ଖୁବଶୀଘ୍ର ଫେରିଆସିବେ ୱିଙ୍ଗ କମାଣ୍ଡର ଅଭିନନ୍ଦନ !

source:http://newsmobile.in
ନୁଆଦିଲ୍ଲୀ ୨୮/୨: ଖୁବଶୀଘ୍ର ଦେଶକୁ ଫେରିଆସିବେ ମାଟିର ବୀରପୁତ୍ର ଅଭିନନ୍ଦନ ବର୍ତ୍ତମାନ । ଏଥିପାଇଁ ଭାରତ ସରକାର ସବୁ ଦିଗରୁ ପ୍ରୟାସ ଜାରି ରଖିଛନ୍ତି । ସୂଚନା ଅନୁସାରେ ପାକିସ୍ତାନ ସ୍ଥିତ ଭାରତୀୟ ହାଇ କମିଶନ୍ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟକୁ ଏକ ଡେମାର୍ଶ ବା ପ୍ରସ୍ତାବ ଦେଇଛନ୍ତି ଯାହା ଫଳରେ ୱିଙ୍ଗ କମାଣ୍ଡର ଖୁବଶୀଘ୍ର ଓ ସୁରକ୍ଷିତ ଫେରିଆସିବେ । ଠିକ୍ ଏମିତି ଏକ ଡେମାର୍ଶ ନୁଆଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନଙ୍କୁ ମଧ୍ଯ ପ୍ରଦାନ କରାଯାଇଛି । ନ୍ଯୁଜ ଏଜେନ୍ସି ଏଏନଆଇ ମାଧ୍ଯମରେ ଏହି ସୂଚନା ମିଳିଛି ।
Sources: Indian High Commission in Pakistan last evening gave a demarche to Pakistan Ministry of Foreign Affairs for immediate and safe return of Wing Commander Abhinandan. Similar Demarche was given to Pakistan’s acting High Commissioner in New Delhi yesterday. pic.twitter.com/OSznWFajGB
— ANI (@ANI) February 28, 2019
ସୂଚନା ଅନୁସାରେ ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡରଙ୍କ ଖୁବଶୀଘ୍ର ମୁକ୍ତି ସୁନିଶ୍ଚିତ କରିବାପାଇଁ ଭାରତ ଓ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ମଧ୍ୟରେ ଶୀର୍ଷ ସ୍ତରରେ ଆଲୋଚନା ଚାଲିଛି । ଏହା ପୂର୍ବରୁ ବୈଦେଶିକ ମନ୍ତ୍ରାଳୟ ପାକିସ୍ତାନର କାର୍ଯ୍ୟବାହକ ଉପାୟୁକ୍ତ ସୈୟଦ ହୈଦର ଶାହଙ୍କୁ ଭାରତୀୟ ପାଇଲଟଙ୍କ ତତ୍କାଳ ଓ ସୁରକ୍ଷିତ ମୁକ୍ତି ପାଇଁ ଅପିଲ୍ କରିଥିଲା ।
ମନ୍ତ୍ରାଳୟ ଏହା କହିଛି ଯେ ଭାରତ, ପାକିସ୍ତାନକୁ ଏହା ସ୍ପଷ୍ଟ କରିଦେଇଛି ଯେପରି ଭାରତୀୟ ପାଇଲଟଙ୍କ କୌଣସି କ୍ଷତି ନହୁଏ । ଏହାସହିତ ଜଣେ ଆହତ ସୁରକ୍ଷା କର୍ମୀଙ୍କୁ ପଡୋଶୀ ଦେଶ ଦ୍ୱାରା ଆନ୍ତର୍ଜାତୀୟ ଆଇନ ଓ ଜେନେଭା ଚୁକ୍ତିର ନିୟମର ଉଲଙ୍ଘନ କରି ଅଶୋଭନୀୟ ଉପାୟରେ ଦେଖାଇବା ଯୋଗୁଁ ମଧ୍ଯ ଭାରତ ଖପ୍ପା ଅଛି ଏବଂ ଏହାର ଦୃଢ ପ୍ରତିବାଦ କରିଛି ।
ଅଧିକ ପଢନ୍ତୁ ୱିଙ୍ଗ କମାଣ୍ଡରଙ୍କୁ ଶୁକ୍ରବାର ଛଡାଯିବ ବୋଲି ପାକିସ୍ତାନ ସଂସଦରେ କହିଲେ ଇମ୍ରାନ୍