ଦିଲ୍ଲୀରୁ ମିଳିଲା ଅର୍ଦ୍ଧନଗ୍ନ ଅବସ୍ଥାରେ ମହିଳାଙ୍କ କଟାମୁଣ୍ଡ,ସିସିଟିଭିରୁ ଖୋଜା ଚାଲିଛି ହତ୍ୟାକାରୀକୁ

ନୂଆଦିଲ୍ଲୀ,୯।୬: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଅପରାଧ ଘଟଣା କମିବାର ନାଁ ଧରୁନି। ନିକଟରେ ଦିଲ୍ଲୀର ଜାହାଙ୍ଗୀରପୁରୀ ମେଟ୍ରୋ ଷ୍ଟେସନ୍ ଠାରୁ ଅଳ୍ପ କିଛି ଦୂରତ୍ବରେ ଏକ ବାକ୍ସ ମଧ୍ୟରୁ ଜଣେ ମହିଳାଙ୍କର ମୁଣ୍ଡ ବିହୀନ ଶବ ଉଦ୍ଧାର କରାଯାଇଛି । ଏହି ବାକ୍ସକୁ ଏକ ସାଇକେଲ୍ ଉପରେ ରଖାଯାଇଥିଲା। ଶନିବାର ମଧ୍ୟାହ୍ନ ୩ଟା ବେଳେ ଏକ ସାଇକେଲ ଉପରେ ବାକ୍ସିଟି ରଖାଯାଇଥିଲା। ଯେଉଁଥିରୁ ଖୁବ୍ ଦୁର୍ଗନ୍ଦ ଆସୁଥିଲା। ଏହାପରେ ପୋଲିସକୁ ଏହାର ସୂଚନା ଦିଆଯାଇଥସିଲା।
ପୋଲିସ ମୃତ ହେବକୁ ଜବତ କରିବା ସହ ବ୍ୟବଛେଦ ପାଇ ପଠାଇଛି। ମିଳିଥିବା ସୂଚନା ଅନୁସାରେ ପୋଲିସ ଯେତେବେଳେ ବାକ୍ସକୁ ଖୋଲିକି ଦେଖିଥିବା ସେତେବେଳେଜଣେ ମହିଳାଙ୍କ ମୁଣ୍ଡକଟା ଓ ଅର୍ଦ୍ଧନଗ୍ନ ମୃତହେବ ଦେଖିବାକୁ ମିଳିଥିଲା। ମୃତଦେହକୁ ଲେଖି ଜଣାପହୁଛି ମୃତ ମହିଳାଙ୍କ ବୟସ ୩୫/୩୬ ବର୍ଷ ହେବ।
ଉତ୍ତର ପଶ୍ଚିମଦିଲ୍ଲୀର ଆସିଷ୍ଟାଣ୍ଟ ଡେପୁଟୀ କମିଶନର ଅଫ୍ ପୁଲିସ୍ ଭୀଷ୍ମ ସିଂଙ୍କ ଅନୁସାରେ ଏହି ମହିଳାଙ୍କୁ ୨-୩ ଦିନ ଆଗରୁ ହତ୍ୟା କରାଯାଇଛି । ଶନିବାର ଅପରାହ୍ନରେ ଜଣେ ଶ୍ରମିକ ପୋଲିସକୁ ଫୋନ୍ କରି ଏ ବିଷୟରେ ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାକ୍ସକୁ ଖୋଲି ଥିଲା । ସେଥିରୁ ମହିଳାଙ୍କର ମୃତଦେହ ବାହାରିଥିଲା ।ପୁଲିସ ଘଟଣାସ୍ଥଳରେ ଲାଗିଥିବା ବିଭିନ୍ନ ସିସିଟିଭର ଭିଡିଓକୁ ଯାଞ୍ଚ କରୁଛି।