କଳାହାଣ୍ଡି, ୨୯।୧ ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ରାସ୍ତା ଡେଙ୍ଗସର୍ଗି ଗାଁ ନିକଟରେ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି l ମୃତ ମହିଳା ଜଣକ ହେଲେ  ଭୁର୍କୁଲି ମାଝୀ  l  ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି। 

ମହିଳାଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ପରିବାର ଲୋକେ କ୍ଷତିପୂରଣ ଦାବିରେ ମୁନିଗୁଡ଼ା-ଲାଞ୍ଜିଗଡ଼ ରାସ୍ତା ଅବରୋଧ କରିଛନ୍ତି।   ଫଳରେ ମୁନିଗୁଡ଼ାରୁ ଲାଞ୍ଜିଗଡ ଶିଳ୍ପାଞ୍ଚଳକୁ ଯୋଗାଯୋଗ ଠପ ହୋଇଯାଇଛି l ଘଟଣାସ୍ଥଳରେ ଲାଞ୍ଜିଗଡ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି l ପୁଲିସ ପକ୍ଷରୁ ଦୁର୍ଘଟଣା ଘଟାଇ ପଳାଇ ଯାଇଥିବା ହାଇୱାକୁ ଜବତ କରାଯିବାକୁ ଉଦ୍ୟମ ଜାରି ରହିଛି ବୋଲି ଲାଞ୍ଜିଗଡ ଥାନାଧିକାରୀ ଜିତେନ୍ଦ୍ର ବିଶ୍ୱାଳ ସୂଚନା ଦେଇଛନ୍ତି।