ପ୍ରମୂଖ ଖବର
  • ଭୁବନେଶ୍ବର ପାତ୍ରପଡା ଛକରେ ଦୁର୍ଘଟଣାରେ ଝିଅ ମୃତ, ମା’-ପୁଅ ଗୁରୁତର
  • ||
  • କୁଜଙ୍ଗ : ଦଶାହ କର୍ମ ସମୟରେ ତାଳଦଣ୍ଡା କେନାଲରେ ଭାସିଯାଇ ଯୁବକ ମୃତ
  • ||
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ମାଲକାନଗିରିରେ ବିଶ୍ବ ଆଦିବାସୀ ଦିବସ ପାଳନ, ବିଭିନ୍ନ ଦଫା ଦାବି ନେଇ ଶୋଭାଯାତ୍ରା

Published By : Gurupada Nath | August 9, 2025 10:27 PM

ମାଲକାନଗିରି, ୯/୮ : ମାଲନାଗିରି ଜିଲ୍ଲାରେ ବିଶ୍ବ ଆଦିବାସୀ ଦିବସ ଆଡ଼ମ୍ବର ସହ ପାଳିତ ହୋଇଯାଇଛି । ବିଭିନ୍ନ ଦାବି ନେଇ ବିରାଟ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଜିଲ୍ଲା ଆଦିବାସୀ ସମାଜ ମହାସଂଘ ଓ ଜିଲ୍ଲା ଆଦିବାସୀ ସଂଘ ମୁଳନିବାସୀ ସଂଘ ପକ୍ଷରୁ ପୃଥକ ପୃଥକ ଭାବେ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି ।

ଶିକ୍ଷା,ସ୍ୱାସ୍ଥ୍ୟ, ଗମନାଗମନ, ମୌଳିକ ସୁବିଧା ଓ ଜମି, ଜଳ, ଜଙ୍ଗଲ, ବଚିଂବାର ଅଧିକାର, ପେସା ଆଇନ ଲାଗୁ ଆଦି ଦାବି ନେଇ ଜିଲ୍ଲା ଆଦିବାସୀ ସମାଜ ମହାସଂଘର ସଭାପତି ବନ୍ଧୁ ମୁଦୁଲିଙ୍କ ନେତୃତ୍ବରେ ସ୍ଥାନୀୟ ବସଷ୍ଟାଣ୍ଡଠାରୁ ପ୍ରାୟ ୧୦ହଜାରରୁ ଊର୍ଦ୍ଧ୍ବ ଆଦିବାସୀ ମହିଳା ଓ ପୁରୁଷମାନେ ପାରମ୍ପରିକ ଧନୁତୀର, ବର୍ଜା, ଟାଙ୍ଗିଆ ଧରି ବିରାଟ ଶୋଭାଯାତ୍ରାରେ ଦୁରୁଆ, କୋୟା, ବଣ୍ଡା, ପରଜା ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ପାରମ୍ପାରିକ ନୃତ୍ୟର ତାଳେ ତାଳେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏକତ୍ରିତ ହୋଇ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ । ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବିଭିନ୍ନ ଦାବି ନେଇ ସ୍ମାରକପତ୍ର ପ୍ରଦାନ କରିଥିଲେ।

ଅପରାହ୍ନରେ ଡିଏନକେ ମଇଦାନରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଆଦିବାସୀ ସମାଜ ମହାସଂଘର ସଭାପତି ବନ୍ଧୁ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଆଦିବାସୀ ନେତା କାର୍ମା ଲାକରା, ମୁଖ୍ୟବକ୍ତା ଭାବେ ରବିନ୍ଦ୍ର ନାଥ ମାଢି, ସମ୍ମାନିତ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁଖିଲ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ, ପୂର୍ବତନ ବିଧାୟକ ମାନସ ମାଡକାମି, ପୂର୍ବତନ ବିଧାୟକ ଡମ୍ବରୁ ଶିଶା, ବିଭିନ୍ନ  ଆଦିବାସୀ ସମାଜର ସଭାପତି, ସଂପାଦକ, ଲୋକ ପ୍ରତିନିଧି, ସରପଚଂ ଓ ବିଭିନ୍ନ ସଂଗଠନର ନେତାମାନେ ମଞ୍ଚାସୀନ ରହି ଆଦିବାସୀଙ୍କ ବିଭିନ୍ନ ସମସ୍ୟା ଓ ସେମାନଙ୍କ ବିକାଶ ସଂପର୍କରେ ଗୁରୁତ୍ବାରପ କରିଥିଲେ । ସଭା ପରେ ବିଭିନ୍ନ ପ୍ରକାର ପାରମ୍ପରିକ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା ।

ଆୟୋଜିତ ବିଶ୍ବ ଆଦିବାସୀ ଦିବସ ସମାରୋହରେ ଅନ୍ୟାନମାନଙ୍କ ମଧ୍ୟରେ ଅନେକ ଆଦିବାସୀ ନେତା ଓ ଜିଲ୍ଲା କୋୟା ସମାଜ,ବଣ୍ଡା ସମାଜ, ଡିଡାୟୀ ସମାଜ, ଦୁରୁଆ ସମାଜ, ପରାଜା ସମାଜ, ହଲବି, ସାନ୍ତାଳି କଣ୍ଡାରେଡି, କନ୍ଧ, ବନ୍‌ଜରା, ସମଜାରର ହଜାର ହଜାର ସଂଖ୍ୟାରେ ମହିଳା, ପୁରୁଷ, ଯୁବକ, ଯୁବତୀମାନେ ଯୋଗଦେଇ ସେମାନଙ୍କର ମତ ଉପସ୍ଥାପନ କରିଥିଲେ । ହଜାର ହଜାର ସଂଖ୍ୟାରେ ମହିଳାପୁରୁଷ ମାନଙ୍କ ସୋଭା ଯାତ୍ରାଦେଖି ପୁଲିସ ପ୍ରସାଶନ ପକ୍ଷରୁ ସଭାସ୍ଥଳରେ କଢାପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସନ୍ଧ୍ୟାରେ ବିଭିନ୍ନ ଆଦିବାସୀ ସଂପ୍ରଦାୟର ଲୋକ ନୃତ୍ୟ ସଂଗୀତ ପ୍ରତି ଯୋଗୀତା କରାଯାଇଥିଲା ରାତ୍ରରେ କୃତି ପ୍ରତି ଯୋଗୀଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.