ଦେବଗଡ, ୩।୧୧ :  ୪୯  ନମ୍ବର ଜାତୀୟ ରାଜପଥର ବାରକୋଟ ବ୍ଳକ ଛକରେ  ମର୍ମନ୍ତୁଦଦୁର୍ଘଟଣା। ସ୍ବାମୀ ଆଗରେ ଜଣେ ମହିଳାଙ୍କ ଉପରେ ମାଡିଗଲା ଟ୍ରକ। ଘଟଣାସ୍ଥଳ‌ରେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ବୈଷ୍ଣବପାଲି ଗ୍ରାମ ର ଶକୁନ୍ତଳା ମୁଣ୍ଡା।

ବୈଷ୍ଣବପାଲି ଗ୍ରାମର ବିନୋଦ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ଶକୁନ୍ତଳା ମୁଣ୍ଡା ବାଇକରେ ଯାଉଥିଲେ। ବାରକୋଟ ବ୍ଳକ ଛକ ନିକଟରେ ଏକ ଫଳ ବୋଝେଇ ଟ୍ରକ ବାଇକକୁ ଧକ୍କା ଦେଇଥିଲା। ଏହି ସମୟରେ ଶକୁନ୍ତଳା ପଡିଯିବାରୁ ତାଙ୍କ ଉପରେ ଟ୍ରକ ମାଡିଯାଇଥିଲା। ଘଟଣାସ୍ଥଳରେ  ଶକୁନ୍ତଳାଙ୍କ ମୃତ୍ୟୁ ଘଟିଛି।  ବିନୋଦ ଅଳ୍ପକେ ବର୍ତ୍ତି ଯାଇଛନ୍ତି।