PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଦ୍ରୁତ ବେଗରେ ଖସୁଛି ବିଶ୍ୱ ମୁଦ୍ରା ଭଣ୍ଡାର

ନୂଆଦିଲ୍ଲୀ,୭/୧୦ : ଆମେରିକୀୟ ଡଲାର ମଜଭୁତ ହେବା ସହ ବିଭିନ୍ନ ରାଷ୍ଟ୍ରଗୁଡ଼ିକର ପ୍ରଚଳିତ ମୁଦ୍ରା ଦୁର୍ବଳ ହୋଇଚାଲିଛି । ଭାରତଠାରୁ ଆରମ୍ଭ କରି ଚେକ୍‌ ରିପବ୍ଲିକ ପର୍ଯ୍ୟନ୍ତ ରାଷ୍ଟ୍ରଗୁଡ଼ିକର କେନ୍ଦ୍ରୀୟ ବ୍ୟାଙ୍କ ନିଜ ନିଜର ମୁଦ୍ରାକୁ ସବଳ କରିବା ପାଇଁ କଡ଼ା ଆଭିମୁଖ୍ୟ ପ୍ରକାଶ କରୁଛନ୍ତି । ବିପୁଳ ମାତ୍ରାରେ ଡଲାର ବିକ୍ରି କରି ଏମାନେ ପରିସ୍ଥିତିକୁ ସମ୍ଭାଳିବାକୁ ପ୍ରୟାସ କରୁଛନ୍ତି । ଏଭଳି ସ୍ଥିତିରେ ବିଶ୍ୱ ମୁଦ୍ରା ଭଣ୍ଡାର ପାଖାପାଖି ୧ ଲକ୍ଷ କୋଟି ଡଲାର ବା ୭.୮% ହ୍ରାସ ପାଇ ୧୨ ଲକ୍ଷ କୋଟି ଡଲାରକୁ ଖସିଆସିଛି । ୨୦୦୩ରୁ ଏହା ସର୍ବବୃହତ୍‌ ହ୍ରାସ । ଅନ୍ୟାନ୍ୟ ଦେଶର ପ୍ରଚଳିତ ମୁଦ୍ରା ଯଥା ୟୁରୋ ଏବଂ ୟେନ୍‌ ତୁଳନାରେ ଡଲାରର ବିନିମୟ ମୂଲ୍ୟ ଦୁଇ ଦଶନ୍ଧିର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।

ଚଳିତ ବର୍ଷ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ବି ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି । ଏ ବର୍ଷ ୯୬୦୦ କୋଟି ଡଲାର ସଂକୁଚିତ ହୋଇଛି ମୁଦ୍ରା ଭଣ୍ଡାର । ଏହା ୫୩୮୦୦ କୋଟି ଡଲାରକୁ ଖସି ଆସିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି । ଚଳିତବର୍ଷ ଡଲାର ତୁଳନାରେ ଟଙ୍କା ୯% ଦୁର୍ବଳ ହୋଇ ୮୧ ସ୍ତର ପାର କରିଛି । ଚଳିତ ମାସ ଏହା ରେକର୍ଡ ସର୍ବନିମ୍ନ ସ୍ତରକୁ ଖସିଆସିଛି । ଟଙ୍କାକୁ ସବଳ କରିବା ପାଇଁ ଆର୍‌ବିଆଇ ବିପୁଳ ମାତ୍ରାରେ ଡଲାର ବ୍ୟୟ କରିଛି । ଫଳରେ ବୈଦେଶିକ ମୁଦ୍ରା ଭଣ୍ଡାର ସଂକୁଚିତ ହୋଇଥିବା ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

