PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ଅଭିନନ୍ଦନଙ୍କୁ ଅଭିନନ୍ଦନ; ଶତ୍ରୁ ଘରେ ୫୬ ଘଣ୍ଟା ଲଢ଼େଇ ପରେ ସିଂହ ଠାଣିରେ ଫେରିଲେ ୱିଙ୍ଗ କମାଣ୍ଡର, ରାତି ୯ଟା ୨୦ରେ ୱାଘା-ଅଟ୍ଟାରୀ ସୀମା ଦେଇ ସ୍ୱଦେଶ ଫେରିଲେ, ହସ୍ତାନ୍ତର ପ୍ରକ୍ରିୟାରେ ଜାଣିଶୁଣି ବିଳମ୍ବ କରିଥିଲା ପାକିସ୍ତାନ

source:www.thenewsminute.com

ନୂଆଦିଲ୍ଲୀ,୧ ।୩(ଏଜେନ୍ସି): ପାକିସ୍ତାନ ମାଟିରେ ପ୍ରାୟ ୫୬ ଘଣ୍ଟା ରହିବା ପରେ ଆଜି ରାତିରେ ଭାରତ ଫେରିଛନ୍ତି ବାୟୁସେନା ପାଇଲଟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ । ପାକିସ୍ତାନୀ ରେଞ୍ଜର୍ସ ତାଙ୍କୁ ୱାଘା-ଅଟ୍ଟାରୀ ସୀମାନ୍ତ ଗେଟରେ ରାତି ୯ଟା ୨୦ରେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି । ହସ୍ତାନ୍ତର ପ୍ରକ୍ରିୟା ବେଳେ ପାକିସ୍ତାନ ସ୍ଥିତ ଭାରତୀୟ ହାଇକମିଶନ ସହ ସଂଶ୍ଳୀଷ୍ଟ ପ୍ରତିରକ୍ଷା ଅଧିକାରୀ ତଥା ବାୟୁସେନା ଗ୍ରୁପ କ୍ୟାପଟେନ ଜୟ ଥୋମାସ କୁରିଏନ୍‌ ଉପସ୍ଥିତ ଥିଲେ ।
ତେବେ ତାଙ୍କୁ ହସ୍ତାନ୍ତର କରିବାରେ ପାକିସ୍ତାନ କର୍ତ୍ତୃପକ୍ଷ ଜାଣିଶୁଣି ବିଳମ୍ବ କରିଥିଲେ । ଅପରାହ୍ନ ୨ଟାରେ ତାଙ୍କୁ ମୁକ୍ତ କରାଯିବ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି କହିଥିଲେ । ପରେ ୫ରୁ ୬ଟା ଭିତରେ ଛଡାଯିବ ବୋଲି କୁହାଯାଇଥିଲା । କିନ୍ତୁ କାଗଜପତ୍ର କାମ ଯୋଗୁ ତାଙ୍କର ଫେରିବା ବିଳମ୍ବ ହୋଇଥିଲା । ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ରେ ତାଙ୍କୁ ଇସ୍‌ଲାମାବାଦରୁ ଲାହୋର ନିଆଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ହସ୍ତାନ୍ତର ସମ୍ପର୍କିତ ସମସ୍ତ ପ୍ରକ୍ରିୟା ଶେଷ କରାଯାଇଥିଲା । ତା ପରେ ସେଠାରୁ ୨୫ କି.ମି ଦୂର ୱାଘା-ଅଟ୍ଟାରୀ ସୀମାକୁ ଅଣାଯାଇଥିଲା । ପାକିସ୍ତାନୀ ରେଞ୍ଜର୍ସମାନେ ତାଙ୍କୁ ବିଏସ୍‌ଏଫକୁ ହସ୍ତାନ୍ତର କରିଥିଲେ । ୱାଘା ଗେଟ୍‌ ଅତିକ୍ରମ କରି ସେ ଅଟ୍ଟାରୀ ଗେଟ୍‌ରେ ପ୍ରବେଶ କରିବା ସହ ଭାରତ ମାଟିରେ ପାଦ ଦେଇଥିଲେ ।
