ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ବିବାହ ଅଜବ ପରମ୍ପରା; ଏଠି ଏକାଧିକ ସ୍ତ୍ରୀ ନୁହେଁ, ଏକାଧିକ ସ୍ୱାମୀ ରଖନ୍ତି ମହିଳା

Published By : Swapna Ray | August 10, 2025 5:18 PM

ନୂଆଦିଲ୍ଲୀ, ୧୦।୮: ବିଶ୍ୱର ଯେ କୌଣସି ସ୍ଥାନରେ ହେଉ ଜଣେ ପୁରୁଷ ପାଇଁ ଏକାଧିକ ସ୍ତ୍ରୀ ରଖିବା ସାଧାରଣ କଥା, କିନ୍ତୁ ଜଣେ ମହିଳାଙ୍କ ପାଇଁ ଏକାଧିକ ସ୍ୱାମୀ ରହିବା ଅଜବ ପରି ମନେହୁଏ । ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରେ ଜଣେ ମହିଳାଙ୍କୁ ବିବାହ କରିଛନ୍ତି ଦୁଇ ଭାଇ । ଜୁଲାଇରେ ଏହି ବିବାହ ହୋଇଥବା ବେଳେ ଏହାର ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । କିନ୍ତୁ, ଏହି ବିବାହ ପରମ୍ପରା ହିମାଚଳପ୍ରଦେଶରେ ପ୍ରଚଳିତ । ଅନେକ ଲୋକ ଏହାକୁ ଅଜବ ପରମ୍ପରା ବୋଲି କହିଥିଲେ । ତେବେ ଏହି ପ୍ରଥା କେବଳ ହିମାଚଳରେ ନୁହେଁ ବରଂ ବିଶ୍ୱର ଅନେକ ସ୍ଥାନରେ ରହିଛି । ହିମାଚଳ ବ୍ୟତୀତ ୫ଟି ଦେଶରେ ରହିଛି ଏହି ପ୍ରଥା । 

ନାଇଜେରିଆରେ ଅନେକ ଜନଜାତି ବାସ କରନ୍ତି, ଯେଉଁମାନେ ବହୁପତ୍ନୀ ପ୍ରଥାକୁ ଅନୁମତି ଦିଅନ୍ତି । ବିଶେଷକରି ଉତ୍ତର ନାଇଜେରିଆର ଇରିଗ୍ୱେ ସମ୍ପ୍ରଦାୟରେ, ମହିଳାମାନଙ୍କର ଏକାଧିକ ସ୍ୱାମୀ ଥାନ୍ତି । ପୂର୍ବରୁ ନାଇଜେରିଆର ଇରିଗ୍ୱେର ମହିଳାମାନଙ୍କ ମଧ୍ୟରେ ଏକାଧିକ ସ୍ୱାମୀ ରଖିବା ପ୍ରଥା ସାଧାରଣ ଥିଲା । ୧୯୬୮ ମସିହାରେ ସେମାନଙ୍କ ପରିଷଦ ଏହାକୁ ଅବୈଧ ଘୋଷଣା କରିବା ପରେ ଏପରି ବିବାହ କମ୍ ଦେଖାଯାଉଛି । ଭାରତର କିଛି ଜନଜାତିରେ ମଧ୍ୟ ବହୁପତି ପ୍ରଥା ପ୍ରଚଳିତ । ଉତ୍ତର ଭାରତର ଜୌନସରବାୱର ଅଞ୍ଚଳର ପାହାଡ଼ଗୁଡ଼ିକରେ, ହିମାଚଳ ପ୍ରଦେଶର କିନ୍ନୌରରେ କିଛି ଲୋକ ଏହି ପରମ୍ପରା ପାଳନ କରନ୍ତି । ଏହା ବ୍ୟତୀତ ନୀଳଗିରିର ଟୋଡା ଜନଜାତି, ତ୍ରାଭାଙ୍କୋରର ନଜନାଡ ଭେଲ୍ଲାଲା ଏବଂ ଦକ୍ଷିଣ ଭାରତର ନାୟର ଜାତିରେ ଏବେ ବି ବହୁପତି ପ୍ରଥା ପ୍ରଚଳିତ । ଅନ୍ୟପଟେ ତିବ୍ଦତ, ନେପାଳ ଏବଂ ଚୀନର କିଛି ସ୍ଥାନରେ ବହୁପତି ପ୍ରଥା ପାଳନ କରନ୍ତି । ଏଠାରେ ସାଧାରଣତଃ ଦୁଇ ଭାଇ ଗୋଟିଏ ମହିଳାଙ୍କୁ ବିବାହ କରନ୍ତି । ଏ ବିବାହ ପଛରେ ଏକ ନିଆରା ଉଦ୍ଦେଶ୍ୟ ରହିଛି । ପରିବାର ମଧ୍ୟରେ ଯେପରି ପାଚେରି ସୃଷ୍ଟି ନ ହୁଏ ଅର୍ଥାତ୍ ସମ୍ପତ୍ତି ଭାଗ ନ ହେବା ଲାଗି ଏହି ପ୍ରଥା ଅନୁସରଣ କରନ୍ତି । ତିବ୍ଦତ ବିଶ୍ୱବିଦ୍ୟାଳୟ ଦ୍ୱାରା ୧୯୮୮ ମସିହାରେ ୭୫୩ଟି ତିବ୍ଦତୀୟ ପରିବାର ଉପରେ ଏକ ସର୍ଭେ କରାଯାଇଥିଲା । ଯେଉଁଥିରେ ଜଣାପଡ଼ିଥିଲା ଯେ, ୧୩% ପରିବାର ବହୁପତି ପ୍ରଥା ପାଳନ କରନ୍ତି ।

