ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ହୃଦ୍‌ରୋଗରେ ଆକ୍ରାନ୍ତ କରିବ କି ଏସି ? ଜାଣନ୍ତୁ...

Published By : Harapriya Sethi | October 18, 2024 11:09 AM

ଭୁବନେଶ୍ୱର,୧୮/୧୦: ଆଜିକାଲି ଅଫିସ୍, ଘର, ମଲ୍‌ ଆଦିରେ ଏୟାର୍‌ କଣ୍ଡିସନର ସୁବିଧା ଲୋକଙ୍କୁ ମିଳୁଛି । ଏବେ ଯେମିତି ପ୍ରବଳ ଗରମ ଅନୁଭୂତ ହେଉଛି ଲୋକେ ଏସି ଘରୁ ବାହାରିବାକୁ ଚାହୁଁ ନାହାନ୍ତି । ଅଫିସ୍‌ରେ ଲୋକଙ୍କୁ ନିତିଦିନ ଏସିରେ ଦୀର୍ଘ ସମୟ ବସି ରହି କାମ କରିବାକୁ ପଡ଼ିଥାଏ । ତେବେ ଏସି କିନ୍ତୁ ଶରୀର ପାଇଁ ଭଲ ନୁହେଁ । ଏସିରେ ଘଣ୍ଟାଏ ବସି ରହିବା ଦ୍ବାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସାମ୍ନା କରିବାକୁ ପଡ଼ିଥାଏ । ବିଏମ୍‌ସି ପବ୍ଲିକ୍‌ ହେଲ୍‌ଥରେ ପ୍ରକାଶିତ ଯେ, ଏୟାର୍ କଣ୍ଡିସନର ଶରୀର ଉପରେ ପ୍ରଭାବ ପକାଇଥାଏ । ଏହାଦ୍ୱାରା ହୃଦୟ ଏବଂ କିଡ୍‌ନୀ ଜନିତ ରୋଗ ହୋଇପାରେ।

ଏହାସତ୍ତ୍ୱେ ଶ୍ବାସକ୍ରିୟାରେ ସମସ୍ୟା ଭୋଗିବାକୁ ପଡ଼ିଥାଏ । କେବଳ ସେତିକି ନୁହେଁ, ଶ୍ୱାସନଳୀରେ ଯନ୍ତ୍ରଣା ଏବଂ ସଂକ୍ରମଣ ଆଶଙ୍କା ଅଧିକ ଅଛି । ସେହିପରି ଏସିରେ ଅଧିକ ସମୟ ବସି ରହିବା ଦ୍ୱାରା ତ୍ୱଚା ଶୁଷ୍କ ହୋଇଥାଏ । ଏପରିକି ତ୍ୱଚାର ଆର୍ଦ୍ରତା ମଧ୍ୟ ହ୍ରାସ ପାଇଥାଏ । ବେଶି ସମୟ ଏସିରେ ବସି ରହିଲେ ମୁଣ୍ଡବିନ୍ଧା, ଅସ୍ଥିରେ ଯନ୍ତ୍ରଣା ମଧ୍ୟ ଆରମ୍ଭ ହୋଇଥାଏ । ଏହା ସହ ଥଣ୍ଡା ଘରୁ ବାହାରକୁ ବାହାରିଲେ ଥଣ୍ଡା-ଜ୍ୱର ବି ହୋଇଥାଏ । ତେବେ ଅଧିକ ସମୟ ଏସିରେ ରହିବା ଦ୍ୱାରା ଡିହାଇଡ୍ରେସନ, ଆଲର୍ଜି, ଆଜମା ସମସ୍ୟା ମଧ୍ୟ ଦେଖା ଦେଇପାରେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.