PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ବିଶ୍ବ​ ବ୍ୟାଙ୍କର ସୂଚନା: ଭାରତୀୟ ନିଜ ଦେଶକୁ ଅଧିକ ଧନ ପଠାନ୍ତି, ୨୦୧୮ରେ ଆସିଛି ଏତିକି ଅର୍ଥ…

ନୂଆଦିଲ୍ଲୀ,୯।୪: ସାରା ବିଶ୍ବରେ ରହୁଥିବା ପ୍ରବାସୀଙ୍କ ତୁଳନାରେ ନିଜ ଦେଶକୁ ଧନ ପଠାଇବା ମାମଲାରେ ଭାରତୀୟମାନେ ସବୁଠାରୁ ଆଗରେ। ୨୦୧୮ରେ ପ୍ରବାସୀ ଭାରତୀୟଙ୍କ ଦ୍ବାରା ଭାରତରେ ମୋଟ ୯୦ ବିଲିୟନ ଡଲାର(ପ୍ରାୟ ୫,୫୦,୦୦ କୋଟି ଟଙ୍କା) ପଠାଯାଇଛି। ଓ୍ବାର୍ଲ୍ଡ ବ୍ୟାଙ୍କର ମାଇଗ୍ରେସନ୍ ଆଣ୍ଡ ଡେଭଲପମେଣ୍ଟ  ବ୍ରିଫରେ ଏହାର ସୂଚନା ଦିଆଯାଇଛି। ଭାରତ ପରେ ଏହି ମାମଲାରେ ଦ୍ବିତୀୟ ସ୍ଥାନରେ ରହିଛି ଚୀନ, ସେଠାର ପ୍ରବାସୀ ନିଜ ଦେଶକୁ ୬୭ ବିଲିୟନ  ଡଲାର ପଠାଇଛନ୍ତି। ଏହାପରେ ତୃତୀୟରେ ରହିଛି ମେକ୍ସିକୋ(୩୬ ବିଲିୟନ ଡଲାର), ୪ର୍ଥରେ ଫିଲିପାଇନ୍ସ(୩୪ ବିଲିୟନ ଡଲାର) ଓ   ଇଜିପ୍ଟ(୨୯ ବିଲିୟନ ଡଲାର)ରେ ୫ମ ସ୍ଥାନରେ ରହିଛି।

source: https://www.businesstoday.in

ଗତ ୩ ବର୍ଷରେ ଭାରତକୁ ଲଗାତାର ଭାବରେ ପ୍ରବାସୀଙ୍କ ଦ୍ବାରା ପଠାଯାଉଥିବା ଧନ(ରିମିଟାନ୍ସ) ଭଲ ମାତ୍ରାରେ ରହିଛି। ୨୦୧୬ରେ ଭାରତୀୟମାନେ ୬୨.୭ ବିଲିୟନ ଡଲାର, ୨୦୧୭ରେ ୬୫.୩ ବିଲିୟନ ଡଲାର ଅର୍ଥ ପଠାଇଛନ୍ତି। ଓ୍ବାର୍ଲ୍ଡ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ’ଭାରତରେ ୨୦୧୮ରେ ଆସିଥିବା ରିମିଟାନ୍ସ ୧୪ ପ୍ରତିଶତ ବୃଦ୍ଧି ଘଟିଛି। ଏହାର କାରଣ ହୋଇପାରେ କେରଳରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ହୋଇପାରେ। କାରଣ ଏହି ବନ୍ୟାପରେ ସାହର୍ଯ୍ୟ ପାଇଁ ପ୍ରବାସୀମାନେ ନିଜର ପରିବାରକୁ ସାହାର୍ଯ୍ୟ ପାଇଁ ଅର୍ଥ ଅଧିକ ପଠାଇଥିଲେ।