ଜାପାନ ମଧ୍ୟ ଭାରତ ଭଳି ପଦକ୍ଷେପ ଗ୍ରହଣ କରିଛି । ୟେନକୁ ସମର୍ଥନ ଦେବାକୁ ଯାଇ ଏହା ସେପ୍ଟେମ୍ବରରେ ପ୍ରାୟ  ୨୦୦୦ କୋଟି ଡଲାର ବ୍ୟୟ କରିଥିବା ଜଣାପଡ଼ିଛି । ଏ ବର୍ଷ ଜାପାନର ବୈଦେଶିକ ମୁଦ୍ରା ଭଣ୍ଡାର ୧୯% ସଂକୁଚିତ ହୋଇଛି । ଚେକ୍‌ ରିପବ୍ଲିକ୍‌ର ଭଣ୍ଡାର ବି ପ୍ରାୟ ୧୯% ସଂକୁଚିତ ହୋଇଥିବା ଜଣାପଡ଼ିଛି ।  କିଛି ବର୍ଷ ହେବ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଥିଲା । ଆମେରିକାରେ ସୁଧ ହାର କମ୍‌ ରହିବା ଏବଂ ଘରୋଇ ବଜାରରେ ଚଳନ୍ତି ଖାତାରେ ସୁଧାର ଦ୍ୱାରା ବିଦେଶୀ ପାଣ୍ଠି ପ୍ରବାହ ବଢ଼ିଥିଲା । ୨୦୨୦-୨୧ରେ ଏଥିରେ ୯୯୨୦ କୋଟି ଡଲାର ଏବଂ ୨୦୨୧-୨୨ରେ  ୩୦୩୦ କୋଟି ଡଲାର ବୃଦ୍ଧି ଘଟିଥିଲା । କିନ୍ତୁ ଏଇ କିଛି ମାସ ହେବ ଏଥିରେ ଦ୍ରୁତ ହ୍ରାସ ଦେଖିବାକୁ ମିଳିଛି ।   ବିଶେଷଜ୍ଞଙ୍କ କହିବାନୁସାରେ, ବିଦେଶୀ ମୁଦ୍ରା ଭଣ୍ଡାରରେ ହ୍ରାସ ଚିନ୍ତାଜନକ । ସେପ୍ଟେମ୍ବର ୨ରେ ବୈଦେଶିକ ମୁଦ୍ରା ଭଣ୍ଡାର ଆକାର ୫୫୩୧୦ କୋଟି ଡଲାର ଥିଲା, ଯାହା ୯ ମାସର ଆମଦାନି ସମତୁଲ୍ୟ । ବର୍ଷେ ପୂର୍ବରୁ ବୈଦେଶିକ ମୁଦ୍ରା ଭଣ୍ଡାରର ଯାହା ଆକାର ଥିଲା, ତାହା ୧୫ ମାସର ଆମଦାନି ସହ ସମାନ ଥିଲା ।

ଏଚ୍‌ଡିଏଫ୍‌ସି ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଅଭିକ ବରୁଆଙ୍କ କହିବାନୁସାରେ, ବର୍ତ୍ତମାନ ସ୍ଥିତିରେ ଆର୍‌ବିଆଇକୁ ବୈଦେଶିକ ମୁଦ୍ରା ଭଣ୍ଡାରକୁ ରି-ଲୋଡ୍‌ କରିବାର ଉପାୟ ବାହାର କରିବାକୁ ପଡ଼ିବ । ସର୍ବୋଚ୍ଚ ବ୍ୟାଙ୍କ ପ୍ରବାସୀ ଭାରତୀୟଙ୍କୁ ଅଧିକ ପାଣ୍ଠି ଜମା କରିବା ପାଇଁ ପ୍ରୋତ୍ସାହିତ କରିପାରିବ । ଦୁର୍ବଳ ଟଙ୍କାକୁ ସଜାଡ଼ିବା ପାଇଁ ଏହାକୁ ଦୃଢ଼ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ । ଏହା ନ କଲେ ହୁଏତ ଆଗାମୀ ମାସଗୁଡ଼ିକରେ ମୁଦ୍ରା ଭଣ୍ଡାର ୫୦୦୦୦ କୋଟି ଡଲାର ସ୍ତରକୁ ଖସିପାରେ । ଭାରତର ମୂଳଦୁଆକୁ ଯେପରି ଦୁର୍ବଳ ଟଙ୍କା ନ ବିଗାଡ଼େ, ସେଥିପ୍ରତି ସର୍ବୋଚ୍ଚ ବ୍ୟାଙ୍କକୁ ଦୃଷ୍ଟି ଦେବାକୁ ପଡ଼ିବ ବୋଲି ବରୁଆ କହିଛନ୍ତି ।

ସମ୍ବନ୍ଧିତ ଖବର