ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

US deportation: କାହିଁକି କେବଳ ପଞ୍ଜାବରେ ଅବତରଣ କରିବ ଆମେରିକୀୟ ବିମାନ; ଜୋର ଧରିଲା ରାଜନୈତିକ ବୟାନବାଜି

Published By : Bijay Swain | February 14, 2025 8:13 PM

Image courtesy: indiatoday

ନୂଆଦିଲ୍ଲୀ: ପ୍ରବାସି ଭାରତୀୟମାନଙ୍କୁ ନେଇ ଭାରତ ଫେରୁଥିବା ଆମେରିକୀୟ ବିମାନ ଗୁଡିକ ପଞ୍ଜାବର ଅମୃତସରରେ ଅବତରଣ କରିବେ ବୋଲି ସୂଚନା ମିଳିବା ପରେ ଏହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ସୂଚନା ମୁତାବକ ଆମେରିକାରେ ଥିବା ଅବୈଧ ପ୍ରବାସି ଭାରତୀୟମାନଙ୍କୁ ଧରି ଆମେରିକାର ଦୁଇଟି ବିମାନ ଆସନ୍ତା ଫ୍ରେବୃଆରି ୧୫ ଓ ୧୬ ତାରିଖରେ ପଞ୍ଜାବର ଅମୃତସର ବିମାନବନ୍ଦରରେ ଅବତରଣ କରିବ। ଏହାକୁ ନେଇ ବିରୋଧି ଦଳର ନେତାମାନେ ଶାସକ ଦଳକୁ ଘେରିଛନ୍ତି। କ’ଣ ପାଇଁ ବାରମ୍ବାର ଅମୃତସରକୁ ଅବତରଣ ସ୍ଥାନ ଭାବେ ଚିହ୍ନିତ କରାଯାଉଛି ବୋଲି ବିରୋଧି ଦଳ ଶାସକ ଦଳକୁ ପ୍ରଶ୍ନ କରିଛି। 

ସୂଚନା ମୁତାବକ, ପ୍ରାରମ୍ଭିକ ପର୍ଯ୍ୟୟରେ ଆମେରିକାରୁ ୧୦୪ ଅବୈଧ ପ୍ରବାସି ଭାରତୀୟମାନଙ୍କୁ ନେଇ ଭାରତ ଫେରିଥିବା ବିମାନକୁ ଅମୃତସରରେ ଅବତରଣ କରାଯାଇଥିଲା। ତେବେ ଆସନ୍ତା ସପ୍ତାହନ୍ତ ସୁଦ୍ଧା ଆଉ ଦୁଇଟି ବିମାନକୁ ଅମୃତସର ବିମାନବନ୍ଦରରେ ଅବତରଣ କରିବାକୁ ଅନୁମତି ମିଳିଥିବାରୁ ବିରୋଧି ଦଳ ଶାସକ ଦଳକୁ ସିଧା ଟାର୍ଗେଟ କରିଛି। ପଞ୍ଜାବ ଛଡା ଆଉ ଅନ୍ୟ କୌଣସି ରାଜ୍ୟରେ କ’ଣ ପାଇଁ ଅନୁମତି ପ୍ରଦାନ କରାଯାଉନାହିଁ ବୋଲି ବିରୋଧି ଦଳ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛି। 

ପଞ୍ଜାବର ଅର୍ଥମନ୍ତ୍ରୀ ହରପାଲ ସିଂ ଛିମା ସରକାରଙ୍କ ଏହି ନିଷ୍ପତ୍ତିକୁ ଦୃଢ ବିରୋଧ କରିଛନ୍ତି। ଏହି ନିଷ୍ପତ୍ତି ପଛରେ କେନ୍ଦ୍ର ସରକାରଙ୍କ ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି ସେ ଅଭିଯୋଗ ଆଣିଛନ୍ତି। “ଭାରତ ସରକାର ପଞ୍ଜାବକୁ ବଦନାମ କରିବାକୁ ଚାହୁଁଛନ୍ତି। ତେଣୁ ଆମେରିକାରୁ ଆସୁଥିବା ବିମାନ ଗୁଡିକୁ କେବଳ ଅମୃତସରରେ ଅବତରଣ କରିବାକୁ ଅମୁମତି ଦେଉଛନ୍ତି। କ’ଣ ପାଇଁ ବିମାନ ଗୁଡିକୁ ହରିୟାନା କିମ୍ୱା ଗୁଜୁରାଟରେ ଅବତରଣ କରିବାକୁ ଅନୁମତି ଦିଆଯାଉନାହିଁ। ବିମାନ ଗୁଡିକ ସିଧା ଅହମ୍ମଦାବାଦରେ ମଧ୍ୟ ଅବତରଣ କରିପାରନ୍ତେ। କିନ୍ତୁ ବିଜେପି ସିଧାସଳଖ ପଞ୍ଜାବକୁ ଟାର୍ଗେଟ କରୁଛି” ବୋଲି ସେ କହିଛନ୍ତି। 

