ପ୍ରମୂଖ ଖବର

ହାଇୱା ଧକ୍କାରେ ମହିଳାଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

Published By : Suraj Kumar | January 29, 2025 10:56 PM

କଳାହାଣ୍ଡି, ୨୯।୧ ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ରାସ୍ତା ଡେଙ୍ଗସର୍ଗି ଗାଁ ନିକଟରେ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି l ମୃତ ମହିଳା ଜଣକ ହେଲେ  ଭୁର୍କୁଲି ମାଝୀ  l  ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି। 

ମହିଳାଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ପରିବାର ଲୋକେ କ୍ଷତିପୂରଣ ଦାବିରେ ମୁନିଗୁଡ଼ା-ଲାଞ୍ଜିଗଡ଼ ରାସ୍ତା ଅବରୋଧ କରିଛନ୍ତି।   ଫଳରେ ମୁନିଗୁଡ଼ାରୁ ଲାଞ୍ଜିଗଡ ଶିଳ୍ପାଞ୍ଚଳକୁ ଯୋଗାଯୋଗ ଠପ ହୋଇଯାଇଛି l ଘଟଣାସ୍ଥଳରେ ଲାଞ୍ଜିଗଡ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି l ପୁଲିସ ପକ୍ଷରୁ ଦୁର୍ଘଟଣା ଘଟାଇ ପଳାଇ ଯାଇଥିବା ହାଇୱାକୁ ଜବତ କରାଯିବାକୁ ଉଦ୍ୟମ ଜାରି ରହିଛି ବୋଲି ଲାଞ୍ଜିଗଡ ଥାନାଧିକାରୀ ଜିତେନ୍ଦ୍ର ବିଶ୍ୱାଳ ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.