ପାଟଣାଗଡ଼, ୨୭।୭ : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ବାଘମୁଣ୍ଡ ଗାଁରେ ଅଭାବନୀୟ ଘଟଣା । ଜଣେ ଯୁବକଙ୍କୁ ସେହି ଗାଁର ପାଞ୍ଚଜଣ ଯୁବକ ପଥରରେ ଛେଚି ବିଭତ୍ସ ହତ୍ୟା କରିଛନ୍ତି। ମୃତକ ହେଲେ ବାଘମୁଣ୍ଡ ଗାଁର ମୁକୁନ୍ଦ ସାହୁ।
ରବିବାର ବାଘମୁଣ୍ଡରେ ବାହୁଡା଼ଯାତ୍ରା ଚାଲିଥିବା ବେଳେ ମୁକୁନ୍ଦ ବିଳମ୍ବିତ ରାତ୍ରିପର୍ଯ୍ୟନ୍ତ ବାହୁଡା଼ଯାତ୍ରା ଦେଖି ଘରକୁ ଫେରିଥିଲେ। ମୁକୁନ୍ଦ ସାହୁଙ୍କ ଘରକୁ ଆସି ସେହି ଗାଁର ଜଣେ ଯୁବକ କୌଣସି କାରଣକୁ ନେଇ ବଚସା କରି ଫେରିଯାଇଥିଲେ। ପରେ ଯୁବକ ଜଣକ ସେହି ଗାଁ ର ଅନ୍ୟ ୪ଜଣ ଯୁବକଙ୍କୁ ଧରି ଆସି ମୁକୁନ୍ଦଙ୍କ ଘରକୁ ଢେଲାପଥର ମାରିଥିଲେ । ମୁକୁନ୍ଦ ଓ ତାଙ୍କ ବଡବାପାଙ୍କ ପୁଅ ଘରୁ ବାହାରକୁ ଆସିଥିଲେ। ଯୁବକମାନେ ମୁକୁନ୍ଦଙ୍କୁ ପଥରରେ ଛେଚି ହତ୍ୟା କରିଥିବା ମୃତକଙ୍କ ପରିବାର ତରଫରୁ ଲରମ୍ଭା ଥାନାରେ ଅଭିଯୋଗ କରିଥିଲେ। ଲରମ୍ଭା ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ଶବ ଜବତ କରି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ପାଞ୍ଚଜଣଙ୍କୁ ଅଟକ ରଖିଛି। ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି।
ଆହୁରି ପଢନ୍ତୁ : ବର୍ଷା ମୁକାବିଲା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି : ରାଜସ୍ବ ମନ୍ତ୍ରୀ