ନୂଆଦିଲ୍ଲୀ,୨୭/୦୭: ଟିଭି ସିରିଏଲ 'ବାଳିକା ବଧୂ' ଅଭିନେତ୍ରୀ ଅଭିକା ଗୋର୍ ଏବେ ଜଣେ ବାସ୍ତବ ଜୀବନର ବଧୂ । ଗତ ବର୍ଷ, ଏହି ଦମ୍ପତି ଜାତୀୟ ଟେଲିଭିଜନରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେମାନଙ୍କ ବିବାହର ମାତ୍ର ୭ ମାସ ପରେ, ଅଭିକା ଗୋରଙ୍କ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଥିଲା । ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା, ଯାହା ଅଭିକା ଗୋରଙ୍କ ପ୍ରେଗ୍ନେନ୍ସିକୁ ନେଇ ଗୁଜବ ସୃଷ୍ଟି କରିଥିଲା ।
ଅଭିକା ଗୋରଙ୍କ ବିବାହର ୭ ମାସ ପରେ, ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଯାହା ଅଭିନେତ୍ରୀଙ୍କ ଗର୍ଭଧାରଣର ଗୁଜବ ସୃଷ୍ଟି କରିଥିଲା। ଭିଡିଓରେ ଅବିକାଙ୍କ ସ୍ୱାମୀ ମିଲିନ୍ଦଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ସେମାନଙ୍କ କାର୍ଯ୍ୟ ସୂଚାଇ ଦେଉଥିଲା ଯେ, ଏହି ଦମ୍ପତିଙ୍କୁ ନେଇ ଯେଉଁ ଖବର ଆସୁଛି ତାହା ହୁଏତ ସତ । ଭାଇରାଲ ଭିଡିଓରେ, ଅଭିକା ଗୋରଙ୍କଠାରେ ଗର୍ଭବତୀ ଲକ୍ଷଣ ଦେଖିବାକୁ ମିଳିଥିଲା । ମିଲିନ୍ଦ କ୍ୟାମେରା ବନ୍ଦ କରିବାକୁ କହୁଥିବାର ଦେଖିବାକୁ ମିଳିଛି। ଭିଡିଓଟିକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା । ମିଲିନ୍ଦ ଏବଂ ଅଭିକାଙ୍କ ପ୍ରତିକ୍ରିୟା ସୂଚାଇ ଦେଉଛି ଯେ ଅଭିନେତ୍ରୀ ଗର୍ଭବତୀ । ଏସବୁ ମଧ୍ୟରେ, ଅଭିକା ଗୋର୍ ଏକ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି ଯେ ସେ, ଗର୍ଭବତୀ ନାହାଁନ୍ତି । ଅଭିନେତ୍ରୀ ଜଣକ ଭାଇରାଲ୍ ଭିଡିଓ ବିଷୟରେ ସତ ମଧ୍ୟ କହିଛନ୍ତି । ସେ ଦାବି କରିଛନ୍ତି ଯେ ସେମାନେ ଦୁହେଁ ଜାଣିଶୁଣି ଭିଡିଓଟି ଭାଇରାଲ୍ କରିଥିଲେ । ସେମାନେ ଦୁହେଁ ଅଭିନୟ କରୁଥିଲେ ।
ଏକ ସାକ୍ଷାତକାରରେ, ଅଭିକା ସ୍ପଷ୍ଟ କରିଥିଲେ ଯେ, ଏହା ଏକ ବ୍ରାଣ୍ଡ ପାଇଁ ଏକ ମାର୍କେଟିଂ ଷ୍ଟଣ୍ଟ୍ ଥିଲା, ଯାହା ଶେଷରେ ଫଳପ୍ରଦ ହୋଇଥିଲା । ସେ ଚାହୁଁଥିଲେ ଯେ, ଲୋକମାନେ ତାଙ୍କ ବିଷୟରେ କଥା ହୁଅନ୍ତୁ । ଆଉ ସେମିତି ହିଁ ହୋଇଥିଲା । ସେହି ନାଟକରେ ତାଙ୍କ ସ୍ୱାମୀ ମିଲିନ୍ଦ ଚାନ୍ଦୱାନୀଙ୍କ ଉତ୍କୃଷ୍ଟ ଅଭିନୟ ପାଇଁ ଅଭିକା ଆହୁରି ପ୍ରଶଂସା କରିଥିଲେ । ଅଭିନେତ୍ରୀ କହିଥିଲେ, "ମୁଁ ବହୁତ ହସିଥିଲି କାରଣ ମୁଁ କେବଳ ବାନ୍ତି କରୁଥିବାର ଅଭିନୟ କରୁଥିଲି । ଗର୍ଭଧାରଣ ନକଲି ଥିଲା । କିନ୍ତୁ ମିଲିନ୍ଦଙ୍କ ଅଭିନୟ ରିୟଲ ପରି ଲାଗୁଥିଲା । ଅଭିକାଙ୍କୁ ବିବାହକୁ ଏବେ ୧୦ ମାସ ହୋଇଗଲାଣି ।
ଅଭିକା ଗୋର୍ ବହୁତ ଦିନ ଧରି ମିଲିନ୍ଦଙ୍କୁ ଡେଟ୍ କରୁଥିଲେ। ବହୁତ ଦିନ ଧରି ଡେଟ୍ କରିବା ପରେ ସେମାନେ ଜାତୀୟ ଟେଲିଭିଜନରେ ବିବାହ କରିଥିଲେ। ବିବାହ ପରେ, ଅଭିନେତ୍ରୀ ବିଦେଶକୁ ସ୍ଥାନାନ୍ତରିତ ହୋଇଥିଲେ। ତଥାପି, ସେ କାର୍ଯ୍ୟ କ୍ଷେତ୍ରରେ ସକ୍ରିୟ ଅଛନ୍ତି । ଟିଭି ସିରିଏଲ 'ବାଳିକା ବଧୂ' ଆନନ୍ଦୀ ଭୂମିକାରେ ସମସ୍ତଙ୍କ ମନ ଜିଣିଥିଲେ ଆଭିକା । ଘରେ ଘରେ ବାଳିକା ବଧୂ ନାମରେ ପରିଚିତ ହୋଇଥିଲେ ।
ଏହା ବି ପଢନ୍ତୁ...Pawan Singh : ମା'ଙ୍କ ପାଦ ଧରି ଇମୋସନାଲ୍ ହେଲେ ପାୱାର ଷ୍ଟାର୍ ପୱନ ସିଂ, କହିଲେ ମା' ନାହିଁ ତ ମୁଁ ..