ପୁରୀ,୧୩/୦୬: ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚଢ଼ିଗଲା ଶାଳିଆ ପତନୀ । ଗୁରୁବାର ରାତିରେ ଏକାଦଶୀ ମହାଦୀପ ଉଠିବା ବେଳେ ଏହି ଅଘଟଣ ଦେଖିବାକୁ ମିଳିଥିଲା ।
ଚୁନେରା ସେବାୟତମାନେ ଶ୍ରୀମନ୍ଦିର ଶିଖରକୁ ଦୀପ ନେଇ ଯାଇଥିଲେ । ଏହି ସମୟରେ ଅଁଳା ବେଢ଼ାରେ ବୁଲୁଥିବା ଶାଳିଆପତନୀ ନୀଳଚକ୍ରରେ ଚଢ଼ିଥିବା ସେବାୟତଙ୍କ ଉପରେ ଚଢ଼ି ଯାଇଥିଲା । ସେବାୟତ ଜଣକ ନୀଳଚକ୍ରରୁ ଓହ୍ଲାଇ ଆସିଥିଲେ । ପରେ ଏହି ରାତ୍ରିଚର ପ୍ରାଣୀକୁ ଅଁଳା ବେଢ଼ା ଉପରେ ଥିବା ଅନ୍ୟ ଚୁନେରା ସେବାୟତ ଧରି ନେଇ ତଳକୁ ଛାଡ଼ିଥିଲେ । ଏହି ଘଟଣା ଶୁଭ ନା ଆଶୁଭ ସଙ୍କେତ ତାହା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ।
ଅଧିକ ପଢ଼ନ୍ତୁ :- Raja 2026: ବନସ୍ତେ ଡାକିଲା ଗଜ, ଗାଁ ମୁଣ୍ଡରେ ବନ୍ଧା ହେଲାଣି ଦୋଳି, ଆ'ଲୋ ବଉଳ ହେବା ସଜବାଜ