ବାୟୁସେନାର ବରିଷ୍ଠ ଅଧିକାରୀ ଓ ସାଧାରଣ ଜନତା ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ପରେ ତାଙ୍କୁ ଅମୃତସର ନିଆଯାଇଥିଲା ଓ ସେଠାରୁ ସ୍ୱତନ୍ତ୍ର ବିମାନରେ ।ଦିଲ୍ଲୀ ଅଣାଯାଇଛି । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ନୂଆଦିଲ୍ଲୀରେ ତାଙ୍କ ପିତାମାତା ମଧ୍ୟ ଅପେକ୍ଷା କରି ରହିଥିଲେ । ସେମାନେ ତାଙ୍କୁ ଭେଟିଛନ୍ତି । ଅଭିନନ୍ଦନଙ୍କ ମୁକ୍ତି ପରେ ସମଗ୍ର ଦେଶରେ ଖୁସିର ଲହରି ଖେଳିଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ବିଭିନ୍ନ ଦଳର ନେତା ତାଙ୍କୁ ସ୍ୱାଗତ କରିଛନ୍ତି ।
ଭାରତର ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ଆସିଥିବା ପାକିସ୍ତାନର ଏକ ଯୁଦ୍ଧବିମାନ ଏଫ-୧୬କୁ ଅଭିନନ୍ଦନ ବୁଧବାର ମିସାଇଲ ମାଡ଼ କରି ଖସାଇ ଦେଇଥିଲେ । ମାତ୍ର ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ତାଙ୍କ ମିଗ-୨୧ ବାଇସନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ପିଓକେରେ ଖସିପଡିଥିଲା । ସେଠାରୁ ତାଙ୍କୁ ପାକିସ୍ତାନୀ ସେନା ଧରିନେଇଥିଲେ । ତାଙ୍କୁ ଶାରୀରିକ ନିର୍ଯାତନା ମଧ୍ୟ ଦେଇଥିଲେ । ମାତ୍ର ଭାରତର କଡା ଚେତାବନୀ ଓ କୂଟନୈତିକ ଚାପରେ ମୁଣ୍ଡ ନୁଆଁଇ ପାକିସ୍ତାନ ତାଙ୍କୁ ଛାଡିବାକୁ ବାଧ୍ୟ ହୋଇଛି ।
ପାକିସ୍ତାନକୁ ବାୟୁସେନା ସ୍ୱତନ୍ତ୍ର ବିମାନ ପଠାଇ ତାଙ୍କୁ ଆଣିବାକୁ ଚାହିଁଥିଲା । ଏଥିପାଇଁ ଗତକାଲି ବିଳମ୍ବିତ ରାତିରେ ପାକ୍‌ କର୍ତ୍ତୃପକ୍ଷଙ୍କ ସହ ଭାରତ କଥାବାର୍ତ୍ତା କରିଥିଲା । ମାତ୍ର ଏହାକୁ ପାକିସ୍ତାନ ଅଗ୍ରାହ୍ୟ କରିଦେଇଥିଲା । ବିମାନରେ ନୁହେଁ ଗାଡିରେ ଆଣି ଅଭିନନ୍ଦନଙ୍କୁ ୱାଘା-ଅଟ୍ଟାରୀ ସୀମାରେ ହସ୍ତାନ୍ତର କରିବ ବୋଲି କହିଥିଲା । ଏଭଳି କରିବା ପଛରେ ପାକିସ୍ତାନ ଉଦ୍ଦେଶ୍ୟ କିନ୍ତୁ ଭିନ୍ନ ଥିଲା । ଏସମସ୍ତ ଘଟଣାର ଖବର ଟେଲିଭିଜନ ଚ୍ୟାନେଲରେ ପ୍ରସାରଣ କରି ପାକିସ୍ତାନ ବଡକାମ କରିଛି ବୋଲି ବିଶ୍ୱବାସୀଙ୍କୁ ଜଣାଇବାକୁ ଚାହୁଁଥିଲା ।
