PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଆଲିଙ୍ଗନ ଦୂର କରିବ ମହିଳାଙ୍କ ଚାପ, ମାନସିକ ଅବସ୍ଥାରେ ଦେଖାଦେବ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ ୨୪/୦୫: ଆଜି ଆପଣଙ୍କର ଏକ ବଡ଼ ପରୀକ୍ଷା ଅଛି, ଏକ ଜଟିଳ ବିଷୟ ଉପରେ ଆଲୋଚନା ଅଛି କିମ୍ବା ଦିନଟି ବେଶ ଚାପଯୁକ୍ତ ହେବାକୁ ଯାଉଛି । ଏହି ସ୍ଥିତିରେ ସାଥୀଙ୍କ ଆଲିଙ୍ଗନ ଆପଣଙ୍କ ମାନସିକ ଅବସ୍ଥା ଉପରେ କେତେ ପରିବର୍ତ୍ତନ ଆଣିବ ବୋଲି ଭାବୁଛନ୍ତି ?

ଏକ ସଦ୍ୟ ଅଧ୍ୟୟନ ଅନୁସାରେ, ଗୋଟିଏ ଆଲିଙ୍ଗନ ଏ କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ଆଣିପାରେ । କିନ୍ତୁ ପୁରୁଷଙ୍କ ମାମଲାରେ ଏହାର ପ୍ରଭାବ ସେତେ ଶକ୍ତିଶାଳୀ ନୁହେଁ । ପ୍ଲସ୍‌ ୱାନ୍‌ ପତ୍ରିକାରେ ଅଧ୍ୟୟନଟି ପ୍ରକାଶ ପାଇଛି । ଏଥିରେ ୭୬ ଜଣ ଲୋକ ନିଜ ନିଜର ରୋମାଣ୍ଟିକ୍‌ ସାଥୀଙ୍କଠାରୁ ଆଲିଙ୍ଗନ ପାଇବା ପରେ ଚାପ ପ୍ରତି କିଭଳି ପ୍ରତିକ୍ରିୟା ଦେଇଥିଲେ, ଗବେଷକମାନେ ତାହା ବିଶ୍ଳେଷଣ କରିଥିଲେ। ଯେଉଁ ମହିଳା ସେମାନଙ୍କ ସାଥୀଙ୍କଠୁ ଆଲିଙ୍ଗନ ପାଇଥିଲେ, ସେମାନଙ୍କଠାରେ କୋର୍ଟିସୋଲ୍‌ ନାମକ ହର୍‌ମୋନ କ୍ଷରଣ ହ୍ରାସ ପାଇଥିଲା । ସାଥୀଙ୍କୁ ଆଲିଙ୍ଗନ କରିନଥିବା ମହିଳାଙ୍କଠାରେ ଏହା ଦେଖାଯାଇ ନ ଥିଲା । ସ୍ମୃତିଶକ୍ତି ଫେରାଇ ଆଣିବାରେ କୋର୍ଟିସୋଲ ପ୍ରଭାବ ପକାଇପାରେ। ଏହା ଚାପଜନିତ କାର୍ଯ୍ୟକୁ ଆହୁରି ଅଧିକ ଜଟିଳ କରିଦିଏ ବୋଲି ଅଧ୍ୟୟନର ମୁଖ୍ୟ ଲେଖକ ନେଦରଲ୍ୟାଣ୍ଡସ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ନ୍ୟୁରୋସାଇନ୍ସର ଗବେଷକ ଜୁଲିଆନ୍‌ ପ୍ୟାକ୍‌ହିସର କହିଛନ୍ତି ।

ତାଙ୍କ କହିବା ଅନୁସାରେ, ଏହା କୌଣସି ଆଶ୍ଚର୍ଯ୍ୟର କଥା ନୁହେଁ ଯେ ସ୍ପର୍ଶ ଶରୀର ନିୟନ୍ତ୍ରଣରେ ସାହାଯ୍ୟ କରେ । ଆପଣ ଯାହାକୁ ଭଲପାଆନ୍ତି, ତାଙ୍କର ସ୍ନେହ ମିଳିଲେ ଶରୀରରେ ଏକ ନ୍ୟୁରୋଟ୍ରାନ୍ସମିଟର ନିର୍ଗତ ହୁଏ । ଏହା ଅକ୍ସିଟୋସିନ୍‌ ନାମରେ ପରିଚିତ । ‘ପ୍ରେମ ହରମୋନ୍‌’ ନାମରେ ମଧ୍ୟ ଏହା ବେଶ ପରିଚିତ । ଏହା ଶରୀରରେ ଚାପ ପାଇଁ ଦାୟୀ କୋର୍ଟିସୋଲ ସ୍ତରକୁ ହ୍ରାସ କରେ । ସାମାଜିକ ସମର୍ଥନ ସହ ସଂଶ୍ଳିଷ୍ଟ ଏହି ପ୍ରତିକ୍ରିୟା ଚାପ ବିରୁଦ୍ଧରେ କାମ କରେ ବୋଲି ଅଧ୍ୟୟନ ସ୍ପଷ୍ଟ କରିଛି । ସାଥୀ, ସମ୍ପର୍କୀୟ ବା ବନ୍ଧୁଙ୍କୁ ଆଲିଙ୍ଗନ କରିବାର ଏହି ସହଜ ଉପଦେଶ ଦିନଯାକର ଚାପକୁ ହ୍ରାସ କରିବାରେ ବେଶ ସହାୟକ ବୋଲି ପାକ୍‌ହିସର କହିଛନ୍ତି । ତେବେ ଏଥିପାଇଁ ସାମ୍ନା ଲୋକର ଆଲିଙ୍ଗନ ଇଚ୍ଛା ଥିବା ଜରୁରି ବୋଲି ସେ କହନ୍ତି ।