ନୂଆପଡ଼ା,୩୧।୮(ଆପ୍ର): ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ ଖୁଟବନଭେରା କେନାଲପଡାରେ ମଦୁଆ ସ୍ବାମୀଙ୍କ ଉନ୍ମକ୍ତ କାଣ୍ଡ । ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ । ମୃତକ ଜଣକ ହେଲେ ତିରିତ କମାର(୪୦) । ତେବେ ଘଟଣା ସ୍ଥଳରୁ ସ୍ବାମୀ ପଳାଉଥିବାବେଳେ ଗାଁ ଲୋକ କାବୁ କରି ରଶିରେ ବାନ୍ଧି ରଖିଥିଲେ । ପରେ ଘଟଣା ସ୍ଥଳରେ ଧରମବନ୍ଧା ପୁଲିସ ପହଞ୍ଚି ସ୍ବାମୀଙ୍କୁ ଥାନାକୁ ନେବା ସହ ତିରିତ ମୃତଦେହକୁ ଜବତ କରିଛି ।
ରବିବାର ସନ୍ଧ୍ୟାରେ ଧରମବନ୍ଧା ଥାନ ଖୁଟବନଭେରା କେନାଲପଡାର ସନ୍ତୋଷ କମାର (୪୪) ମଦଖାଇ ଘରକୁ ଆସିଥିଲେ । ଘରେ ସ୍ବାମୀ ଓ ଦ୍ବିତୀୟ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥିଲା । ସେଠି ସ୍ବାମୀ ରାଗି ଯାଇ ଦ୍ବିତୀୟ ସ୍ତ୍ରୀ ତିରିତଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ସ୍ତ୍ରୀ ତିରିତଙ୍କ ବେକରେ ଟାଙ୍ଗିଆ ଚୋଟ ଲାଗିବାରୁ ଘଟଣା ସ୍ଥଳରେ ମୃତ୍ୟୃ ହୋଇଥିଲା। ହେଲେ ସନ୍ତୋଷ ଘଟଣା ଘଟାଇ ଫେରାର ହେବାକୁ ଉଦ୍ୟମ କରିଥିଲା । ଏହି ସମୟରେ ଗାଁ ଲୋକ କାବୁ କରି ରଶିରେ ବାନ୍ଧି ରଖିଥିଲେ । ସନ୍ଧ୍ୟାରେ ଗାଁ ଲୋକେ ଧରମବନ୍ଧା ପୁଲିସକୁ ଖବର ଦେଇଥିଲେ । ଧରମବନ୍ଧା ଥାନା ଅଧିକାରୀ ଟଙ୍କଗୀରି ଭୋଇ ଓ ଏସଆଇ ବିନୋଦ ସେଠୀ ଘଟଣା ସ୍ଥଳରେ ମୃତ ଦେହେବକୁ ଜବତ କରିଥିଲେ। ଏନେଇ ଧରମବନ୍ଧା ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ କରିଛି । ସନ୍ତୋଷଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ଜଣାପଡିଛି। ରାତି ହେବାରୁ ମୃତଦେହ ବ୍ୟବଚ୍ଛେଦ ହୋଇ ପାରିନାହିଁ । ସୋମବାର ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଳି ଧରମବନ୍ଧା ପୁଲିସ ସୂଚନା ଦେଇଛି।
ପ୍ରକାଶ ଯେ ସନ୍ତୋଷ ଓ ତିରିତଙ୍କ ଚାରି ଛୁଆ ରହିଛି । ସେଥିରୁ ଜଣେ ପୁଅ ଓ ତିନି ଜଣ ଝିଅ ଅଛନ୍ତି l ଦାଦନ ଯାଇ ପରିବାର ପ୍ରତି ପୋଷଣ କରୁଥିଲେ ବୋଲି ସ୍ଥାନୀୟ ଲୋକ କହିଛନ୍ତି । ଏବେ ମା’ ତିରିତ ହତ୍ୟା ଅଭିଯୋଗରେ ବାପା ଥାନାରେ। ଏଣୁ ୪ ଜଣ ଛୁଆ ଅସହାୟ ହୋଇ ପଡିଛନ୍ତି ।