ପ୍ରମୂଖ ଖବର
  • ଚନ୍ଦନେଶ୍ଵର: କଟକଣା ନମାନିବା ପଡ଼ିଲା ମହଙ୍ଗା, ୨ବୋଟ ସହ ମାଲିକକୁ ଧରିଲା ପୁଲିସ
  • ||
  • ମାଲକାନିରି: ପୁଣି ୧୭ ମାଓବାଦୀଙ୍କ ଆତ୍ମସମର୍ପଣ, ୫୦ ହଜାର ଚେକ୍ ପ୍ରଦାନ କଲେ ଏସ୍‌ପି
  • ||
  • ପାକିସ୍ତାନରେ ଭୂକମ୍ପ ଝଟକା , ରେକ୍ଟର ସ୍କେଲରେ ୪.୨ ତୀବ୍ରତା ରେକର୍ଡ
  • ||
  • ବହୁର୍ଚ୍ଚିତ ନବ ଦାସ ହତ୍ୟା ଘଟଣା, ଗାନ୍ଧି ଛକ ଫଣ୍ଡିରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼
  • ||
  • ୩ ବର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ; ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
  • ||
  • 'ପାକିସ୍ତାନ କାଶ୍ମୀରକୁ ଭୁଲିବନି କି ଛାଡ଼ିବନି '; ପାକ୍‌ ସେନାମୁଖ୍ୟ ଆସିମ୍‌ ମୁନୀରଙ୍କ ମୁହଁଫୁଟାଣି
  • ||
  • ସୁନ୍ଦରଗଡ଼ : ପ୍ଲାଣ୍ଟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଆଇରନ୍‌ ବୋଝେଇ ଟ୍ରକ୍, କ୍ଷତିପୂରଣ ଦାବିରେ ଉତ୍ତେଜନା
  • ||
  • ରାୟଗଡ଼ା :ଯୁବ ବ୍ୟବସାୟୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ
  • ||
  • ସମ୍ୱଲପୁର : ବସ୍‌କୁ ପଛରୁ ପିଟିଲା କୋଇଲା ବୋଝେଇ ଟ୍ରକ୍‌, ୨୦ ଆହତ
  • ||
  • ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍
  • ||
  • ନୟାଗଡ଼ : ବାଣୁଆ ଗୁଳିରେ ଆମ୍ୱ ଗୋଟାଳି ମୃତ, ଶିକାରୀକୁ ଅଟକ ରଖିଲେ ଗ୍ରାମବାସୀ
  • ||
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳିତ; ସମ୍ମାନନୀୟ ଅତିଥି ଭାବେ ଯୋଗଦେଲେ ଟୁକୁନା ଷ୍ଟାଇଲିଷ୍ଟ

Published By : Bijay Swain | May 26, 2025 11:05 PM

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ମାନସିକ ରୋଗ ବିଭାଗ ପକ୍ଷରୁ ଶନିବାର ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସିଜୋଫ୍ରେନିଆ ରୋଗ ର ସଂପୂର୍ଣ୍ଣ ଚିକିତ୍ସା ତଥା ନୂତନ କୌଶଳ ଓ ଚିକିତ୍ସା ପଦ୍ଧତି ଦ୍ୱାରା ଏହି ରୋଗ ସହିତ ଜଡ଼ିତ ଅନେକ ଭ୍ରାନ୍ତ ଧାରଣାକୁ  କିପରି ଲୋକଙ୍କ ମନରୁ ଦୂର କରି ହେବ ସେ ବିଷୟରେ ଆଲୋକପାତ କରିଥିଲେ ।  

