PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଶତ୍ରୁଦେଶକୁ ମାଟିରେ ମିଶାଇବ ଭାରତ,ବାୟୁସେନାକୁ ମିଳିଲା ଏହି ବିଧ୍ୱଂସକାରୀ ହେଲିକପ୍ଟର

ନୂଆଦିଲ୍ଲୀ,୨୭।୭: ଆମର ଶତ୍ରୁ ତଥା ପଡୋଶୀ ଦେଶଙ୍କ ପାଇଁ ବାଜିବାକୁ ଯାଉଛି ସତର୍କ ଘଟିଛି। କାରଣ ପୂର୍ବ ଅପେକ୍ଷା ଏବେ ଭାରତୀୟ ବାୟୁସେନା ହେବାକୁ ଯାଉଛି ଆହୁରି ଶକ୍ତିଶାଳୀ । ଏହାର କାରଣ ହେଲା ବିଶ୍ୱର ସବୁଠାରୁ ବିଧ୍ୱଂସକାରୀ ହେଲିକପ୍ଟର ନାମରେଜଣାଥିବା ଏଏଚ-୬୪ଇ ଆପାଚେ ଗାର୍ଡିୟନ ହେଲିକପ୍ଟର ବାୟୁସେନାରେ ସାମିଲ ହେବାକୁ ଭାରତରେ ପହଞ୍ଚିଛି। ୨୨ଟି ଆପାଚି ହେଲିକପ୍ଟର ମଧ୍ୟରୁ ଏବେ ୪ଟି ଆସିଛି। ଆମେରିକାରେ ନିର୍ମିତ ଏହି ଅତ୍ୟାଧୁନିକ ହେଲିକପ୍ଟରକୁ ହିଣ୍ଡନ ଏୟାରବେସକୁ ପଠାଯାଇଛି।

ଏହି ବିଧ୍ୱଂସକାରୀ ହେଲିକପ୍ଟରକୁ ବାୟୁସେନାର ଏମଆଇ-୩୫ ହେଲିକପ୍ଟର ସ୍ଥାନରେ ସାମିଲ କରାଯିବ । ଆମେରିକା ସହିତ ଭାରତ ଏଭଳି ୨୨ଟି ଏଏଚ-୬୪ଇ ଆପାଚେ ଗାର୍ଡିୟନ ହେଲିକପ୍ଟର କିଣିବାକୁ ଚୁକ୍ତି କରିଛି। ଏହି  ହେଲିକପ୍ଟର ଘଣ୍ଟା ପ୍ରତି ୨୮୦କିଲୋମିଟର ବେଗରେ ଗତି କରିବା ସହ ଶତ୍ରୁପକ୍ଷ ଶିବରକୁ ଟାର୍ଗେଟ କରିଥାଏ। ଏହି ଅତ୍ୟାଧୁନିକ ହେଲିକପ୍ଟରରେ ଦୁଇଟି ଇଞ୍ଜିନ ଲାଗିଛି । କିନ୍ତୁ ସବୁଠୁ ବଡ କଥା ହେଉଛି, ଅନ୍ଧାରରେ ମଧ୍ୟ ଏହା ଉଡାଣ ଭରିବା ସହ ଶତ୍ରୁପକ୍ଷ ଶିବିର ଉପରେ ଆକ୍ରମଣ କରିପାରେ । ହେଲିକପ୍ଟର ତଳେ ଲାଗିଥିଲା ରାଇଫଲରେ ଏକାଥରକେ ୩୦ ଏମଏମର ୧୨୦୦ ଗୁଳି ଭରିହେବ।  ଏହା ଖୁବ୍ କମ୍ ଉଚ୍ଚତାରେ ଉଡାଣ କରିବା ସହ ସ୍ଥଳ ଭାବରେ ଯୁଦ୍ଧ କରିବାରେ ମଧ୍ୟ ସକ୍ଷମ। ଏହି ହେଲିକପ୍ଟର ପୂର୍ବରୁ ଆମେରିକା, ବ୍ରିଟେନ, ଇସ୍ରାଏଲ, ନେଦରଲ୍ୟାଣ୍ଡ, ସାଉଦି ଆରବ ଏବଂ ଇଜିପ୍ଟ ପାଖରେ ମଧ୍ୟ ରହିଛି।