PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଅଧା କଟିଥିବା କାରରେ କିଭଳି ଗଲା ବିଶ୍ୱକପ୍ ଟ୍ରଫି, ଦେଖନ୍ତୁ ଏହି ଭିଡ଼ିଓ…ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଲଣ୍ଡନ ୧୫।୭: ବିଶ୍ୱକପ୍ ଫାଇନାଲ୍ ମୁକାବିଲା ଲଣ୍ଡନର ଐତିହାସିକ ପଡ଼ିଆ ଲର୍ଡ୍ସ ରେ ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯାଉଛି। ଲର୍ଡ୍ସକୁ ହୋମ୍ ଅଫ୍ କ୍ରିକେଟ୍ ମଧ୍ୟ କୁହାଯାଏ। ପଞ୍ଚମଥର ପାଇଁ ଏହି ଷ୍ଟାଡିୟମ ବିଶ୍ୱକପ୍ ଫାଇନାଲର ମୁକସାକ୍ଷୀ ହେବାକୁ ଯାଉଛି। ବିଶ୍ବକପରେ ଏହି ସିଜନରେ ଇଂଣ୍ଡଲର ସାମ୍ନା ନ୍ୟୁଜିଲାଣ୍ଡ ସହିତ ହେଉଛି। ଦୁଇଟି ଟିମ୍ ପ୍ରଥମ ଥର ବିଶ୍ବ ବିଜେତା ହେବା ପାଇଁ ଲଢ଼େଇ ଲଢୁଛନ୍ତି। କିନ୍ତୁ ଏହା ପୂର୍ବରୁ ଯେଉଁ ଚିକିମିକିଆ ଟ୍ରଫି ପାଇଁ ଏହି ଦୁଇ ଟିମ୍ ଲଢ଼ୁଛନ୍ତି, ସେହି ଟ୍ରଫିକୁ ଯେଉଁଥିରେ ରଖାଯାଇ ଲର୍ଡ୍ସ ଷ୍ଟାଡିୟମକୁ ଅଣାଯାଇଥିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। 

ଏହି ବିଶ୍ୱକପ୍ ଟ୍ରଫି ଏକ ଅଧା କଟା ଥିବା କାର୍ ଯୋଗେ ଲର୍ଡ୍ସରେ ପହଞ୍ଚିଛି। ଅଧା କଟାଥିବା ଏହି କାରରେ ରଖାଯାଇଥିବା ଟ୍ରଫିକୁ ଯିଏ ବି ଦେଖିଛନ୍ତି, ସେମାନେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ବିଶ୍ୱକପର ମୁଖ୍ୟ ସ୍ପନସର୍ ମୋଟର୍ସ କମ୍ପାନୀ ନିସାନ୍ ଏଥିପାଇଁ ହାଫ୍ (ଅଧା) କାର୍ ଡିଜାଇନ୍ କରି ଏହି ଟ୍ରଫିକୁ ଲର୍ଡ୍ସ ପଠାଇଛି। ଆଇସିସି ମୁଖ୍ୟ ସ୍ପୋନସର ମୋଟର୍ସ କମ୍ପାନୀ ନିସାନ ଏହି ଅଧା କାରର ନୂଆ ଏକ ଡିଜାଇନ କରି ବିଶ୍ବକପ ଟ୍ରଫିକୁ ଲର୍ଡ୍ସ ଷ୍ଟାଡିୟମକୁ ପଠାଇଛନ୍ତି। ଟ୍ରଫି ଯାଉଥିବା ସମୟର ଏକ ଭିଡିଓ ଶେୟାର କରାଯାଇଛି। ଯାହାକୁ ଆପଣ ବି ଦେଖିପାରି​‌ବେ।

ସମ୍ବନ୍ଧିତ ଖବର