PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଆଜି ବିଶ୍ୱ ମଶା ଦିବସ, ଜାଣନ୍ତୁ ଏହାର ଇତିହାସ

ନୂଆଦିଲ୍ଲୀ ୨୦/୦୮: ଲଣ୍ଡନ ସ୍କୁଲ ଅଫ୍‌ ହାଇଜିନ୍‌ ଆଣ୍ଡ ଟ୍ରପିକାଲ ମେଡିସିନ ପକ୍ଷରୁ ପ୍ରତି ବର୍ଷ ପାଳନ କରାଯାଏ ବିଶ୍ୱ ମଶା ଦିବସ । ସାର ରୋନାଲ୍ଡ ରୋସ୍‌ ମଶା ଓ ମ୍ୟାଲେରିଆ ସଂକ୍ରମଣ ମଧ୍ୟରେ ସମ୍ପର୍କ ଆବିଷ୍କାର କରିବା ପରେ ୧୮୯୭ରେ ଏହି ଦିବସ ସ୍ଥାପନା ହୋଇଥିଲା । ମ୍ୟାଲେରିଆର କାରଣ ଓ ନିରାକରଣ ଉପରେ ସଚେତନତା ସୃଷ୍ଟି ଏହି ଦିବସର ଉଦ୍ଦେଶ୍ୟ । ମ୍ୟାଲେରିଆ ନିରାକରଣ ନିମିତ୍ତ ପାଣ୍ଠି ସଂଗ୍ରହ କରିବାକୁ ମଧ୍ୟ ଏହି ଦିବସ ପ୍ରୋତ୍ସାହିତ କରେ ।

ରୋସ୍‌ଙ୍କ ଆବିଷ୍କାର ଓ ମ୍ୟାଲେରିଆ ବିରୋଧରେ ବୈଜ୍ଞାନିକଙ୍କ କାର୍ଯ୍ୟକୁ ଏ ଅବସରରେ ପ୍ରଶଂସା କରାଯାଏ । ମଶା ଦିବସ ଆରମ୍ଭ ପରଠୁ ବିଶ୍ୱ ସ୍ତରରେ ବିଭିନ୍ନ ସେମିନାର, ବକ୍ତୃତା ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି । ପ୍ରତି ବର୍ଷ ଆଫ୍ରିକା, ଦକ୍ଷିଣ ଆମେରିକା, ମଧ୍ୟ ଆମେରିକା, ମେକ୍ସିକୋ, ଋଷିଆ ଓ ଏସିଆର ଅଧିକାଂଶ ଅଞ୍ଚଳରେ ମଶା ଦ୍ୱାରା ୭୦ କୋଟିରୁ ଉଦ୍ଧ୍ୱର୍ ଲୋକ ସଂକ୍ରମଣର ଶିକାର ହେଉଛନ୍ତି । ପ୍ରତି ବର୍ଷ ଅତିକମ୍‌ରେ ୨୦ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ମଶା ସଂକ୍ରମଣରେ ପ୍ରାଣ ହରାଉଛନ୍ତି । ଏଥିରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଦେଶରେ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।