କଂଗ୍ରେସ ବିଧାୟକ ପର୍ଗତ ସିଂ ମଧ୍ୟ ଏହାକୁ ନେଇ ବୟାନ ଦେଇଛନ୍ତି। ସେ ପଞ୍ଜାବରେ ବାରମ୍ବାର ବିମାନ ଅବତରଣକୁ ଦୁର୍ଭାଗ୍ୟ ବୋଲି କହିଛନ୍ତି। “ହଁ ଭାରତକୁ ଆସୁଥିବା ପ୍ରବାସି ଭାରତୀୟମାନଙ୍କ ମଧ୍ୟରେ ଅନେକ ପଞ୍ଜାବି ଅଛନ୍ତି। କିନ୍ତୁ କେବଳ ପଞ୍ଜାବ କ’ଣ ପାଇଁ ? ବିମାନ ଅଲଗା ରାଜ୍ୟରେ ବି ତ ଅବତରଣ କରିପାରିବ। ପିଏମ ମୋଦି ବର୍ତ୍ତମାନ ଆମେରିକାରେ ଅଛନ୍ତି। ସେ ନିହାତି ଆମେରିକା ସରକାରଙ୍କ ସହ ଉଡାଣ ଭରିଥିବେ। କିନ୍ତୁ କେବଳ ଆମ ଦେଶର ଯୁବକମାନେ କ’ଣ ପାଇଁ ହାତକଢି ପିନ୍ଧି ବିମାନରୁ ଓହ୍ଲାଇବେ” ବୋଲି ସେ ପ୍ରଶ୍ନ କରିଛନ୍ତି। 

ପଞ୍ଜାବରେ ଏହି ଭଳି ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଥିବା ବେଳେ ପଞ୍ଜାବର ବିଜେପି ମୁଖ୍ୟ ସୁନିଲ ଜାଖର ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଏହି ଅଭିଯୋଗ ଭିତ୍ତିହିନ ବୋଲି ଦାବି କରିଛନ୍ତି। ଏହି ମାମଲାକୁ ନେଇ ରାଜନୈତିକ ଉସ୍ମତା ବଡୁତିବା ବେଳେ ପଞ୍ଜାବ ସରକାର ଏନେଇ ଏକ ଚାରିଜଣିଆ ସ୍ପେଶାଲ ଇନଭେଷ୍ଟିଗେସନ ଟିମ(ଏସଆଇଟି)ର ଗଠନ କରିଛନ୍ତି। ଯାହା ମାନବ ଚାଲାଣ ଓ ବେଆଇନ ସ୍ଥାନାନ୍ତରଣ ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ରିପୋର୍ଟ ତଲବ କରିବ। 

ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ପିଏମ୍ ମୋଦି ମାନବ ଚାଲାଣ ଓ ବେଆଇନ ସ୍ଥାନାନ୍ତରଣକୁ ନେଇ ଆମେରିକାରେ ନିଜ ସମ୍ୱୋଧନ ଦେଇଛନ୍ତି। ସେ ମାନବ ଚାଲାଣ ସଂଗଠନ ଗୁଡିକୁ ବନ୍ଦ କରିବା ଉପରେ ଜୋର ପ୍ରଦାନ କରିବା ସହ କାହା କଥାରେ ପଡି ଆମେରିକା ମଧ୍ୟକୁ ବେଆଇନ ଭାବେ ପ୍ରବେଶ ନକରିବାକୁ ଅନୁରୋଧ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.