ଆଠଗଡ଼,୧୧/୧୦: ଦନ୍ତା ଆକ୍ରମଣରେ ପ୍ରାଣ ହରାଇଲେ ମହିଳା ।  ମୃତ ମହିଳା ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଖିରିଖିଆ ଗ୍ରାମର ୫୫ ବର୍ଷୀୟ ବେଲ ତିରିଆ ବୋଲି ଜଣାପଡ଼ିଛି । ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣି ରେଞ୍ଜ ଗୋବରା ସଂରକ୍ଷିତ ଜଙ୍ଗଲରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ବେଲ ତିରିଆ ଗୁରୁବାର ସନ୍ଧ୍ୟା ସମୟରେ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ । ଏହି ସମୟରେ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇ ନିଖୋଜ ଥିଲେ । ଘରକୁ ଫେରିବାରେ ବିଳମ୍ୱ ହେବାରୁ ମହିଳାଙ୍କ ପରିବାର ଲୋକେ ତାଙ୍କୁ ଜଙ୍ଗଲରେ ଖୋଜାଖୋଜି କରିଥିଲେ । ସେଠାରେ ଖୋଜାଖୋଜି କରିବା  ସମୟରେ ମହିଳାଙ୍କ ମୃତଦେହ ଦେଖିବାକୁ ପାଇଥିଲେ ।ଏହା ଦେଖି ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ   ଖୁଣ୍ଟୁଣି ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ ।  ସେଠାରେ ପହଞ୍ଚି  ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଅଧିକ ତଦନ୍ତ ଚଳାଇଛି ବନ ବିଭାଗ।