ଭୁବନେଶ୍ୱର ୧୦/୧୧: କିଛି ନିତି ଦିନିଆ କାମ ଏମିତି ଅଛି ଯାହା ବସି କରି କରାଯାଇପାରେ । ଆଉ କେତେକ ଠିଆ ହେବା ବିନା କରାଯିବା ସମ୍ଭବ ନୁହେଁ । ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ କେତେକ କାମ ରହିଛି ଯାହା ଆଦୌ ଠିଆହେବା ଅବସ୍ଥାରେ କରାଯିବା ଅନୁଚିତ୍ । ବିଶେଷତଃ ମହିଳାମାନଙ୍କ ପାଇଁ ବାସ୍ତ୍ରୁ ଶାସ୍ତ୍ରର ଏପରି ସ୍ୱତନ୍ତ୍ର ପରାମର୍ଶ ରହିଛି, ଯାହା କଲେ ଧନହାନି, ପ୍ରାଣପୀଡ଼ାର ସମ୍ଭାବନା ବଢ଼ିଯାଇଥାଏ । ତେବେ ଜାଣିବା ଆସନ୍ତୁ କେଉଁ କେଉଁ କାର୍ଯ୍ୟ ମହିଳାମାନେ ଠିଆ ହୋଇ କରିବା ଅନୁଚିତ୍।
ଠିଆ ହୋଇଥିବା ଅବସ୍ଥାରେ କେଶ କୁଣ୍ଡାଇବା ଅନୁଚିତ । ଏପରି କଲେ ଧନ ହାନି ଘଟିବା ସହିତ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବାର ସମ୍ଭାବନା ବଢ଼ିଯାଏ । ମହିଳାମାନେ ସର୍ବଦା ବସିବା ଅବସ୍ଥାରେ କେଶ କୁଣ୍ଡାଇବା ଆବଶ୍ୟକ । ଏପରି ଅଭ୍ୟାସ ଦ୍ୱାରା ମଧ୍ୟ ଝଡ଼ିବା କେଶ ଏଣେତେଣେ ଉଡ଼ିପଡ଼ିନଥାଏ। ଏଥିସହିତ ଖାଦ୍ୟଦ୍ରବ୍ୟରେ କେଶ ପଡ଼ିବାର ସମ୍ଭାବନା ମଧ୍ୟ କମିଯାଏ । ଘରର ପରିବେଶ ସଫାସୁତୁରା ରହିେଲେ ମା'ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ ।
ବାସ୍ତୁ ଶାସ୍ତ୍ର ମତରେ ମହିଳାମାନେ ଠିଆ ଠିଆ ଗୁରୁଜନଙ୍କୁ ପ୍ରଣାମ କରିବା ଅଶୁଭ ଅଟେ । ମୁଣ୍ଡ ନୁଆଁଇ ବସିବା ଅବସ୍ଥାରେ ପ୍ରଣାମ କଲେ ବଡ଼ଙ୍କର ଆଶୀର୍ବାଦ ମିଳିବା ସହିତ ନିଜର ବିନମ୍ର ସ୍ୱଭାବ ପରିପ୍ରକାଶ ହୋଇଥାଏ ।
କେତକ ଲୋକଙ୍କର ଅଭ୍ୟାସ ଠିଆ ହୋଇ କିମ୍ବା ବୁଲି ବୁଲି ପଢ଼ିବା । ଏପରିକି ଶ୍ଲୋକ,ମନ୍ତ୍ର, ଜପ ଇତ୍ୟାଦି ବୁଲି ବୁଲି କରିବା ସହିତ ଚାଲିବା ଅଭ୍ୟାସ ବି ଜାରି ରଖିଥାନ୍ତି । ଏପରି ଆଦୌ କରିବା ଅନୁଚିତ । ଚାଲିବା ଅବସ୍ଥାରେ ଶ୍ଲୋକ,ମନ୍ତ୍ର ପଢ଼ିବା ଦ୍ୱାରା ମନ ଶାନ୍ତ ରହେ ନାହିଁ କିମ୍ବା ଏକାଗ୍ରତା ଆସେ ନାହିଁ । ଏଣୁ ଜ୍ଞାନ ପ୍ରାପ୍ତିରେ ବାଧା ଉପୁଜେ ।
ସ୍ନାନ ପ୍ରକ୍ରିୟାକୁ ବାସ୍ତ୍ରୁଶାସ୍ତ୍ରରେ ଗୁରୁତ୍ୱ ଦିଆଯାଇଛି । ତେବେ ମହିଳାମାନେ କେବେହେଁ ଠିଆ ଠିଆ ସ୍ନାନ କରିବା ଅନୁଚିତ୍ । ସର୍ବଦା ବସିବା ଅବସ୍ଥାରେ ସ୍ନାନ କରିବା ଉଚିତ । ପୁରୁଷମାନେ ମଧ୍ୟ ଏହି ନିୟମ ମାନିବା ଜରୁରି । ଠିଆ ହୋଇ ସ୍ନାନ କଲେ ଘରେ ନକରାତ୍ମକ ଉର୍ଜା ବ୍ୟାପ୍ତ ହୁଏ । ବସିଥିବା ଅବସ୍ଥାରେ ସ୍ନାନ କଲେ କେବଳ ଶରୀର ନୁହେଁ ମନ ମଧ ଶୁଦ୍ଧ ହୋଇଥାଏ