PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ବାୟୁସେନାର ନିଖୋଜ ଏଏନ୍-୩୨ ବିମାନର ମିଳିଲା ଧ୍ବଂସାବଶେଷ,୧୩ ଯାତ୍ରୀଙ୍କ ସନ୍ଧାନ ଜାରି

ଇଟାନଗର,୩।୬: ମଧ୍ୟାହ୍ନ ୧ଟା ପରେ ଯୋଗଯୋଗ ବିଚ୍ଛିନ୍ନ ହୋଇଥିବା ବାୟୁସେନାର ନିଖୋଜ ବିମାନ ଏଏନ୍-୩୨ର ଏବେ ଧ୍ବଂଶାବଶେଷ ମିଳିଥିବାର ଖବର ଆସିଛି। ସୁତ୍ରରୁ ଜଣାପଡିଛି ଯେ, ସର୍ଚ୍ଚ ଅପରେସନରେ ଥିବା ସୁଖୋଇ ହେଲିକପ୍ଟରରେ ଯାଇଥିବା ସର୍ଚ୍ଚ ଟିମ୍ ଏହି ବିମାନର ଧ୍ବଂସାବଶେଷକୁ ଦେଖିଛନ୍ତି। ଏହି ବିମାନରେ ୧୩ ଜଣ ଯାତ୍ରୀ ରହିଥିଲେ। ବିମାନର ଗ୍ରାଉଣ୍ଡ ଷ୍ଟାଫଙ୍କ ସହିତ ଶେଷ ଥର ପାଇଁ ମଧ୍ୟାହ୍ନ ୧ଟା ବେଳେ ହୋଇଥିଲା। ବିମାନଟି ଜୋରହାଟରୁ ମଧ୍ୟାହ୍ନ ୧୨ଟା ୨୫ ମିନିଟରେ ଉଡାଣ ଆରମ୍ଭ କରିଥିଲା।

ଭାରତୀୟ ବାୟୁସେନା ଆଇଏଏଫ୍-ଏନ୍-୩୨ ବିମାନର ସନ୍ଧାନ ଲଗାଇବା ପାଇଁ ଏକ ସୁଖୋଇ-୩୦ ଯୁଦ୍ଧ ବିମାନ ଓ ସି-୧୩୦ ସ୍ପେଶାଲ ଆପ୍ସ ବିମାନକୁ ପଠାଇଥିଲା। ଏଏନ୍-୩୨ ଋଷ ନିର୍ମିତ ବାୟୁସେନା ଓ ବାୟୁସେନାର ବଡ ସଂଖ୍ୟାର ଏହି ବିମାନର ବ୍ୟବହାର କରିଥାଏ। ଏହାର ଦୁଇଟି ଇଞ୍ଜିନ ଥିବା ଟର୍ବୋଫ୍ରୋପ ପରିବହର ବିମାନ ଥିଲା। ମେଚୁକା ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ଚୀନର ସୀମା ଠାରୁ ଅଧିକ ଦୂର ନୁହେଁ। ଉଲ୍ଲେଖନୀୟ ଯେ, ୩ ବର୍ଷ ପୂର୍ବରୁ ମଧ୍ୟ ଏଭଳି ଏକ ଏଏନ୍-୩ ବିମାନ ନିଖୋଜ ହୋଇଥିଲା ଯାହାର ଏପର୍ଯ୍ୟନ୍ତ କୌଣସି ଧ୍ବଂସାବଶେଷ ମିଳିପାରିନାହିଁ। ଏପର୍ଯ୍ୟନ୍ତ ୯ଟି ଏଏନ୍-୩୩୨ ବିମାନ ଦୁର୍ଘଟଣାର ଶିକାର ହୋଇସାରିଛି।

ସମ୍ବନ୍ଧିତ ଖବର