- ବର୍ଡର-୨ ଟ୍ରେଲରକୁ ମିଳୁଛି ଖୁବ୍ ପ୍ରଶଂସା
- ଡାଏଲଗ୍ରେ ନିଆଁ ଲଗେଇ ଦେଇଛନ୍ତି ସନି ଦେଓଲ
- ସୋସିଆଲ ମିଡ଼ିଆରେ ଭାଇରାଲ ‘ବର୍ଡର-୨’ ଟ୍ରେଲର
ମୁମ୍ୱାଇ : ୨୦୨୬ର ମୋଷ୍ଟ ଆଣ୍ଟିସିପେଟେଡ୍ ଫିଲ୍ମ ମଧ୍ୟରୁ ଗୋଟିଏ ‘ବର୍ଡର-୨’ର ଟ୍ରେଲର ରିଲିଜ୍ ହୋଇ ସାରିଛି। ୩ ମିନିଟ୍ ୩୫ ସେକେଣ୍ଟର ଏହି ଟ୍ରେଲରରେ ବରୁଣ ଧୱନ , ଦିଲଜିତ୍ ଦୋସାଞ୍ଜ, ଅହାନ ଶେଟ୍ଟି ଓ ସନି ଦେଓଲଙ୍କ କମାଲ ପ୍ରଶଂସକଙ୍କୁ ସ୍ପଷ୍ଟ ନଜର ଆସୁଛି। ଏହି ଟ୍ରେଲର ଆସିବା ପରେ ଫିଲ୍ମକୁ ନେଇ ପ୍ରଶଂସକଙ୍କ ଉତ୍ସାହ ଆହୁରି ବଢି ଯାଇଛି। ଦର୍ଶକଙ୍କ କହିବାନୁସାରେ , ଯଦି ଟ୍ରେଲରରେ ଏତେ ଇମୋସନ୍ସ ଅଛି , ତ ପୂରା ଫିଲ୍ମରେ କେତେ ଥିବ।
ଟ୍ରେଲରରୁ ସ୍ପଷ୍ଟ ଯେ, ‘ବର୍ଡର-୨’ ୧୯୭୧ରେ ହୋଇଥିବା ଭାରତ-ପାକ୍ ଯୁଦ୍ଧ ଉପରେ ଆଧାରିତ। ଟ୍ରେଲରର ଆରମ୍ଭ ସନି ଦେଓଲଙ୍କ ପାୱରପୁଲ ଡାଏଲଗ୍ରୁ ଆରମ୍ଭ ହେଉଛି। ଟ୍ରେଲରର ଶେଷ ମଧ୍ୟ ସନି ଦେଓଲଙ୍କ ଦମଦାର ଡାଏଲଗ୍ରେ ହିଁ ହେଉଛି। ଟ୍ରେଲର ଦେଖିବା ପରେ ଲୋକେ ବରୁଣ ଧୱନଙ୍କର ଖୁବ୍ ପ୍ରଶଂସା କରୁଛନ୍ତି। ଲୋକେ କହୁଛନ୍ତି ବରୁଣ ଧୱନଙ୍କୁ ଟ୍ରୋଲ୍ କରୁଥିବା ଲୋକଙ୍କୁ କଡ଼ା ଜବାବ ମିଳିଯାଇଛି।
ଏହାସହ ମଧ୍ୟ ପଢନ୍ତୁ : ସଲମାନ ନୁହେଁ, ଶାହରୁଖ ହେଉଛନ୍ତି ଦେଶଦ୍ରୋହୀ : ଭୁଲ୍ରେ ନେଇଥିଲି ଭାଇଜାନଙ୍କ ନାଁ କହିଲେ ୟୁପିର ଏହି ମନ୍ତ୍ରୀ
‘ବର୍ଡର-୨’ ଟ୍ରେଲରରେ ସୋସିଆଲ ମିଡ଼ିଆ ୟୁଜରଙ୍କର ରିଆକ୍ସନ ମଧ୍ୟ ଆସିଛି। ଇନଷ୍ଟାଗ୍ରାମ୍ରେ ଟ୍ରେଲର ଭିଡ଼ିଓରେ ଅଧିକାଂଶ ଲୋକେ ଜୟ ହିନ୍ଦ୍ ଲେଖି ନିଜର ଖୁସି ବ୍ୟକ୍ତ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି – ବରୁଣ ଧୱନ ସମସ୍ତଙ୍କର କହିବା ବନ୍ଦ କରିଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି –ଏହି ଫିଲ୍ମର ଇମୋସନାଲ ଡେପଥ୍ ଏହାକୁ ଅନ୍ୟ ଫିଲ୍ମ ଠାରୁ ଅଲଗା କରିଛି। ଜଣେ ଲେଖିଛନ୍ତି – ଏହି ଫିଲ୍ମ ବକ୍ସ ଅଫିସରେ ସୁପର-ଡୁପର ହିଟ୍ ହେବ। ଆଉ ଜଣେ ଲେଖିଛନ୍ତି- ମୁଁ ଏବେ ଠାରୁ ହଲ୍ରେ ଗୁଞ୍ଜରିତ ବନ୍ଦେ ମାତରମ୍ ନାରା ଶୁଣି ପାରୁଛି।
ୟୁଟ୍ୟୁବ୍ରେ ଏହି ଟ୍ରେଲରକୁ ନେଇ ଜଣେ ୟୁଜର ଲେଖିଛନ୍ତି – ବ୍ଲକବଷ୍ଟର ଲୋଡିଂ । ଆଉ ଜଣେ ଲେଖିଛନ୍ତି- ରାଇଟରଙ୍କୁ ସଲାମ , ଡାଏଲଗ୍ରେ ବହୁତ ଦମ୍ ଅଛି ଏବଂ ସନି ପାଜି କହୁ ନାହାନ୍ତି , ନିଆଁ ଲଗେଇ ଦେଇଛନ୍ତି ...। ୩ୟ ୟୁଜର ଲେଖିଛନ୍ତି – ଏହି ଫିଲ୍ମକୁ ହିଟ୍ ହେବାରେ କେହି ରୋକି ପାରିବେ ନାହିଁ ।