ନୂଆଦିଲ୍ଲୀ,୦୩/୦୬: ଜୁନ ୬ ତାରିଖରୁ  ଶ୍ରୀଲଙ୍କାରେ ମହିଳା ଏସିଆ କପ୍‌ ଆୟୋଜିତ ହେବାର ସୂଚୀ ରହିଥିଲା । କିନ୍ତୁ ଏସିଆ  କ୍ରିକେଟ୍‌ କାଉନସିଲ (ଏସିସି) ପକ୍ଷରୁ ସୋମବାର ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ଘୋଷଣା କରାଯାଇଛି ।  ଶ୍ରୀଲଙ୍କାରେ ଏବେ ବର୍ଷା ହେଉଛି । ତା’ ସହିତ ଦେଶରେ ଚିକୁନଗୁନିଆ ସଂକ୍ରମଣ ବ୍ୟାପକ ମାତ୍ରାରେ  ବୃଦ୍ଧି ପାଇଥିବାରୁ ଏବେ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ  ଉପଯୁକ୍ତ ସମୟ ନୁହେଁ ବୋଲି ଶ୍ରୀଲଙ୍କା କ୍ରିକେଟ୍‌  ବୋର୍ଡର ସଭାପତି ସାମି ସିଲଭା ଏସିସିକୁ ପତ୍ର  ଲେଖି ଜଣାଇଥିଲେ । ପତ୍ର ପାଇବା ପରେ ଏସିସି  ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଥିଲା ।  ପରବର୍ତ୍ତୀ ସମୟରେ ଟୁର୍ଣ୍ଣାମେଣ୍ଟର ନୂଆ ତାରିଖ  ଘୋଷଣା କରାଯିବ ବୋଲି ଏସିସି ପକ୍ଷରୁ କୁହାଯାଇଛି ।