ପ୍ରମୂଖ ଖବର
  • ସମ୍ବଲପୁର : ନୂଆଁଖାଇ ପାଇଁ ଲଗ୍ନ ନିର୍ଘଣ୍ଟ, ୨୮ରେ ଲାଗି ହେବ ନବାନ୍ନ
  • ||
  • ରବିବାର ଭାରତରେ ପହଞ୍ଚିବେ ମହକାଶଚାରୀ ଶୁଭାଂଶୁ ଶୁକ୍ଳା
  • ||
  • ଅଗଷ୍ଟ ୧୮ରେ ଭାରତ ଆସୁଛନ୍ତି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି
  • ||
  • ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ , ପାସ୍‌ ହାର ୫୬.୨୩ ପ୍ରତିଶତ
  • ||
  • ବୌଦ୍ଧ ଗସ୍ତରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଟକର ପ୍ରସିଦ୍ଧ ଦହିବରା ଦୋକାନୀ ରଘୁ ମଉସାଙ୍କ ପରଲୋକ
  • ||
  • ନୂଆପଡ଼: ରାସ୍ତାରୁ ଗୋରୁଙ୍କୁ ଘଉଡ଼ାଇବା ବେଳେ ପିଟିଲା ପିକ୍ଅପ୍‌ ଭ୍ୟାନ୍; ଜଣେ ମୃତ, ଜଣେ ଗୁରୁତର
  • ||
  • ଦୟୀନଦୀରେ ନାବାଳକ ବୁଡ଼ିଯିବା ଘଟଣା, ୬ କିମି ଦୂରରୁ ଛାତ୍ରଙ୍କ ମୃତଦେହ ଠାବ
  • ||
  • କାଲିମେଳା : ଲଗାଣ ବର୍ଷାରେ ବୁଡ଼ିଲା ଏମ୍‌ଭି ୯୬ ପୋଲ, ଯାତାୟାତ ଠପ୍
  • ||
  • ଢେଙ୍କାନାଳ : ସୁଇମିଂ ପୁଲ୍‌ରୁ ଉତ୍ତରାଖଣ୍ଡ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ୍ : ଧରାପଡ଼ିଲେ ସ୍କର୍ପିଓ ଡ୍ରାଇଭର ଓ ସହଯୋଗୀ, ଥାର୍ ମାଲିକଙ୍କ ମିଳୁନି ପତ୍ତା
  • ||
  • ବାଲିପାଟଣାରେ ଯୁବକଙ୍କୁ ଜୀଅନ୍ତା ଜାଳିଦେବା ଘଟଣା: ବାପା ଏବଂ ସାବତ ଭାଇ ଗିରଫ, ପୁଲିସର ଖୋଳତାଡ଼
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୫ ଦିନ ଛେଚିବ ବର୍ଷା, ଆଜି ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||
  • ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ଙ୍କ ମଧ୍ୟରେ ୩ ଘଣ୍ଟା ଧରି ଆଲୋଚନା,ବାହାରିଲାନି ନିଷ୍କର୍ସ, ବନ୍ଦ ହେବନି ଋଷ-ୟୁକେନ୍ ଯୁଦ୍ଧ
  • ||

ସ୍ୱାମୀକୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେଇଥିଲା ସ୍ତ୍ରୀ, ଭିନ୍ନକ୍ଷମ ସହଯୋଗୀ ସହ ମିଶି ରଚିଥିଲେ ଷଡ଼ଯନ୍ତ୍ର

