ଶୋଇଥିବା ଅବସ୍ଥାରେ ସ୍ତ୍ରୀକୁ ଛୁରୀ ଭୁଷି ହତ୍ୟା, ସ୍ଵାମୀ ଅଟକ

ଆଗରପଡା, ୨୫/୦୫ : ଶୋଇଥିବା ଅବସ୍ଥାରେ ସ୍ତ୍ରୀକୁ ଛୁରୀ ଭୁଷି ହତ୍ୟା। ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଅଭିଯୁକ୍ତ ସ୍ଵାମୀକୁ ପୋଲିସ ଅଟକ ରଖିଛି।
ସୂଚନାନୁଯାୟୀ, ଆଗରପଡ଼ା ହଜାରି ସାହିର ପ୍ରତାପ ଚନ୍ଦ୍ର ସିଂଙ୍କ ଝିଅ କନକଲତା ଉତ୍ତର ପ୍ରଦେଶର ରବିନ୍ଦ୍ର ସିଂଙ୍କୁ ୧୪ ବର୍ଷ ତଳେ ବିବାହ କରିଥିଲେ। ଭାଇ ବାହାଘର ପାଇଁ କନକଲତା ୩ ମାସ ହେବ ବାପଘରେ ସ୍ଵାମୀଙ୍କ ସହ ରହୁଥିଲେ। ମାତ୍ର ଆଜି ସକାଳେ ଘରେ ସ୍ଵାମୀ ନଥିବା ବେଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କନକଲତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ହତ୍ୟା ଅଭିଯୋଗରେ ପୁରୁଷଣ୍ଡ ଗ୍ରାମରୁ କନକଲତାଙ୍କ ସ୍ଵାମୀଙ୍କୁ ନେଇ ପୋଲିସ ଅଟକ ରଖିଛି।