ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ଆସିଲା ସି ଜିନପିଙ୍ଗଙ୍କ ବୟାନ; କହିଲେ ‘ଯୁଦ୍ଧବିରତି ଘୋଷଣା କରୁ ଇସ୍ରାଏଲ’

Published By : Bijay Swain | June 19, 2025 7:37 PM

ନୂଆଦିଲ୍ଲୀ: ଇରାନ ଓ ଇଜ୍ରାଏଲ ପରସ୍ପର ଉପରେ ଆକ୍ରମଣ କରିବା ଜାରି ରଖିଛନ୍ତି। ଏହାରି ମଧ୍ୟରେ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ଏହାକୁ ନେଇ ଏକ ବଡ ବୟାନ ଜାରି କରିଛନ୍ତି। ସେ ଦୁଇ ଦେଶକୁ ସମ୍ୱୋଧନ କରି କହିଛନ୍ତି ଯେ, ମଧ୍ୟପ୍ରାଚ୍ୟରେ ସଂଘର୍ଷକୁ ଅଟକାଇବା ପାଇଁ ସବୁଠୁ ଜରୁରୀ ପ୍ରାଥମିକତା ହେଉଛି ଯୁଦ୍ଧ ବିରାମ। ଏବଂ ଅନ୍ତରାଷ୍ଟ୍ରିୟ ବିବାଦକୁ ସମାଧାନ କରିବା ପାଇଁ ବଳର ପ୍ରୟୋଗ କରିବାର କୌଣସି ଆବସ୍ୟକତା ନାହିଁ। ଏହାକୁ ଶାନ୍ତିର ରାସ୍ତାରେ ଯାଇ ମଧ୍ୟ ହାସଲ କରାଯାଇ ପାରିବ ବୋଲି କହିଛନ୍ତି। 

ସୂଚନା ମୁତାବକ, ଇସ୍ରାଏଲ ଗତ ଶୁକ୍ରବାର ଇରାନ ଉପରେ ଆକସ୍ମିକ ଆକ୍ରମଣ ଆରମ୍ଭ କରିଥିଲା। ଯାହାର ଜବାବରେ ଇରାନ ମଧ୍ୟ ଘନଘନ ମିସାଇଲ ଏବଂ ଡ୍ରୋନ ଆକ୍ରମଣ କରି ନିଜ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଇଛି। ଇରାନର ବୃଦ୍ଧି ପାଉଥିବା ପରମାଣୁ କାର୍ଯ୍ୟକ୍ରମକୁ ରୋକିବାକୁ ଇସ୍ରାଏଲ ଏହି ଆକ୍ରମଣ କରିଥିଲା ବୋଲି ଜଣାପଡିଛି। ଏହି ଆକ୍ରମଣରେ ଏଯାଏ ଇରାନର ଅନେକ ସହର ଧ୍ୱସଂ ହୋଇଯାଇଥିବା ବେଳେ ୬୦୦ରୁ ଅଧିକ ନାଗରିକଙ୍କ ମୃତ୍ୟୁ ଘଟିଛି। ସେହିଭଳି ଇରାନର ଆକ୍ରମଣରେ ଇସ୍ରାଏଲର ୩୦ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। 

ଉଭୟ ଦେଶର ଏହି ଆକ୍ରମଣ ଓ ପ୍ରତିଆକ୍ରମଣରେ ବିଶ୍ୱ ବଜାରର ହାଲ ବେହାଲ ହେବାରେ ଲାଗିଛି। ଅଶୋଧିତ ତୈଳର ମୂଲ୍ୟ ଆକାଶ ଛୁଇଁଥିବା ବେଳେ ମୁଲ୍ୟବାନ ଧାତୁ ବଜାରରେ ମଧ୍ୟ ମୂଲ୍ୟ ଅସ୍ଥିର ରହିଛି। ଆମେରିକା ମଧ୍ୟ ଇରାନକୁ କଡା ଚେତାବନି ଦବା ଆରମ୍ଭ କରିଛି। ଇରାନ ଆମେରିକାକୁ ପାଲଟା ଜବାବ ଦେବା ସହ ଆକ୍ରମଣ ଜାରି ରଖିଛି। 

ଅନ୍ୟପଟେ ଏନେଇ ଚୀନ୍ ରାଷ୍ଟପତି ଜିଙ୍ଗପିଙ୍ଗ ଓ ଋଷିୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ ମଧ୍ୟମରେ କତାବର୍ତ୍ତା ହୋଇଛନ୍ତି। ଯେଉଁଥିରେ ଏହି ଦୁଇ ନେତା ମଧ୍ୟ ପ୍ରାଚ୍ୟରେ ଉପୁଜିଥିବା ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସହ ଏହି ଯୁଦ୍ଧରେ ସମ୍ୱଦ୍ଧିତ ଥିବା ପକ୍ଷ, ଖାସ କରି ଇଜ୍ରାଏଲକୁ ଅପିଲ କରି କହିଛନ୍ତି ଯେ “ଇସ୍ରାଏଲ ଯଥାସମ୍ଭବ ଯୁଦ୍ଧ ବିରାମ ଲାଗୁ କରୁ। ଯାହାଦ୍ୱାରା ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ସ୍ଥିରତା ଆସିପାରିବ।”

ସି ଜିଙ୍ଗପିଙ୍ଗ ଆହୁରି ମଧ୍ୟ କହିଛନ୍ତି ଯେ ଚାଇନା ସବୁବେଳେ କଥାବର୍ତ୍ତା ଓ କୁଟନୀତି ଜରିଆରେ ଅନ୍ତରାଷ୍ଟ୍ରିୟ ମୁଦ୍ଧାକୁ ସମାଧାନ କରିବା ପାଇଁ ଚେଷ୍ଟା କରିଆସୁଛି। କୌଣସି ବି ପରିସ୍ଥିତିରେ ବଳର ପ୍ରୟୋଗ ସମାଧାନର ରାସ୍ତା ନୁହେଁ। ଏଣୁ ଉଭୟ ଦେଶକୁ ଧର୍ଯ୍ୟ ଧରି ରହିବାକୁ ପଡିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.