୨୦୧୩ ମସିହାରେ କେନିଆରେ ପ୍ରକାଶିତ ବହୁପତି ପ୍ରଥା ସାରା ବିଶ୍ୱରେ ବହୁତ ଚର୍ଚ୍ଚା ସୃଷ୍ଟି କରିଥିଲା । ଦୁଇଜଣ ପୁରୁଷ ଗୋଟିଏ ମହିଳାଙ୍କ ସ୍ୱାମୀ ହେବାକୁ ନିଷ୍ପତ୍ତି ନେଇଥିଲେ । କେନିଆର ଆଇନ ବହୁପତି ପ୍ରଥାକୁ ନିଷିଦ୍ଧ କରେ ନାହିଁ । ଅର୍ଥାତ୍, ଯେଉଁମାନେ ଏହି ପରମ୍ପରାକୁ ପାଳନ କରନ୍ତି ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ । ଏପରି ପରିସ୍ଥିତିରେ, କେନିଆର ମାସାଇ ଲୋକଙ୍କ ମଧ୍ୟରେ ବହୁପତି ପ୍ରଥା ପ୍ରଚଳିତ । ଦକ୍ଷିଣ ଆମେରିକାର ମହିଳାଙ୍କୁ ମଧ୍ୟ ଏକାଧିକ ପୁରୁଷଙ୍କୁ ବିବାହ କରିବାର ପ୍ରଥା ରହିଛି । ବିଶେଷକରି ବୋରୋରୋ ଜନଜାତି ଏହି ପ୍ରଥା ଅନୁସରଣ କରିଆସୁଛନ୍ତି । ୭୦ ପ୍ରତିଶତ ପର୍ଯ୍ୟନ୍ତ ଆମାଜୋନିଆନ୍ ସଂସ୍କୃତି ଏବଂ ଟୁପି-କାୱାହିବ ଜନଜାତିରେ ଜଣେ ମହିଳା ଦୁଇ ଭାଇଙ୍କୁ ବିବାହ କରିବାର ପ୍ରଥା ରହିଛି । 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.