ସେହିଭଳି ୱାଘା-ଅଟ୍ଟାରୀ ସୀମାର ଚେକପୋଷ୍ଟ ନିକଟରେ ପ୍ରତିଦିନ ହେଉଥିବା ବିଟିଂ ଦି ରିଟ୍ରିଟ ଉତ୍ସବକୁ ଆଜି ବିଏସ୍‌ଏଫ ବନ୍ଦ କରିଦେଇଥିଲା । ପାକିସ୍ତାନୀ ରେଞ୍ଜର୍ସଙ୍କୁ ମଧ୍ୟ ବନ୍ଦ କରିବା ଲାଗି ଭାରତ ଅନୁରୋଧ କରିଥିଲେ ମଧ୍ୟ ତାକୁ ପାକିସ୍ତାନ ଅଗ୍ରାହ୍ୟ କରିଦେଇଥିଲା । ଫଳରେ ପାକିସ୍ତାନ ତାହାର ବିଟିଂ ଦି ରିଟ୍ରିଟ ଉତ୍ସବ ପୂର୍ବଭଳି କରିଥିଲା ।
ୱ୍‌ିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ସ୍ୱାଗତ କରିବା ଓ ତାଙ୍କ ସାନ୍ନିଧ୍ୟ ପାଇବା ଲାଗି ଆଜି ସକାଳୁ ୱାଘା-ଅଟ୍ଟାରୀ ସୀମାରେ ହଜାର ହଜାର ଭାରତୀୟଙ୍କ ସମାଗମ ହୋଇଥିଲା । ଲୋକମାନେ ହାତରେ ଜାତୀୟ ପତାକା ଧରିବା ସହ ଡ୍ରମ ବଜାଇ ଦେଶାତ୍ମବୋଧ ଗୀତ ଗାଇଥିଲେ । ବନ୍ଦେ ମାତରମ ଓ ଭାରତ ମାତା କୀ ଜୟ ନାରାବାଜି କରିଥିଲେ । ଅଭିନନ୍ଦନଙ୍କ ଫେରିବା ସମୟ ଯେତିକି ବିଳମ୍ବ ହେଉଥିଲା ଲୋକଙ୍କ ଭିଡ ସେହି ପରିମାଣରେ ବଢ଼ୁଥିଲା ଓ ସେମାନଙ୍କ ମଧ୍ୟରେ ଉତ୍ସୁକତା ବି ବଢ଼ି ଚାଲିଥିଲା । ସନ୍ଧ୍ୟାରେ ହାଲ୍‌କା ବର୍ଷା ହୋଇଥିବା ସତ୍ତେ୍ୱ ଲୋକଙ୍କ ଭିଡ କମି ନଥିଲା । ଗେଟ ନିକଟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ ପୁଲିସ ବାଧ୍ୟହୋଇ ସେଠାରୁ ଲୋକଙ୍କୁ କିଛି ଦୂରକୁ ତଡି ଦେଇଥିଲା । ତଥାପି ଲୋକମାନେ କିଛି ଦୂରରେ ଅଭିନନ୍ଦନଙ୍କୁ ସ୍ୱାଗତ କରିବା ଲାଗି ଅପେକ୍ଷା କରି ରହିଥିଲେ ।
ଅପରପକ୍ଷରେ ଅଭିନନ୍ଦନଙ୍କୁ ନ ଛାଡିବା ପାଇଁ ପାକିସ୍ତାନରେ ପ୍ରୟାସ ମଧ୍ୟ ହୋଇଥିଲା । ମାତ୍ର ତାହା ଫଳପ୍ରଦ ହୋଇନଥିଲା । ପାକିସ୍ତାନର ଜଣେ ନାଗରିକ ଅଭିନନ୍ଦନଙ୍କ ମୁକ୍ତି ବିରୋଧରେ ଇସ୍‌ଲାମାବାଦ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ସେଥିରେ ସେ ଦର୍ଶାଇଥିଲେ ଭାରତୀୟ ପାଇଲଟ ଜଣକ ପାକିସ୍ତାନ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି । ତାଙ୍କ ବିଚାର ଏଠାରେ କରାଯିବା ଉଚିତ । ତେଣୁ ସରକାର ନେଇଥିବା ନିଷ୍ପତ୍ତି ଉପରେ ରୋକ ଲଗାଯାଉ । ମାତ୍ର ହାଇକୋର୍ଟ ଏହି ଆବେଦନକୁ ଖାରଜ

ସମ୍ବନ୍ଧିତ ଖବର