ବାଣପୁର, ୨୮।୭ : ବିଲକୁ ଚାଷ କାର୍ଯ୍ୟ ଦେଖିବାକୁ ଯାଇଥିବା ବେଳେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଖୋରଧା ଜିଲ୍ଲାର ବାଣପୁର ଥାନା ଅଧିନସ୍ଥ ପଞ୍ଚୁଗାଁ ଗାଁରେ ଘଟିଛି ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ମୃତକ ଜଣକ ହେଲେ ବାସନ୍ତି ସୁବୁଦ୍ଧି।
ଖୋରଧା ଜିଲ୍ଲାର ବାଣପୁର ଥାନା ଅଧିନସ୍ଥ ପଞ୍ଚୁଗାଁ ଗାଁର ରାମଚନ୍ଦ୍ର ସୁବୁଦ୍ଧିଙ୍କ ପତ୍ନୀ ବାସନ୍ତି ସୁବୁଦ୍ଧି ନିଜର ଧାନଚାଷ କାର୍ଯ୍ୟ ଦେଖିବା ପାଇଁ ବିଲକୁ ଯାଇଥିଲେ । ଏହି ସମୟରେ ହଠାତ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା । ବଜ୍ରାଘାତରେ ହିଁ ସେଠାରେ ବାସନ୍ତିଙ୍କ ମୃତ୍ୟୁ ଘଟିଥିଲା । ବାଣପୁର ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଏନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ଆହୁରି ପଢନ୍ତୁ : ଘର ଆଗରେ ଯୁବକଙ୍କୁ ପଥରରେ ଛେଚି ବିଭତ୍ସ ହତ୍ୟା