ବ୍ରେକଅପ୍ର ୪୩ ବର୍ଷ ପରେ ବି ଅତୁଟ ପ୍ରେମ … ପରସ୍ପରକୁ କଲେ ବିବାହ, ବୟସ୍କ ଦମ୍ପତିଙ୍କ ହୃଦୟସ୍ପର୍ଶୀ ଲଭ୍ ଷ୍ଟୋରୀ

ନୂଆଦିଲ୍ଲୀ : ପ୍ରଥମ ପ୍ରେମ ! ଏହି ଶବ୍ଦ ଆପଣ ଅନେକ ଲୋକଙ୍କ ଠାରୁ ଶୁଣି ଥିବେ। ଅଧିକାଂଶ ଲୋକ ଚାହାନ୍ତି କି, ପ୍ରଥମ ପ୍ରେମ ହିଁ ତାଙ୍କ ଜୀବନ ସାଥି ହେଉ । ହେଲେ ଅନେକାଂଶରେ ସ୍ଥିତି ଏମିତି ହୋଇଥାଏ କି, ନ ଚାହିଁ ବି ନିଜ ପ୍ରେମକୁ ଭୁଲିବାକୁ ପଡ଼ିଥାଏ । ଆମେରିକାର ଏକ ଦମ୍ପତିଙ୍କର ଏମିତି ହିଁ ହୃଦୟସ୍ପର୍ଶୀ ପ୍ରେମ କାହାଣୀ ଏହି ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ବ୍ରେକଅପ୍ର ୪୩ ବର୍ଷ ପରେ ଏହି ଦମ୍ପତି ବିବାହ କରିଥିଲେ ଏବଂ ତାହା ବି ସେହି ବ୍ୟକ୍ତିଙ୍କୁ ଯାହାଙ୍କୁ ସେ ହୃଦୟରୁ ଖୁବ୍ ଭଲ ପାଉଥିଲେ।
ଏହି କାହାଣୀ ଜିନ ୱାଟ୍ସ ଓ ତାଙ୍କର ପ୍ରେମିକ ଷ୍ଟିଫନ ୱାଟସଙ୍କର । ୧୯୭୧ ମସିହାରେ ସେମାନଙ୍କର କଲେଜ ଦିନରେ ଉଭୟଙ୍କର ସାକ୍ଷାତ ହୋଇଥିଲା । ସେ ଫ୍ରେସର ଥିଲେ । ଷ୍ଟିଫନ ତାଙ୍କର ସିନିୟର ଥିଲେ । ଦୁହେଁ ପରସ୍ପରକୁ ପସନ୍ଦ କରୁଥିଲେ। ଜିନ ୱାଟ୍ସ ନିଜ ମାଆଙ୍କୁ ଏହି କଥା କହିଥିଲେ ଏବଂ ବିବାହ କରିବାକୁ ଇଚ୍ଛା କରିଛନ୍ତି ଜଣାଇ ଥିଲେ , ତାଙ୍କ ମାଆ ଏହି କଥାରେ ରାଜି ହୋଇ ନଥିଲେ । ତାଙ୍କର ମାଆ ଅନ୍ତର୍ଜାତୀୟ ସମ୍ୱନ୍ଧର ବିରୋଧରେ ଥିଲେ। ସେ ଏହା ଚାହୁଁ ନଥିଲେ କି ତାଙ୍କର ଗୋରୀ ଝିଅ ଜଣେ ଅଶ୍ୱେତ ବ୍ୟକ୍ତିଙ୍କ ସହ ସଂପର୍କ ରଖୁ । ସେ ବିବାହ ପାଇଁ ଅନୁମତି ଦେବାକୁ ସ୍ପଷ୍ଟ ମନା କରିଦେଲେ ।
