PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଘର କାନ୍ଥରୁ ମିଳିଲା ୧୩୫ ବର୍ଷ ପୁରୁଣା ହ୍ୱିସ୍କି ବୋତଲ ଓ ଏକ ଚିଠି, ଲେଖା ହୋଇଛି…

ନୂଆଦିଲ୍ଲୀ ୧୯/୧୧: ଅନେକ ସମୟରେ ଦେଖାଯାଏ କି କୌଣସି ପୁରୁଣା ଘର କାମ ଚାଲିବାବେଳେ କିଛି ଅଜବ ପୁରୁଣା ଜିନିଷ ମିଳିଥାଏ । ତେବେ ନିକଟରେ ଜଣେ ମହିଳାଙ୍କୁ ଏମିତି ଏକ ଜିନିଷ ମିଳିଛି ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହା ହେଉଛି ଏକ ହ୍ୱିସ୍କି ବୋତଲ, ଏବଂ ତା ପୁଣି ୧୩୫ ବର୍ଷ ପୁରୁଣା ।

ଘଟଣାଟି ସ୍କଟଲ୍ୟାଣ୍ଡର । ଜଣେ ମହିଳାଙ୍କ ଘରେ ଏମିତି ହୋଇଛି । ସୂଚନା ଅନୁସାରେ ଏହି ମହିଳା ସ୍କଟଲ୍ୟାଣ୍ଡର ଏଡିନବର୍ଗରେ ରୁହନ୍ତି । ମହିଳାଙ୍କ ନାଁ ଏଲିଡ୍ ଷ୍ଟିପ୍ସନ । କୁହାଯାଉଛି କି ମହିଳା ନିଜ ପୁରୁଣା ଘର ମରାମତି କରୁଥିଲେ । ପ୍ଲମ୍ବର ଏବଂ କିଛି ଲେବର କାମ କରୁଥିଲେ । ଏହି ସମୟରେ ପୁରୁଣା କାନ୍ଥରୁ ହ୍ୱିସ୍କି ବୋତଲ ମିଳିଲା । କାମ କରୁଥିବା ଲୋକମାନେ ବୋତଲ ଦେଖି ମହିଳାଙ୍କୁ ଡାକିଥିଲେ । ମହିଳା ଆସି ଏହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଖାସ୍ କଥା ହେଉଛି ହ୍ୱିସ୍କି ବୋତଲରେ ତାରିଖ ମଧ୍ୟ ଲେଖା ଥିଲା । ବୋତଲ ସହିତ ଏକ ଚିଠି ମଧ୍ୟ ପଡିଥିଲା ।

ଚିଠିରେ ତାରିଖ ଲେଖାଥିଲା ୬ ଅକ୍ଟୋବର ୧୮୮୭ । ଏଥିରେ ଲେଖାଥିଲା କି ‘ଜେମ୍ସ ରିଚି ଏବଂ ଜନ୍ ଗ୍ରିଭ୍ ଏହି ଚଟାଣକୁ ତିଆରି କରିଥିଲେ କିନ୍ତୁ ସେ ଏହି ହ୍ୱିସ୍କି ବୋତଲରୁ ମଦ ପିଇନାହାଁନ୍ତି ।‘ ତେବେ ସେହି ବୋତଲରେ ମାତ୍ର ଅଳ୍ପ ମଦ ଥିଲା । ଏହି ବୋତଲ ଏବଂ ଏହି ଚିଠିକୁ ପଢି ମହିଳା ଏବଂ ତାଙ୍କ ପରିବାର ଲୋକେ ଚକିତ ହୋଇଗଲେ । ତେବେ ବର୍ତ୍ତମାନ ସେ ଏହାକୁ ସମ୍ଭାଳିକି ରଖିଛନ୍ତି ।

ସମ୍ବନ୍ଧିତ ଖବର