍ଟ ପିନ୍ଧନ୍ତି । କେବେଠୁ ଏହି ପରମ୍ପରା ଆରମ୍ଭ ହୋଇଛି । ଏହା ପଛରେ କଣ କାହାଣୀ ରହିଛି ଆସନ୍ତୁ ଜାଣିବା ।

କାହିଁକି ଧଳା କୋର୍ଟ ପିନ୍ଧନ୍ତି ବିଜେତା- ୨୦୧୩ରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ଭାରତ ଚମ୍ପିଅନ୍ସ ଟ୍ରଫି ଜିତିଥିଲା । ବିଜୟ ସେଲିବ୍ରେସନ ସହିତ ଭାରତୀୟ ଦଳ ଧଳା ଜ୍ୟାକେଟ ପିନ୍ଧିଥିଲେ । ଏହା ପଛରେ କିଛି ବିଶେଷ କାରଣ ରହିଛି । ଆଇସିସି ଅନୁସାରେ ଚମ୍ପିଅନ୍ସଙ୍କ ଦ୍ବାରା ପିନ୍ଧାଯାଉଥିବା ଧଳା କୋର୍ଟ ସମ୍ମାନର ପ୍ରତୀକ ହୋଇଥାଏ । ବିଜୟ ଯାତ୍ରାକୁ ଦର୍ଶାଇଥାଏ ଧଳା ଜ୍ୟାକେଟ । ଚମ୍ପିଅନ୍ସ ଟ୍ରଫିର ସବୁ ମ୍ୟାଚର ମହତ୍ତ୍ବ ରହିଛି । ଟପ୍ ୮ଟି ଦଳ ମଧ୍ୟରେ ମ୍ୟାଚ ଖେଳାଯାଏ । ଟ୍ରଫି ଜିତିବାକୁ ଚମ୍ପିଅନ୍ସ ପରି ଖେଳିଥାନ୍ତି ଦଳ । ଧଳା କୋର୍ଟ ବିଜୟର ସଂଘର୍ଷକୁ ଦର୍ଶାଇଥାଏ । ଏହା ବ୍ୟତୀତ ଧଳା କୋର୍ଟ ଖେଳାଳିଙ୍କ ପରିଶ୍ରମକୁ ସମ୍ମାନ ଦେଇଥାଏ । ବିଜେତାଙ୍କୁ ଅଲଗା ଅନନ୍ୟ ପରିଚୟ ଦେଇଥାଏ । ଦର୍ଶକ ଓ ପ୍ରଶଂସକଙ୍କୁ ମନେ ପକାଇଦିଏ ଯେ କେଉଁ ଦଳ ଏହି ପ୍ରତିଷ୍ଠିତ ଟ୍ରଫି ଜିତିଛି । ଧଳା କୋର୍ଟର ଏହି ପରମ୍ପରା ବିଜୟୀ ଦଳକୁ ଅନ୍ୟ ଟିମଠୁ ଅଲଗା ପରିଚୟ ଦେଇଥାଏ । ଧଳା କୋର୍ଟ କେବଳ ପରମ୍ପରାର ଅଂଶ ନୁହେଁ ଏହା ମାର୍କେଟିଂ ମଧ୍ୟ କରିଥାଏ । ଯେବେ ବିଜେତା ଦଳ ଧଳା କୋର୍ଟ ପିନ୍ଧି ଫଟୋ ଉଠାଇଥାନ୍ତି । ଏହା ଫ୍ୟାନ୍ସଙ୍କ ହୃଦୟରେ ଜୀବନ୍ତ ହୋଇ ରହିଥାଏ । ଲୋକପ୍ରିୟାତ ବଢିଥାଏ । ଫଳରେ ଟୁର୍ଣ୍ଣାମେଣ୍ଟର ମହତ୍ତ୍ବ ବଢିଯାଏ । ଆଇସିସିର ରୋଜଗାର ବଢେ ।

ଏହା ବି ପଢନ୍ତୁ...ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଯୋଦ୍ଧା ଘୋଷଣା; ସାମି-ଯଶସ୍ୱୀଙ୍କ ଏଣ୍ଟ୍ରୀ, ଶୁଭମନ ଗିଲଙ୍କୁ ଗୁରୁ ଦାୟିତ୍ବ



ଚମ୍ପିଅନ୍ସ ଟ୍ରଫି ଭଳି ବଡ ଟୁର୍ଣ୍ଣାମେଣ୍ଟ ଜିତିବାକୁ ଖେଳାଳୀଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥାଏ । ଅନୁଶାସନ ପାଳନ କିରବାକୁ ପଡିଥାଏ । ଧଳା କୋର୍ଟ ତାଙ୍କ ପ୍ରୟାସ ଏବଂ ବଳିଦାନର ପ୍ରତୀକ ହୋଇଥାଏ । ତାଙ୍କ ପରିଶ୍ରମର ଫଳ ତାଙ୍କୁ ମିଳିଥିବା ମନେ ପକାଇଥାଏ । ଟ୍ରଫି ବୋର୍ଡ କାର୍ଯ୍ୟାଳୟରେ ରହିଥାଏ ମାତ୍ର ଧଳା କୋର୍ଟ ସର୍ବଦା ପ୍ଲେୟାରଙ୍କ ପାଖରେ ରହିଥାଏ । ୧୯୯୮ରୁ ଆଇସିସି ଚମ୍ପିଅନ୍ସ ଟ୍ରଫି ଆରମ୍ଭ ହୋଇଥିଲା । ଧଳା କୋର୍ଟ ପରମ୍ପରା ୨୦୦୯ରୁ ଆରମ୍ଭ ହୋଇଥିଲା।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.