source: https://aajtak.intoday.in

ଅନ୍ୟପକ୍ଷେ ପାକିସ୍ତାନର ପ୍ରବାସୀଙ୍କ ଦ୍ବାରା ପଠାଯାଇଥିବା ଧନରେ କେବଳ ୭ ପ୍ରତିଶତ ବୃଦ୍ଦି ହୋଇଛି, କାରର ଏହାର ସବୁଠାରୁ ବଡ ସ୍ରୋତ ସାଉଦି ଆରବରୁ ଆସୁଥିବା ଧନରେ ହ୍ରାସ ଘଟିଛି। ବାଂଲାଦେଶରେ ମଧ୍ୟ ପ୍ରବାସୀଙ୍କ ଦ୍ବାରା ପଠାଯାଉଥିବା ଳଧନରେ ୨୦୧୮ରେ ୧୫ ପ୍ରତିଶତ ବୃଦ୍ଧି ଘଟିଛି। ରିପୋର୍ଟ ଅନୁସାରେ କମ୍ ଓ ମଧ୍ୟମ ଆୟ ଥିବା ଦେଶରେ ୨୦୧୮ରେ ଆସିଥିବା ରିମିଟାନ୍ସରେ ୧୫ ପ୍ରତିଶତ ବୃଦ୍ଧି ଘଟିଛି। ରିପୋର୍ଟ ଅନୁସାରେ କମ୍ ଏବଂ ମଧ୍ୟମ ଆୟ ଥିବା ଦେଶରେ ୨୦୧୮ରେ ଆସୁଥିବା ରିମିଟାନ୍ସ ରେକର୍ଡର ସ୍ତର ୫୨୯ ବିଲିୟନ ଡଲାର ପର୍ଯ୍ୟନ୍ତ ପହଁଞ୍ଚି ଯାଇଛି। ଏହି ବର୍ଷ ୨୦୧୭ର ୪୮୩ ବିଲିୟନ ଡଲାର ତୁଳନାରେ ୯.୬ ପ୍ରତିଶତ ଅଧିକ ରହିଛି। ୨୦୧୮ରେ ସାରା ବିଶ୍ବର ରିମିଟାନ୍ସ କଥା ହେଲେ ମୋଟ ୬୮୯ ବିଲିୟନ ଡଲାର ଧନ ପ୍ରବାସୀଙ୍କ ଦ୍ବାରା ନିଜ ଦେଶକୁ ପଠାଯାଇଛି। ଦକ୍ଷିଣ ଏସିଆ ଦେଶକୁ ପଠାଯାଉଥିବା  ଧନରେ ୧୨ ପ୍ରତିଶତ ବୃଦ୍ଧି ଘଟିଛି ଓ ଏହାର ୧୩୧ ବିଲିୟନ ଡଲାରରେ ପହଁଞ୍ଚି ଯାଇଚି। ୨୦୧୭ରେ ଏଥିରେ କେବଳ ୬ ପ୍ରତିଶତ ବୃଦ୍ଧି ହୋଇଛି।

source:https://hindi.indiatvnews.com

ବିଶ୍ବ ବ୍ୟାଙ୍କର ରିପୋର୍ଟରେ କୁହାଯାଇଛି, ରିମିଟାନ୍ସରେ ଏହି ବୃଦ୍ଧି ଆମେରିକାର ଆର୍ଥିକ ସ୍ଥିତି ସୁଧୁରିବା କାରଣରୁ ଓ ତୈଳର ଦାମ ବଢିବା କାରଣରୁ ହୋଇଚି। ତୈଳ ଦଳ ବଢିବା କାରଣୁ ଗଲଫ୍ କୋ-ଅପରେସନ୍ କାଉନସିଲ(ଜିସିସି)ର ବହୁ ଦେଶ ବାହାରକୁ ପଠା ଯାଉଥିବା ଧନ ଉପରେ ସକାରତ୍ମକ ପ୍ରଭାବ ପଡିଛି। ଜିଏସିସିରେ ବହରିନ, କୁଏତ, ଓମାନ, କତାର, ସାଉଦି ଆରବ ଓ ୟୁଏଇରୁ ହୋଇଛି। ରିପୋର୍ଟ ଅନୁସାରେ ଆମେରିକୀୟ ଡଲାର ନିଜ ଦେଶକୁ ପଠାଯାଉଥିବା ପ୍ରବାସୀଙ୍କୁ ଏବେ ମଧ୍ୟ ଖୁବ୍ ଖର୍ଚ୍ଚ କରିବାକୁ ପଡୁଛି। ଏବେ ରିମିଟାନ୍ସାର ମୂଲ୍ୟ ୭ ପ୍ରତିଶତ ପର୍ଯ୍ୟନ୍ତ ରହିଛି। ୨୦୩୦ ପର୍ଯ୍ୟନ୍ତ ଏହାକୁ ୩ ପ୍ରତିଶତ ପର୍ଯ୍ୟନ୍ତ ଆଣିବାକୁ ଲକ୍ଷ୍ୟ ରଖାଯାଇଛି।