Published By : Rasmita Pradhan | August 16, 2025 2:49 PM

ରାଜଗାଙ୍ଗପୁର, ୧୬/୮ : ଘରୋଇ କଳହକୁ ନେଇ ସ୍ୱାମୀକୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲା ସ୍ତ୍ରୀ। ଜଣେ ଭିନ୍ନକ୍ଷମ ପୁରୁଷ ସହଯୋଗୀ ସହ ମିଶି ରଚିଥିଲା ଷଡ଼ଯନ୍ତ୍ର। ତଦନ୍ତ ପରେ ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛି ପୁଲିସ।    ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ବୁଢ଼ାମ ପଞ୍ଚାୟତର ଢେଙ୍ଗୁରପାଣି ଗ୍ରାମ ତୁରୀଟୋଲି ଅଞ୍ଚଳରେ ଏଭଳି ଘଟଣା ଘଟିଛି। ମୃତକ ଜଣକ ବାବୁଲାଲ ଲାକ୍ରା (୫୮ ବର୍ଷ)।   ଅଭିଯୁକ୍ତ ସ୍ତ୍ରୀ ସିଂଘି ଲାକ୍ରା (୫୫ବର୍ଷ)ଙ୍କୁ ପୁଲିସ ଗିରଫ କରିଛି।

ସୂଚନାନୁଯାୟୀ, ଗତ ୯ ତାରିଖ ରାଖୀ ପୂର୍ଣ୍ଣିମାରେ ମାଛ ତରକାରୀକୁ ନେଇ ତୁରୀଟୋଲି ଅଞ୍ଚଳର ବାବୁଲାଲ ଲାକ୍ରା ଓ ସ୍ତ୍ରୀ ସିଂଘିଙ୍କ ମଧ୍ୟରେ ଝଗଡା ହୋଇଥିଲା। ସ୍ୱାମୀ ମଦ ପିଇ ଖାଇବା ଥାଳିକୁ ଗୋଇଠା ମାରିବା ସହ ସ୍ତ୍ରୀ ସିଂଘିକୁ ମାଡ଼ ମାରିଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସ୍ତ୍ରୀ ସିଂଘି ଘରେ ପଡିଥିବା ଏକ ଫାର୍ସାରେ ପଛ ପଟୁ ବାବୁଲାଲର ମୁଣ୍ଡ ଓ ବେକକୁ ଆଘାତ କରିଥଲା । ଯାହାଫଳରେ ବାବୁଲାଲ ଅଚେତ୍ ହୋଇ ପଡି ଯାଇଥିଲା। ସ୍ୱାମୀ ମରି ଯାଇଥିବା ଭାବି ସିଂଘି ଅନ୍ୟ ଜଣେ ପୁରୁଷ ସହଯୋଗୀ କୁନ୍ଦା ସହ ମିଶି ସ୍ୱାମୀଙ୍କ ବେକରେ ରଶି ଲଗାଇ ରାତିରେ ଘର ବାହାରେ ଏକ ଆମ୍ଵ ଗଛରେ ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦେଇଥିଲା। ଅଗଷ୍ଟ ୧୦ ତାରିଖରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା।  ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। 

ପରବର୍ତ୍ତୀ ସମୟରେ ମୃତ ବାବୁଲାଲଙ୍କ ଝିଅ ଓ ଜ୍ୱାଇଁଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରିଥିଲା। ଏହି ଘଟଣାରେ ଅଭିଯୁକ୍ତ ସ୍ତ୍ରୀ ସିଂଘି ନିଜ ଦୋଷ ସ୍ୱୀକାର କରିଥିଲା। ଘଟଣା ସ୍ଥଳରେ ପୁଲିସ ସିନ୍ ରିକ୍ରିଏସନ କରିଥିଲା। ହତ୍ୟାକାଣ୍ଡରେ ବ୍ୟବହୃତ ଫାର୍ସା ଓ ରଶିକୁ ଜବତ କରିବା ସହ ଅଭିଯୁକ୍ତ ସ୍ତ୍ରୀ ସିଂଘିକୁ ଗିରଫ କରି କୋର୍ଟ ଚାଲାଣ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଦିବ୍ୟାଙ୍ଗ ସହଯୋଗୀ କୁନ୍ଦା ଫେରାର ଥିବା ବେଳେ ପୁଲିସ ତାକୁ ଗିରଫ କରିବାକୁ ଉଦ୍ୟମ ଜାରି ରଖିଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.