ହାତୀ ଆକ୍ରମଣରେ ମହିଳା ମୃତ

ନିମବାହାଳି, ୩୦।୧୧( ଆପ୍ର): ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ମେରାମଣ୍ଡଳି ସେକସନ ଅଧିନ ତାଳଡ଼ଙ୍ଗା ଗାଁରେ ଏକ ଦନ୍ତା ହାତୀ ଆକ୍ରମଣରେ ଦୀପ୍ତିମୟୀ ସାହୁ( ୪୯)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ହେଲେ ତାଳଡ଼ଙ୍ଗା ଗାଁ ର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସ୍ତ୍ରୀ ବୋଲି ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ମେରାମଣ୍ଡଳି ସେକ୍ସନର ଫରେଷ୍ଟ ଗାର୍ଡ, କର୍ମଚାରୀ ଓ ହାତୀ ସ୍କ୍ୱାର୍ଡ ଟିମ୍ ପହଞ୍ଚି ମୃତ ମହିଳାଙ୍କୁ ଉଦ୍ଧାର କରି ଗାଁ ନିକଟକୁ ଆଣିଥିବା ସୂଚନା ମିଳିଛି । ଏ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇ ଥିବା ବେଳେ ଘଟଣା ସ୍ଥଳରେ ମେରାମଣ୍ଡଳି ସେକସନର ଫରେଷ୍ଟର ସୁବାଷ ଚନ୍ଦ୍ର ସାହୁ ଓ ଫରେଷ୍ଟ ଗାର୍ଡ ଶ୍ରୀକାନ୍ତ ଗୁରୁ ଉତ୍ତ୍ୟକ୍ତ ଲୋକ ଙ୍କୁ ବୁଝାସୁଝା କରୁଥିବା ସୂଚନା ମିଳିଛି ।