ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ବିଶ୍ୱ ପରିବେଶ ଦିବସ, ଏ ବର୍ଷର ଥିମ୍‌ ‘ସଲ୍ୟୁସନ୍‌ ଟୁ ପ୍ଲାଷ୍ଟିକ୍‌ ପଲ୍ୟୁସନ’

ନୂଆଦିଲ୍ଲୀ ୦୫/୦୬: ପୃଥିବୀ ପୃଷ୍ଠକୁ ମଣିଷ ରହିବା ଯୋଗ୍ୟ କରିବାକୁ ହେଲେ ପ୍ରକୃତି ଏବଂ ପରିବେଶକୁ ସୁରକ୍ଷିତ ରଖିବାକୁ ପଡ଼ିବ । ଆମ ପରିବେଶ ଜୀବଜଗତକୁ ବଞ୍ଚାଇ ରଖିବା ପାଇଁ ପାଣି, ପବନ, ଖାଦ୍ୟ ଭଳି ଅନେକ ଜରୁରି ତତ୍ତ୍ୱ ଉପଲବ୍ଧ କରାଇଥାଏ । କିନ୍ତୁ ଏକାଧିକ ମନୁଷ୍ୟକୃତ କାରଣ ପାଇଁ ଆମ ପରିବେଶ ପ୍ରଦୂଷିତ ତଥା ନଷ୍ଟ ହେବାରେ ଲାଗିଛି । ଜଳବାୟୁ ବିଗିଡ଼ିବା ସହ ବିଶ୍ୱତାପନ ବଢ଼ୁଛି । ସାମୁଦ୍ରିକ ପରିବେଶ ମଧ୍ୟ ନଷ୍ଟ ହେଉଛି । ଏଥିଯୋଗୁ ପ୍ରକୃତିକୁ ବିପୁଳ କ୍ଷତି ହେଉଛି । ତେଣୁ ପରିବେଶକୁ ସୁରକ୍ଷିତ ରଖିବା ପ୍ରତିଟି ମଣିଷର କର୍ତ୍ତବ୍ୟ ଏବଂ ସଭିଏ ଏଥିପ୍ରତି ସଚେତନ ହେବା ଜରୁରି । ଏ ନେଇ ଜନସଚେତନତା ବୃଦ୍ଧି ପାଇଁ ପ୍ରତିବର୍ଷ ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ । ଏହି ଦିନ ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାରରେ ଜନସଚେତନତା ବଣ୍ଟାଯାଏ ।

ବିଶ୍ୱ ପରିବେଶ ଦିବସର ଆରମ୍ଭ ୧୯୭୨ରେ ହୋଇଥିଲା । ଜାତିସଂଘ ୧୯୭୨ ଜୁନ୍‌ ୫ରେ ପ୍ରଥମ କରି ପରିବେଶ ଦିବସ ପାଳନ କରିବା ନିମନ୍ତେ ନିଷ୍ପତ୍ତି ନେଇଥିଲା । ସୁଇଡେନ୍‌ର ରାଜଧାନୀ ଷ୍ଟକ୍‌ହୋମ୍‌ରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା । ଏଠାରେ ଆୟୋଜିତ ପ୍ରଥମ ପରିବେଶ ସମ୍ମିଳନୀରେ ୧୧୯ ଦେଶ ଭାଗ ନେଇଥିଲେ । ଚଳିତ ବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ବା ଥିମ୍‌ ରହିଛି ‘ସଲ୍ୟୁସନ୍‌ ଟୁ ପ୍ଲାଷ୍ଟିକ୍‌ ପଲ୍ୟୁସନ’ । ପରିବେଶକୁ ପ୍ଲାଷ୍ଟିକ୍‌ ପ୍ରଦୂଷଣରୁ ମୁକ୍ତ କରିବା ଉପରେ ଏହି ଥିମ୍‌ ଆଧାରିତ ।

wp:embed {"url":"https://www.prameya.com/3-4-more-days-to-wait-for-monsoon-imd/","type":"wp-embed","providerNameSlug":"prameya"}
https://www.prameya.com/3-4-more-days-to-wait-for-monsoon-imd/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.