ଅଜଣା ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଝରିଗାଁ, ୧୯/୦୩ : ଅଜଣା ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର। ବେଲଗାଁ ପଞ୍ଚାୟତ ଅନ୍ତର୍ଗତ କରମରି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ନିକଟସ୍ଥ ଏକ ମାଟି କୁଡିଆ ଭିତରୁ ଆଜି ସକାଳେ ଏକ ଅଜଣା ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଠାବ କରାଯାଇଛି। ଖବର ପାଇ ଝରିଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନି କୁକୁର ପହଞ୍ଚିଥିବା ପୋଲିସ ସୂଚନା ଦେଇଛି। ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ପାରିପାର୍ଶ୍ଵିକ ପରିସ୍ଥିତି ଏବଂ ମୃତ ବ୍ୟକ୍ତିଙ୍କ ଦେହ ସାରା କ୍ଷତବିକ୍ଷତ ହୋଇଥିବାରୁ ହତ୍ୟା ସନ୍ଦେହ କରାଯାଉଛି। ମୃତକଙ୍କ ଶରୀର ମାଟିଘର ଚୁଲି ନିକଟରେ ପଡିରହିଥିବା ଦେଖିବାକୁ ମିଳିଛି। ହତ୍ୟାର କାରଣ କଣ ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି।