ପ୍ରମୂଖ ଖବର
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ବସ୍‌ ଚଳାଚଳ ପାଇଁ ବିଡିଓଙ୍କୁ ଦାବି ଜଣାଇଲେ ବରେପାଙ୍ଗା ଗାଁର ମହିଳା ଗୋଷ୍ଠୀ

Published By : Harapriya Sethi | April 23, 2025 1:47 PM

ଫିରିଙ୍ଗିଆ,୨୩/୦୪: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତଳଦଣ୍ଡିକିଆ ପଞ୍ଚାୟତ ଅଧୀନରେ ଥିବା ବରେପାଙ୍ଗା ଗାଁର ମହିଳା ମନେ ତାଙ୍କ ଗାଁକୁ ଲଷ୍ମୀ ବସ୍‌ ଚଳାଚଳ କରିବା ପାଇଁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଭାବରେ ଏକ ଦାବିପତ୍ର ଜଣାଇଛନ୍ତି ।

ସୂଚନା ମୁତାବକ, ଫିରିଙ୍ଗିଆ ବ୍ଲକ ର ଉପାନ୍ତ ଅଞ୍ଚଳ କୁହାଯାଉଥିବା ଏହି ତଳଦଣ୍ଡିକିଆ ପଂଚାୟତ ଟି ବନପାହାଡ଼ ଘେରା ମଧ୍ୟ୍ୟରେ ରହିଛି I ରାଜ୍ୟ ସରକାରଙ୍କ ପାରିବହନ ବିଭାଗ ତରଫରୁ ଏହି ପଞ୍ଚାୟତ କୁ ଏକ ଲଷ୍ମୀ ବସ ଯୋଗାଇ ଦିଆଯାଇଛି । କିନ୍ତୁ ବସ୍‌ଟି ପଞ୍ଚାୟତ ମୁଖ୍ୟାଳୟ ପର୍ଯ୍ୟନ୍ତ ଯାଉଥିବାରୁ ପଞ୍ଚାୟତ ଅଧୀନରେ ଥିବା ବିଭିନ୍ନ ଗ୍ରାମାଞ୍ଚଳର ଲୋକମାନଙ୍କୁ ଠିକ୍ ଭାବରେ ବସ୍‌ ଶେବା ମିଳିପାରୁନାହିଁ । ଯାହାପାଇଁ ଅଞ୍ଚଳର ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଗାଁକୁ ବସ୍ ଚଳାଚଳ କରିବା ପାଇଁ ଏହି ଗ୍ରାମବାସୀ ବାରମ୍ବାର ଅଭିଯୋଗ ମଧ୍ୟ କରିଆସୁଛନ୍ତି । କିନ୍ତୁ କୌଣସି ଫଳ ନମିଳିବାରୁ ବାଧ୍ୟହୋଇ ସ୍ଥାନୀୟ ବିଡିଓଙ୍କୁ ଦାବିପତ୍ର ଦେଇଛନ୍ତି ମହିଳାମାନେ ।

ତେବେ ବରେପାଙ୍ଗାକୁ ବସ୍‌ ଚଳାଚଳ କଲେ ପଞ୍ଚାୟତ ଅଧୀନରେ ଥିବା ବରେପାଙ୍ଗା ଗାଁ ସହ ମଣ୍ଡିଲି, ପଞ୍ଜାପଦର, ଲମ୍ବାଗୁଡ଼ୁରି ଭଳି ପାଞ୍ଚରୁ ସାତଟି ଗାଁର ଲୋକଙ୍କୁ ବସ୍ ସେବା ମିଳିପାରିବ ବୋଲି ମହିଳା ମାନେ କହିଛନ୍ତି । ଅନ୍ୟପଟେ ଆଗାମୀ କିଛିଦିନ ମଧ୍ୟ୍ୟରେ ଏହି ବରେପାଙ୍ଗା ଗାଁକୁ ବସ୍‌ ଚଳାଚଳ କରିବ ବୋଲି ପ୍ରତିଶୃତି ଦେଇଛନ୍ତି ସ୍ଥାନୀୟ ବିଡ଼ିଓ ଅନୁପ ଅଭିଷେକ ବେହେରା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.