ପ୍ରମୂଖ ଖବର
  • ଦିଗପହଣ୍ଡି : ଝାଡାବାନ୍ତିରେ ଜଣେ ମୃତ, ୯ ଗୁରୁତର
  • ||
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

୬ ମାସ ଭିତରେ ମିଳିବ ମହିଳାଙ୍କ କ୍ୟାନସର ଟିକା

Published By : Rasmita Pradhan | February 19, 2025 11:49 AM

ଛତ୍ରପତି ଶମ୍ଭାଜୀନଗର,୧୯/୦୨ : ଆସନ୍ତା ୫ ରୁ ୬ ମାସ ଭିତରେ ମିଳିବ ମହିଳାଙ୍କ କ୍ୟାନସର ଟିକା। ୯ ବର୍ଷରୁ ୧୬ ବର୍ଷ ବୟସ୍କ କିଶୋରୀଙ୍କୁ ଦିଆଯିବ ଏହି ଟିକା। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଆୟୁଷ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ପ୍ରତାପରାଓ ଯାଦବ । 

ପ୍ରତାପରାଓ ଯାଦବ କହିଛନ୍ତି ଯେ, କ୍ୟାନସର ଟିକା ଉପରେ ଗବେଷଣା ଶେଷ ହୋଇଛି ଏବଂ ବର୍ତ୍ତମାନ ଟିକାର ପରୀକ୍ଷା କରାଯାଉଛି । ପରୀକ୍ଷା ଶେଷ ହେବା ପରେ ତାହା ପ୍ରଦାନ କରାଯିବ । ଏଥିପାଇଁ ୫ରୁ ୬ମାସ ସମୟ ଲାଗିବ । ଦେଶରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ତାର ମୁକାବିଲା କରିବା ଲାଗି କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ୩୦ ବର୍ଷରୁ ଅଧିକ ବୟସର ମହିଳାଙ୍କୁ ସରକାରୀ ହସ୍ପିଟାଲରେ ଯାଞ୍ଚ କରାଯିବ ଏବଂ ଆରମ୍ଭରୁ କ୍ୟାନସର ରୋଗ ଚିହ୍ନଟ କରିବା ଲାଗି ଡେକେୟାର କ୍ୟାନସର ସେଣ୍ଟର ପ୍ରତିଷ୍ଠା କରାଯିବ । କ୍ୟାନସର ଚିକିତ୍ସା ପାଇଁ ବ୍ୟବହୃତ ଔଷଧର ସୀମା ଶୁଳ୍କ ମଧ୍ୟ ସରକାର ଛାଡ କରିଛନ୍ତି। ଏହି ଟିକା ସ୍ତନ କର୍କଟ, ମୁଖଗହ୍ୱର କର୍କଟ ଓ ଗର୍ଭାଶୟ କର୍କଟ ରୋଗର ମୁକାବିଲା କରିବ।

ଏହି ଖବରଟିକୁ ପଢନ୍ତୁ-'ରାଷ୍ଟ୍ର ନିର୍ମାଣରେ ମତଦାନ ପ୍ରଥମ ପଦକ୍ଷେପ', ପଦ ସମ୍ଭାଳିବା ପରେ କହିଲେ ସିଇସି ଜ୍ଞାନେଶ କୁମାର

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.