ଯଦି ଅନ୍ୟ କାହାର ଚିନ୍ତାକୁ ଦୂର କରିବାକୁ ଚାହାନ୍ତି, ପ୍ରଥମେ ନିଜକୁ ଚିନ୍ତାମୁକ୍ତ ଓ ସକାରାତ୍ମକ ରଖିବା ଜରୁରି ।

ସେକେଣ୍ଡ୍ ହ୍ୟାଣ୍ଡ୍ ଷ୍ଟ୍ରେସ୍ କ'ଣ?

ଏହା ଭାଇରାଲ୍ ସଂକ୍ରମଣ ପରି ହୋଇଥାଏ, ଯାହା ଜଣେ ବ୍ୟକ୍ତିଠାରୁ ଅନ୍ୟ ବ୍ୟକ୍ତିକୁ ସଂକ୍ରମିତ ହୋଇଥାଏ । ଯଦି ଆଖାପାଖ ମାହୋଲ୍ ଚିନ୍ତାଗ୍ରସ୍ତ ବା ସହକର୍ମୀ ଲଗାତାର ଚିନ୍ତାରେ ରହୁଥାନ୍ତି, ତେବେ ଏହାର ପ୍ରଭାବ ଆପଣଙ୍କ ଉପରେ ପଡିବା ସ୍ୱାଭାବିକ । ଅନେକ ସମୟରେ ଏପରି ହୋଇଥାଏ ଯେ ଆମେ ଚିନ୍ତାର କାରଣ ବୁଝିପାରି ନଥାଉ କିମ୍ବା ବିନା ସ୍ପଷ୍ଟ କାରଣରୁ ସମସ୍ୟାରେ ରହିଥାଉ । ଏହା ସେକେଣ୍ଡ୍ ହ୍ୟାଣ୍ଡ୍ ଷ୍ଟ୍ରେସ୍ର ଲକ୍ଷଣ, ଯାହା ଧୀରେ ଧୀରେ ଅବସାଦ ଆଡକୁ ଟାଣି ନିଏ । ମାନସିକ ସ୍ୱାସ୍ଥ୍ୟ ଫାଉଣ୍ଡେସନ୍ର ଏକ ରିପୋର୍ଟ ଅନୁସାରେ କିଛି ଲୋକଙ୍କଠାରେ ପ୍ରାଇମେରୀ ଷ୍ଟ୍ରେସ୍ ତୁଳନାରେ ସେକେଣ୍ଡାରୀ ଷ୍ଟ୍ରେସ୍ ଅଧିକ ରହିଥାଏ ।

ଅନ୍ୟ ଚିନ୍ତାରେ ଚିନ୍ତାଗ୍ରସ୍ତ

ଅନେକ ସମୟରେ ଆମେ ଅନ୍ୟର ସମସ୍ୟାରେ ଏତେ ପ୍ରଭାବିତ ହୋଇଥାଏ ଯେ ନିଜକୁ ଚିନ୍ତାରେ ପକାଇ ଦେଇଥାଉ । ଅନ୍ୟ ବ୍ୟକ୍ତିର ନକାରାତ୍ମକ ପ୍ରଭାବ ଆମ ଉପରେ ପଡିବା ଦ୍ୱାରା ବ୍ୟକ୍ତିର ଭାବିବା କ୍ଷମତା ମଧ୍ୟ କମିଚାଲେ । ଫଳରେ ବ୍ୟକ୍ତି ନା ସେହି ବ୍ୟକ୍ତିକୁ ସହଯୋଗ କରିପାରେ ନା ନିଜକୁ । ପରିଣାମସ୍ୱରୂପ ନିଜେ ନକାରାତ୍ମକ ଚକ୍ରବ୍ୟୁହରେ ପଡିଥାଏ । କେମିତି ଦୂରେଇବେ ଏହି ସମସ୍ୟାରୁ ।

ଭାବନାତ୍ମକ ଦୂରତା ବଢାନ୍ତୁ: ଯେତେବେଳେ ଆପଣଙ୍କୁ ଲାଗିବ ଯେ ଆପଣ ସେକେଣ୍ଡ୍ ହ୍ୟାଣ୍ଡ୍ ଷ୍ଟ୍ରେସ୍ରେ ପ୍ରଭାବିତ, ସେତେବେଳେ ନିଜକୁ ସେହି ସ୍ଥିତିଠାରୁ ଦୂରେଇ ରଖନ୍ତୁ । ଅନ୍ୟର ସମସ୍ୟାରେ ନିଜକୁ ବୁଡାନ୍ତୁନାହିଁ ।

ନିଜର ଯତ୍ନ ନିଅନ୍ତୁ: ଚିନ୍ତାଗ୍ରସ୍ତ ବ୍ୟକ୍ତିକୁ ସହଯୋଗ କରିବାକୁ ହେଲେ ନିଜକୁ ଚିନ୍ତାମୁକ୍ତ ରଖିବା ଜରୁରି । ଏଥିପାଇଁ ନିୟମିତ ଗଭୀର ନିଶ୍ୱାସପ୍ରଶ୍ୱାସ ନେବା ସହ ଯୋଗାଭ୍ୟାସ କରନ୍ତୁ । ମାନସିକ ସ୍ଥିତିକୁ ମଜଭୁତ ହେବ ।

ପରିସ୍ଥିତିକୁ ସ୍ୱୀକାର କରନ୍ତୁ: ଆପଣ ଯେତେ ଚେଷ୍ଟା କଲେ ମଧ୍ୟ କେତେକ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଅସମ୍ଭବ । ସେଥିପାଇଁ ଅନ୍ୟର ଭାବନା, ପ୍ରତିକ୍ରିୟା ଓ ନିଷ୍ପତ୍ତି ଆପଣଙ୍କ ହାତରେ ନାହିଁ । ନିଜର ଭାବନା ଓ ପ୍ରତିକ୍ରିୟା ପାଇଁ ଆପଣ ନିଜେ ଦାୟୀ ।