PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ପତିକୁ ହତ୍ୟା କରି ବାପଘର ଅଗଣାରେ ପୋତିଦେଲେ ମହିଳା, ଏମିତି ଖୋଲିଲା ସତ…

ନୂଆଦିଲ୍ଲୀ ୨/୭: ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ନିଜ ପତିଙ୍କୁ ହତ୍ୟା କରି ମୃତଦେହକୁ ନିଜ ବାପଘର ଅଗଣାରେ ପୋତିଦେଇଛନ୍ତି । ମହିଳାଙ୍କ କହିବାନୁସାରେ ତାଙ୍କ ପତି ସବୁବେଳେ ମଦ୍ୟପାନ କରୁଥିଲେ । ପତିଙ୍କ ଏହି ବଦଭ୍ୟାସ ଯୋଗୁଁ ଚିନ୍ତାରେ ଥିଲେ ପତ୍ନୀ । ଶେଷରେ ସେ ନିଜ ପତିଙ୍କୁ ହତ୍ୟା କରିଥିବା କହିଛନ୍ତି । ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

କୁହାଯାଉଛି ଶ୍ୱଶୂର ଘରେ ପହଞ୍ଚି ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କ ସହିତ ମାରପିଟ୍ କରିଥିଲେ । ବାରମ୍ବାର ଏମିତି ଘଟଣା ଯୋଗୁଁ ଖପ୍ପା ଥିବା ପତ୍ନୀ ତାଙ୍କ ତଣ୍ଟି ଚିପି ତାଙ୍କୁ ହତ୍ୟା କରିଦେଲେ ଏବଂ ନିଜ ଅଗଣାରେ ୪ ଫୁଟ ଗାତ ଖୋଳି ପୋତିଦେଲେ ।

ଅନେକ ଦିନ ପରେ ନିଜ ପୁଅକୁ ଖୋଜି ମା ସୁମିତ୍ରା ଦେବୀ ଜୁନ୍ ୨୫ରେ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ଖୋଜାଖୋଜି ଚାଲିବା ପରେ ଘଟଣା ସାମ୍ନାକୁ ଆସିଥିଲା । ଶ୍ୱଶୂର ଘର ଲୋକଙ୍କ ଉପରେ ସନ୍ଦେହ ହେବା ଯୋଗୁଁ ପୋଲିସ ଛାନଭିନ୍ କରିଥିଲା । ପୋଲିସ ଟିକେ କଡା ହେବା ପରେ ପତ୍ନୀ ସାବିତ୍ରୀ ଦେବୀ ସବୁ ମାନିଯାଇଥିଲେ । ଅଗଣାରୁ ମୃତଦେହ ଉଦ୍ଧାର ହୋଇଥିଲା । ପୋଲିସ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଭିଯୁକ୍ତ ପତ୍ନୀ ସାବିତ୍ରୀ ଦେବୀଙ୍କୁ ଗିରଫ କରିଛି । ତେବେ ଏନେଇ ଅଧିକ ତଦନ୍ତ କରୁଛି ପୋଲିସ ।

ସମ୍ବନ୍ଧିତ ଖବର