ମୁମ୍ବାଇ,୧/୭ : କନ୍ନଡ଼ ସିନେମାର ସୁପରଷ୍ଟାର ୟଶ ୨୦୨୨ର କେଜିଏଫ ୨ ପରେ କୌଣସି ଫିଲ୍ମରେ ନଜର ଆସିନାହାନ୍ତି । ମାତ୍ର ୪ବର୍ଷ ପରେ ସେ ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶନାରେ ନିର୍ମିତ ସିନେମା ‘ଟକ୍ସିକ’ ମାଧ୍ୟମରେ କମବ୍ୟାକ୍ କରୁଛନ୍ତି । ଏହି ଫିଲ୍ମ ଚଳିତ ବର୍ଷ ୨୬ଅଗଷ୍ଟରେ ରିଲିଜ ହେବାକୁ ଯାଉଛି । ପୂର୍ବରୁ ମେକର୍ସ ଜାନୁଆରୀରେ ଏକ ଟିଜର ଭିଡ଼ିଓ ରିଲିଜ କରି ୟଶଙ୍କ କ୍ୟାରେକ୍ଟର ରାୟା ଉପରୁ ପରଦା ଉଠାଇଥିଲେ । ଏହାପରେ ୧ ଜୁଲାଇରେ ନୂଆ ଟିଜର ଆସିଛି , ଯେଉଁଥିରେ ଏହି ଫିଲ୍ମରେ ୫ ହିରୋଇନର ଝଲକ ଦେଖାଯାଇଛି । ଏହି ସବୁ ମଧ୍ୟରେ ମେକର୍ସ ଫିଲ୍ମକୁ ନେଇ ଜବରଦସ୍ତ ମାହୋଲ କରିଛନ୍ତି । ଏହି ଫିଲ୍ମକୁ ନେଇ ଏତେ ଅଧିକ ଚର୍ଚ୍ଚା ହେଉଛି କି ଟିକେଟ ବୁକିଂ ଓ୍ବେବସାଇଟ୍ ବୁକମାଇ ଶୋରେ ‘ଟକ୍ସିକ’ ରଣବୀର କପୁରଙ୍କ ଅପକମିଂ ଫିଲ୍ମ ‘ରାମାୟଣ’ଠାରୁ ବି ଆଗକୁ ଚାଲିଯାଇଛି ।
ପ୍ରକାଶ ଯେ, ବୁକମାଇ ଶୋରେ ପ୍ରତ୍ୟେକ ଫିଲ୍ମର ନାମ ସହ ଆଗ୍ରହର ଏକ ଅପଶନ ଆସିଥାଏ, ଯେଉଁଠାରେ କ୍ଲିକ କରି ଦର୍ଶକ ଜାହିର କରିଥାନ୍ତି କି ସେ ସେହି ଫିଲ୍ମ ଦେଖିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି ହଁ କିମ୍ବା ନାହିଁ । ଏବେ ‘ଟକ୍ସିକ’କୁ ରିଲିଜ ହେବାକୁ ପ୍ରାୟ ଦୁଇ ମାସ ସମୟ ଅଛି ଏବଂ ଏବେ ପର୍ଯ୍ୟନ୍ତ ଏହି ଫିଲ୍ମକୁ ୬ଲକ୍ଷ ଆଗ୍ରହ ମିଳି ସାରିଛି । ୟଶଙ୍କ ‘ଟକ୍ସିକ’ର ବଜେଟ ପ୍ରାୟ ୫୦୦କୋଟି ଟଙ୍କା ଅଟେ । ସେହିଭଳି ‘ରାମାୟଣ’ର ଦୁଇ ପାର୍ଟର ବଜେଟ ୪ହଜାର କୋଟି ଅଟେ । ବଡ଼ ବଜେଟର ଫିଲ୍ମ ହେବା ପରେ ବି ‘ରାମାୟଣ’ ଆଗ୍ରହର ମାମଲାରେ ‘ଟକ୍ସିକ’ର ବହୁତ ପଛରେ ରହିଛି । ‘ରାମାୟଣ’କୁ ଏବେ ପର୍ଯ୍ୟନ୍ତ କେବଳ ୯୫ହଜାରର ଆଗ୍ରହ ମିଳିଛି । ଏହାବି ଦେଖିବାକୁ ଅଛି କି ଉଭୟ ଫିଲ୍ମର ରିଲିଜରେ ପ୍ରାୟ ୨.୫ମାସର ଗ୍ୟାପ୍ ରହିଛି । କିନ୍ତୁ ତା‘ପରେ ବି ‘ରାମାୟଣ’ ଭଳି ବଡ଼ ବଜେଟର ଫିଲ୍ମକୁ ଆଗ୍ରହ ଏବେ ପର୍ଯ୍ୟନ୍ତ ବହୁତ କମ୍ ରହିଛି ।
‘ରାମାୟଣ’ର ପ୍ରଥମ ପାର୍ଟ ଚଳିତ ବର୍ଷ ଦ୍ବିଓ୍ବାଲୀ ଅବସରରେ ରିଲିଜ ହେବାକୁ ଅଛି । ସେହିଭଳି ଦ୍ବିତୀୟ ପାର୍ଟ ୨୦୨୭ର ଦ୍ବିଓ୍ବାଲୀରେ ଆସିବ । ବିଶେଷ କଥା ଏହାକି ୟଶ‘ଟକ୍ସିକ’ରେ ତ ଅଛନ୍ତି ଏହାସହ‘ରାମାୟଣ’ରେ ବି ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି । ରଣବୀର କପୁର ଭଗବାନ ରାମଙ୍କ ଚରିତ୍ର ନିଭାଇଛନ୍ତି ଏବଂ ୟଶ ରାବଣର ଭୂମିକାରେ ନଜର ଆସିବେ । ପ୍ରକାଶ ଯେ,‘ଟକ୍ସିକ’ରେ ଯେଉଁ ୫ହିରୋଇନ ନଜର ଆସିବାରେ ଅଛନ୍ତି ସେମାନେ ହେଲେ, କିୟାରା ଆଡ଼ଭାଣୀ, ନୟନତାରା, ଋକ୍ମିଣୀ ବସନ୍ତ, ତାରା ସୁତାରିୟା, ହୁମା କ୍ୟୁରେଶୀ। ଦେଖିବାକୁ ବାକି ରହିଲା କି ବକ୍ସ ଅଫିସରେ ଏହି ଫିଲ୍ମ କିଭଳି କମାଲ୍ ଦେଖାଉଛି ।