PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

ଚୋରି ସନ୍ଦେହରେ ମହିଳାଙ୍କୁ ରାସ୍ତାରେ ନିର୍ଯାତନା, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ

Representative image

ବ୍ରହ୍ମପୁର, ୨୩।୫ ଚୋରି ସନ୍ଦେହରେ ପୁରୁଷୋତ୍ତମପୁର ଥାନା ଚିଙ୍ଗୁଡ଼ିଘାଇରେ ଜଣେ ଯୁବକଙ୍କୁ ପିଟିପିଟି ମାରିଦେଲେ । ଏହି ନିର୍ମମ ହତ୍ୟାକାଣ୍ଡରେ ସମସ୍ତ ଅଭିଯୁକ୍ତ ଗିରଫ ହୋଇନଥିବା ବେଳେ ସାରା ରାଜ୍ୟରେ ଏହି ଘଟଣା ଚର୍ଚ୍ଚିତ ହୋଇଛି । ମଙ୍ଗଳବାର ଚୋରି ସନ୍ଦେହରେ ଜଣେ ମହିଳାଙ୍କୁ ବିଚ୍ ରାସ୍ତାରେ ଦୁଇଜଣମହିଳା ନିର୍ଯାତନା ଦେଉଥିବା ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ହୋଇଛି। ବ୍ରହ୍ମପୁର ମେଡିକାଲ ଛକ ନିକଟ ମର୍ଦ୍ଦରାଜ ଭେଣ୍ଡିଂ ଜୋନ୍ ରାସ୍ତାରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଦୁଇଜଣ ମହିଳା ଆଉ ଜଣେ ମହିଳାଙ୍କୁ ଘୋଷାଡି ଘୋଷାଡି ନେଉଥିଲେ । ତାଙ୍କ ଘରୁ ସଂପୃକ୍ତ ମହିଳା ଚୋରି କରିଥିବା ଅଭିଯୋଗ କରୁଥିଲେ। ଦୁଇଜଣ ମହିଳା ତାଙ୍କୁ ମାଡ଼ ମଧ୍ୟ ମାରିଛନ୍ତି । ମଙ୍ଗଳବାର ସକାଳ ୮ଟାର ଏହି ଘଟଣା ବୋଲି ସ୍ଥାନୀୟ କିଛି ଲୋକ ପ୍ରକାଶ କରିଛନ୍ତି । ଦୁଃଖର ବିଷୟ ହେଲା ଜଣେ ମହିଳାଙ୍କ ପ୍ରତି ଏଭଳି ଆଚରଣ ଓ ନିର୍ଯାତନା ହେଉଥିବା ବେଳେ କିଛି ଲୋକ ଏହାର ଭିଡିଓ ଉତ୍ତୋଳନ କରିଛନ୍ତି। କିନ୍ତୁ ପୁଲିସକୁ କେହି ସୂଚନା ଦେଇନାହାନ୍ତି କି ଏହାର ପ୍ରତିବାଦ କରିନାହାନ୍ତି। ଘଣ୍ଟାଏ ଧରି ରାସ୍ତା ଉପରେ ସେହି ମହିଳାଙ୍କୁ ଅଟକ ରଖିବା ପରେ ଛାଡିଦେଇଥିଲେ।