ମହିଳାଙ୍କ ଅଜବ ନିଶା ! କେବଳ ଏଇଥି ପାଇଁ କେରଳରୁ କତର ଯାତ୍ରା କଲେ ୫ଟି ପିଲାର ମାଆ !

ନୂଆଦିଲ୍ଲୀ : ଆପଣ ବହୁତ କ୍ରିକେଟ୍ ପ୍ରେମୀଙ୍କ ବିଷୟରେ ପଢ଼ିଥିବେ ଓ ଶୁଣିଥିବେ , ହେଲେ ୫ ପିଲାଙ୍କର ମାଆଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା , ଯିଏକି କେବଳ କ୍ରିକେଟ ପ୍ରେମୀ ନୁହେଁ ଏହାସହ ଫୁଟବଲ ପ୍ରେମୀ ମଧ୍ୟ। କେରଳରେ ରହୁଥିବା ଏହି ୫ ପିଲାର ମାଆ ନିଜର ମହିନ୍ଦ୍ରା ଥର କାର୍ନେଇ କତରରେ ପହଞ୍ଚି ଗଲେ । ଆସନ୍ତୁ ଏବେ ଜାଣିବା ସେ ଏମିତି କାହିଁକି କଲେ ।

ପ୍ରକୃତ କଥା ହେଲା , ଏହି ସମୟରେ ଫିଫା ୱାର୍ଲ୍ଡ କପ୍ କତର -୨୦୨୨ ଚାଲୁ ରହିଛି ,ଯାହାକୁ ଦେଖିବା ପାଇଁ କେରଳରେ ରହୁଥିବା ୫ ପିଲାଙ୍କର ମାଆ କତରରେ ପହଞ୍ଚି ଥିଲେ । ମହିଳା ଜଣଙ୍କ ଫୁଟବଲ ଷ୍ଟାର ଲିୟୋନେଲ ମେସିଙ୍କର ଜଣେ ବଡ଼ ପ୍ରଶଂସକ । ମହିଳା ନିଜର ପସନ୍ଦର ଫୁଟବଲ ଟିମ୍ ଆର୍ଜେଣ୍ଟିନାକୁ ଖେଳିବାର ଦେଖିବା ପାଇଁ ନିଜର ମହିନ୍ଦ୍ରା ଥର୍ରେ କତରକୁ ଏକଲା ଯାତ୍ରା କରିଥିଲେ । ନାଜି ନୌସି ନାମକ ଏହି ମହିଳା ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ୧୫ ଅକ୍ଟୋବରରେ ମସ୍କଟରୁ ନିଜର ଯାତ୍ରା ଆରମ୍ଭ କରିଥିଲେ । ପ୍ରଥମେ ରେଳ ଇଞ୍ଜିନ୍ , ଏହାପରେ ବ୍ରିଜ୍ ଓ ଏବେ ମୋବାଇଲ ଟାୱାର ଚୋରି ; ବିହାରରେ ଅଜବ ଘଟଣା !
ନାଜି ନୌସି ନିଜର ଏସୟୁଭିକୁ ମୁମ୍ୱାଇରୁ ଓମାନ ପଠାଇ ଦେଇଥିଲେ । ଏହା ଏହି ଦେଶରୁ କତର ପଠା ଯାଇଥିବା ପ୍ରଥମ ଭାରତୀୟ-ପଞ୍ଜୀକୃତ ଗାଡ଼ି ହୋଇଥିଲା । ମହିଳା ମସ୍କଟରୁ ହଟିଥିବା ସୀମାରେ ଯାତ୍ରା ଆରମ୍ଭ କରିଥିଲେ ଏବଂ ଦୁବାଇ , ବୁର୍ଜ ଖଲିଫାରେ ବିଶ୍ୱର ସବୁଠୁ ଉଚ୍ଚ ଟାୱାର ପାଖରେ ନିଜର ଫଟୋ ଉଠାଇ ଥିଲେ ।