ସେହିପରି  ଅନ୍ୟତମ ମୁଖ୍ୟ ଅତିଥି ଭାବେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର)  ପୁଷ୍ପରାଜ ସାମନ୍ତସିଂହାର ସିଜୋଫ୍ରେନିଆର ସାମାଜିକ  ତଥା ବ୍ୟକ୍ତିଗତ ଦିଗ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ମାନସିକ ରୋଗ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର (ଡାକ୍ତର) ସୁରଜିତ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଏହି ବର୍ଷର ଶୀର୍ଷକ ‘ରିଥିଙ୍କ୍ ଲେବଲ୍‌, ରିକ୍ଳେମ୍ ଦ ଷ୍ଟୋରୀ’ର ମହତ୍ୱ କୁ ବୁଝାଇଥିଲେ ।

ସେହିପରି ବିଶ୍ୱ ସିଜୋଫ୍ରେନିଆ ଦିବସ ୨୦୨୫ର  ସମ୍ମାନନୀୟ ଅତିଥି ଭାବେ ପ୍ରସିଦ୍ଧ ହାସ୍ୟ କଳାକାର ଶ୍ରୀ ଦୀପକ ତ୍ରିପାଠୀ (ଟୁକୁନା ଷ୍ଟାଇଲିଷ୍ଟ) ଯୋଗ ଦେଇ ନିଜର ମଜାଦାର ତଥା ନିଆରା ଢଙ୍ଗରେ ସିଜୋଫ୍ରେନିଆ ଭଳି ରୋଗର ସାଧାରଣ ଜନତାଙ୍କ ମନରେ ଥିବା ଭୁଲ ଧାରଣା ଗୁଡିକୁ ବର୍ଣ୍ଣନା କରିଥିଲେ।

ଏହି ଅବସରରେ  ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମିନତି ମିଶ୍ର ମଧ୍ୟ ନିଜ ବକ୍ତବ୍ୟରେ ଏହି କ୍ଷେତ୍ରରେ ନର୍ସିଂ କର୍ମୀଙ୍କ ଯୋଗଦାନ ବିଷୟରେ ମତ ରଖିଥିଲେ । ଡାକ୍ତର ଜିତେନ୍ଦ୍ରୀୟ ବିଶ୍ୱାଳ, ଡାକ୍ତର ସୋମ୍ୟରଂଜନ ଦାଶ ଓ ଡାକ୍ତର ସ୍ନେହାଶୁ ଦେ ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ପରିଚାଳନା କରିବା ସହ ବକ୍ତବ୍ୟ ରଖିଥିଲେ । କ୍ଳିନିକାଲ୍ ସାଇକୋଲୋଜିଷ୍ଟ ସୁଶ୍ରୀ ମନିଷା ପଟ୍ଟନାୟକ ରୋଗର ମନସ୍ତାତ୍ୱିକ ଦିଗ ଉପରେ ଆଲୋଚନା କରିଥିଲେ ।

ଡାକ୍ତର ନିର୍ଲୀପ୍ତ ଦାଶ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆୟୋଜକ ଥିଲେ ଓ ତାଙ୍କୁ ଡାକ୍ତର ଅମୀୟ କୃଷ୍ଣ ସାହୁ, ଡାକ୍ତର ରାକେଶ ମହାନ୍ତି, ଡାକ୍ତର ରୂପେଶ କୁମାର ସେନାପତି , ଡାକ୍ତର ହିରଣ୍ମୟ ମହାପାତ୍ର, ଡାକ୍ତର କିର୍ତୀ ଅନୁରାଗ ଓ ଡାକ୍ତର ତିତାସ୍ ଚୋଧୁରୀ ସହଯୋଗ କରିଥିଲେ । 

ପିଜି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଚେତନତା ସୃଷ୍ଟି ନିମନ୍ତେ ଏହି କାର୍ଯ୍ୟକ୍ରମରେ ପରିବେଷିତ ଏକ ନାଟକ ବେଶ ଆଦୃତ ହୋଇଥିଲା । ବିଭାଗୀୟ ପ୍ରଫେସର (ଡାକ୍ତର) ଶୁଭେନ୍ଦୁ ନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.