ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଯୋଦ୍ଧା ଘୋଷଣା; ସାମି-ଯଶସ୍ୱୀଙ୍କ ଏଣ୍ଟ୍ରୀ, ଶୁଭମନ ଗିଲଙ୍କୁ ଗୁରୁ ଦାୟିତ୍ବ

Published By : Ankita S | January 18, 2025 3:09 PM

ମୁମ୍ବାଇ,୧୮/୧ : ଆଇଆଇସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ୧୫ ଜଣିଆ ଭାରତୀୟ ସ୍କ୍ବାର୍ଡ ଘୋଷଣା କରିଛି ବିସିସିଆଇ । ଯାହା ଅନୁମାନ କରାଯାଉଥିଲା ତାହା ହେଲା । ରୋହିତ ଶର୍ମାଙ୍କ ନେତୃତ୍ବରେ ଖେଳିବ ଭାରତ । ମହମ୍ମଦ ସାମି ଦଳକୁ ଫେରିଛନ୍ତି । ଯଶ୍ବସ୍ବୀ ଜୈସ୍ବାଲଙ୍କୁ ପ୍ରଥମ ଥର ଦିନିକିଆ ଦଳରେ ସ୍ଥାନ ମିଳିଛି । ସ୍କ୍ବାର୍ଡରେ ଯଶପ୍ରୀତ ବୁମରାଙ୍କୁ ସ୍ଥାନ ମିଳିଛି । ରୋହିତ ଅଧିନାୟକ ରହିଛନ୍ତି । ଶୁଭମନ ଗିଲଙ୍କୁ ଗୁରୁ ଦାୟିତ୍ବ ମିଳିଛି । ଉପଅଧିନାକ ଦାୟିତ୍ବ ତୁଲାଇବେ ଶୁଭମନ ଗିଲ । ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ସାମ୍ବାଦିକ ସମ୍ମିଳନୀ କରି ଭାରତୀୟ ସ୍କ୍ବାର୍ଡ ଘୋଷଣା କରିଛନ୍ତି । ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ମଧ୍ୟ ଉପସ୍ଥିତ ଥିଲେ ।

୧୫ ଜଣିଆ ଟିମରେ ମହମ୍ମଦ ସାମି ଓ ଯଶ୍ବସ୍ବୀ ଜୈସ୍ବାଲଙ୍କ ଏଣ୍ଟ୍ରି ହୋଇଛି । ଜୈସ୍ବାଲଙ୍କୁ ପ୍ରଥମ ଥର ଦିନିକିଆ ଦଳରେ ସାମିଲ କରାଯାଇଛି । ୧୪ ମାସ ପରେ ଦଳକୁ ଫେରିଛନ୍ତି ମହମ୍ମଦ ସାମି । ସେହିପରି କୁଳଦୀପ ଯାଦବ ମଧ୍ୟ ଆହତ ସମସ୍ୟାରୁ ମୁକୁଳି ଦଳକୁ ଫେରିଛନ୍ତି । ରୋହିତ ଶର୍ମା ପୂର୍ବ ପରି ଦଳର ନେତୃତ୍ବ ନେବେ । ଶୁଭମନ ଗିଲଙ୍କୁ ଉପ ଅଧିନାୟକ ଦାୟିତ୍ବ ମିଳିଛି । ଆହତ ଯଶପ୍ରୀତ ବୁମରାଙ୍କୁ ସ୍ଥାନ ମିଳିବ କି ନାହିଁ ସେ ନେଇ ସସପେନ୍ସ ଜାରି ରହିଥିଲା । ମାତ୍ର ବୁମରାଙ୍କୁ ମଧ୍ୟ ଭାରତୀୟ ସ୍କ୍ବାର୍ଡରେ ସ୍ଥାନ ମିଳିଛି ।

ଭାରତର ୧୫ ଜଣିଆ ଦଳ 

ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ (ଉପ-ଅଧିନାୟକ) ବିରାଟ କୋହଲି,ଶ୍ରେୟସ ଆୟର, କେଏଲ ରାହୁଲ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଯଶସ୍ୱୀ ଜୈସ୍ବାଲ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରାହ, ମହମ୍ମଦ ଶାମି, ଅର୍ଶଦୀପ ସିଂହ, ୱାଶିଂଟନ ସୁନ୍ଦର

ପ୍ରକାଶ ଥାଉ କି, ଆସନ୍ତା ଫେବୃଆରୀ ୧୯ ତାରିଖରେ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବ । ୮ଟି ଦଳ ମଧ୍ୟରେ ସେମିଫାଇନାଲ ଓ ସେମିଫାଇନାଲକୁ ମିଶାଇ ମୋଟ୍ ୧୫ଟି ମ୍ୟାଚ ହେବ । ସମସ୍ତ ୮ଦଳକୁ ୨ଟି ଗ୍ରୁପରେ ଭାଗ କରାଯାଇଛି ।  ପ୍ରତି ଦଳ ପରସ୍ପର ସହ ୩ଟି ଲେଖାଏଁ ମ୍ୟାଚ ଖେଳିବେ । ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଫେବୃଆରୀ ୨୦ ତାରିଖରେ ବାଂଲାଦେଶ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ ।  ଏହାପରେ ଫେବୃଆରୀ ୨୩ରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ଭେଟିବ ଭାରତ । ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ ସହ ଗ୍ରୁପ୍‌-ଏରେ ରହିଛନ୍ତି । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତୀୟ ଟିମ୍ ତାର ସବୁ ମ୍ୟାଚ ଖେଳିବ । ପ୍ରଥମ ସେମିଫାଇନାଲ ମ୍ୟାଚ ମାର୍ଚ୍ଚ ୪ ଓ ଦ୍ବିତୀୟ ସେମିଫାଇନାଲ ମାର୍ଚ୍ଚ ୮ ତାରିଖରେ ଖେଳାଯିବ । ମାର୍ଚ୍ଚ ୯ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.