ଏସବୁ ସତ୍ତ୍ୱେ , ଏହି ପ୍ରେମୀ ଯୋଡ଼ି ଲୁଚାଛପାରେ ୭ବର୍ଷ ଯାଏ ପରସ୍ପରକୁ ଡେଟ୍ କରୁଥିଲେ । କିନ୍ତୁ ଯେବେ ଜିନ କଲେଜ୍ରୁ ପାସ୍ଆଉଟ୍ ହୋଇଗଲେ ଏବଂ ଏକ ଏମିତି ଚାକିରି କରିବା ଆରମ୍ଭ କରି ଦେଲେ , ଯେଉଁଥିରେ ଦୀର୍ଘ ଯାତ୍ରା କରିବାକୁ ପଡୁଥିଲା , ବିଳମ୍ୱିତ ସନ୍ଧ୍ୟା ଯାଏ ଶିଫ୍ଟ ହେଉଥିଲା ତ, ଉଭୟଙ୍କର ସାକ୍ଷାତ୍ କମ୍ ହୋଇଗଲା । ୬୯ ବର୍ଷିୟ ଜିନ୍ କହିଛନ୍ତି , ମୋ ମାଆ ବହୁତ ରକ୍ଷଣଶୀଳ ଥିଲେ। ଶେଷରେ ପରିବାରକୁ ବଦନାମ କରିବାକୁ ଚାହିଁ ନଥିଲି। ଏହା ଭାବି ଆମର ଭେଟ ବନ୍ଦ ହୋଇଗଲା । ମୋର ଏହି ସମୟରେ ବହୁତ ପଶ୍ଚାତାପ ହେଉଥିଲା , ହେଲେ ମୁଁ ଏମିତି କଲି ।
ଏହି ଭିତରେ ଜିନ୍ଙ୍କର ବିବାହ ହୋଇଗଲା । ହେଲେ ଅଧିକ ଦିନ ତିଷ୍ଠି ପାରି ନଥିଲା । ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଗଲା । ଅନେକ ବର୍ଷ ପରେ ତାଙ୍କୁ ଲାଗିଲା କି ଷ୍ଟିଫନଙ୍କର ତଲାସ କରିବା ଉଚିତ୍ । ୨୦୨୧ ମସିହାରେ ନିଜର ଭାଣିଜୀ ମାଧ୍ୟମରେ ସେ ଷ୍ଟିଫନଙ୍କୁ ଖୋଜି ପାଇଲେ । ଷ୍ଟିଫନଙ୍କର ବି କୌଣସି ସନ୍ତାନ ସନ୍ତତି ନଥିଲେ । ସେ ବେଘର ହୋଇ ଯାଇ ଥିଲେ । ତାଙ୍କୁ ଦୁଇ ଥର ହାର୍ଟଆଟାକ୍ ବି ହୋଇଥିଲା । ଏଥିପାଇଁ ନର୍ସିଂ ହୋମ୍ରେ ରହୁଥିଲେ । ଯେବେ ଜିନ୍ଙ୍କ ସହ ତାଙ୍କର ଭେଟ ହେଲା ,ତ ସେ ତୁରନ୍ତ ଚିହ୍ନି ପାରିଲେ ଏବଂ ଖୁସିରେ ବିଭୋଗ ହୋଇଗଲେ ।
ଜିନ୍ କହିଛନ୍ତି କି ମୋତେ ଜଣା ଥିଲା କି ସେ ଏବେ ବି ମୋତେ ଭଲ ପାଆନ୍ତି । ପରେ ଉଭୟ ଘରକୁ ଗଲେ ଏବଂ ଗତ ବର୍ଷ ଅକ୍ଟୋବରରେ ଦୁହେଁ ପରସ୍ପରକୁ ବିବାହ କରିଥିଲେ । ଷ୍ଟିଫନ କୁହନ୍ତି , ଜିନ ଖୁବ୍ ସ୍ୱତନ୍ତ୍ର । ସେ ମୋର ହୃଦୟ ଓ ପ୍ରାଣ । ମୁଁ ସର୍ବଦା ତାଙ୍କ ସାଥିରେ ରହିବାକୁ ଚାହେଁ ।