ଦୁନିଆର ସବୁଠୁ ମହଙ୍ଗା ପରିବା : ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ, ଜାଣନ୍ତୁ ଏହାର ସ୍ୱାଦ ଏବଂ ଗୁଣ

ନୂଆଦିଲ୍ଲୀ ୨୮/୧୧: ବଜାରରେ ଅନେକ ପ୍ରକାରର ପନିପରିବା ମିଳେ ଏବଂ ତାହାର ବିଭିନ୍ନ ସ୍ୱାଦ ରହିଛି। ପ୍ରତ୍ୟେକ ପନିପରିବାର ଦାମ୍ ମଧ୍ୟ ଭିନ୍ନ ହୋଇଥାଏ। ସାଧାରଣତଃ ପନିପରିବାର ମୂଲ୍ୟ କିଲୋଗ୍ରାମ ପିଛା ୨୦, ୪୦, ୬୦, ୮୦ କିମ୍ବା ୧୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏପରି ଏକ ପରିବା ଅଛି ଯାହା କିଲୋଗ୍ରାମ ପିଛା ୮୫ ହଜାର ଟଙ୍କା। ଏହି ପରିବା ହେଉଛି ହପ୍ ସୁଟ୍।
ହପ୍ ସୁଟ୍ ପରିବାର ବଜାର ମୂଲ୍ୟ କିଲୋଗ୍ରାମ ପିଛା ୮୦,୦୦୦ ରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ। ଏହି ପରିବା ୟୁରୋପୀୟ ଦେଶମାନଙ୍କରେ ମିଳିଥାଏ। ହପ୍ ସୁଟ୍ ସବୁଜ ରଙ୍ଗର ଏବଂ କୋଣ ଆକୃତିର ଫୁଲ । ଏହା ବିୟର ତିଆରିରେ ବ୍ୟବହୃତ ହୁଏ।

ଏହା ଔଷଧୀୟ ଗୁଣରେ ପରିପୂର୍ଣ୍ଣ। କୁହାଯାଏ ହିମାଚଳ ପ୍ରଦେଶରେ ପ୍ରଥମେ ହପ୍ ସୁଟ୍ ଚାଷ କରାଯାଇଥିଲା। ଏହାର ବଢିବା ପ୍ରକ୍ରିୟା ଏତେ ଲମ୍ବା ଯେ ଏହାକୁ ଅମଳ କରିବାକୁ ୩ ବର୍ଷ ସମୟ ଲାଗେ। ଏହାକୁ ଅମଳ କରିବାର କାମ ମଧ୍ୟ ବହୁତ କଷ୍ଟକର। ଏହା ଅନେକ ରୋଗରେ ବ୍ୟବହୃତ ହୁଏ। ଏହାର ଫୁଲରୁ ବିୟର ମଧ୍ୟ ତିଆରି କରାଯାଏ ଏବଂ ବାକି ଡାଳଗୁଡ଼ିକ ପରିବା ଭାବରେ ବ୍ୟବହୃତ ହୁଏ।

ହପ୍ ସୁଟ୍ ର ସ୍ୱାଦ ରାଗ ହୋଇଥାଏ। ଏହାର ଆଚାର ମଧ୍ୟ ପ୍ରସ୍ତୁତ କରାଯାଏ। ବ୍ରିଟେନ ଏବଂ ଜର୍ମାନୀ ପରି ୟୁରୋପୀୟ ଦେଶମାନଙ୍କରେ ହପ୍ ସୁଟ୍ ସର୍ବାଧିକ ଚାଷ କରାଯାଏ। ଅଷ୍ଟାଦଶ ଶତାବ୍ଦୀର ପ୍ରାରମ୍ଭରେ ଇଂଲଣ୍ଡରେ ଏହି ପରିବା ଉପରେ ମଧ୍ୟ ଟିକସ ଲାଗୁ କରାଯାଇଥିଲା।
ଶତାବ୍ଦୀ ପୂର୍ବରୁ ହପ୍ ସୁଟ୍ ର ଔଷଧୀୟ ଗୁଣଗୁଡିକ ଜଣାପଡିଥିଲା। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅନେକ ଡାକ୍ତରୀ ଅଧ୍ୟୟନରେ ଏହା ଜଣାପଡିଛି ଯେ ହପ୍ ସୁଟ୍ ଟିବି ରୋଗର ଆଣ୍ଟିବଡି ତିଆରି କରିବାରେ ବ୍ୟବହୃତ ହୁଏ। ଏହା ବ୍ୟତୀତ ଏହାକୁ ଚାପ, ନିଦ୍ରାହୀନତା, , ବିରକ୍ତିକରତା, ଅସ୍ଥିରତାର ଚିକିତ୍ସାରେ ବ୍ୟବହୃତ କରାଯାଏ।