ଗୋଷାଣି/ପାରଳାଖେମୁଣ୍ଡି ୨୯/୧୨ : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ସାତମାଇଲ ଗ୍ରାମ ଛକ ନିକଟରେ ସନ୍ଧ୍ୟା ସାଢ଼େ ୬ଟା ସମୟରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଥିବା ଜଣାପଡିଛି । ଦୁଇ ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ରହିଛନ୍ତି । ଘଟଣାକୁ ନେଇ ଗୁରାଣ୍ଡି ଥାନାରେ ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରହିଛି ।