ମୁମ୍ବାଇ,୦୪/୦୯: 'ୟେ ରିସ୍ତା କ୍ୟା କେହଲାତା ହେ' ଫେମ୍ ଅଭିନେତା ଆଶିଷ କପୁର ଗିରଫ । ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ବାନ୍ଧିଲା ପୁଲିସ ।ସେପ୍ଟେମ୍ବର ୩ ରେ ପୁଣେରୁ ଟିଭି ଅଭିନେତାଙ୍କୁ ଗିରଫ କରିଛି ପୁଲିସ । ମହିଳାଙ୍କ ଅଭିଯୋଗ ଅନୁସାରେ, ଅଗଷ୍ଟ ମାସରେ ଦିଲ୍ଲୀରେ ଏକ ପାର୍ଟି ସମୟରେ ତାଙ୍କ ବାଥରୁମରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା । ଯାହା ପରେ ସେ ପୁଲିସକୁ ଅଭିଯୋଗ କରିଥିଲେ । ଅଭିନେତାଙ୍କ ବନ୍ଧୁ ଆଶିଷ କପୁର, ବନ୍ଧୁଙ୍କ ସ୍ତ୍ରୀ ଏବଂ ଦୁଇ ଅଜଣା ବ୍ୟକ୍ତିଙ୍କ ନାମ ଏଫଆଇଆରରେ ଅନ୍ତର୍ଭୁକ୍ତ କରାଯାଇଛି । ହେଲେ ପରେ ପୀଡିତା ମଧ୍ୟ ତାଙ୍କ ବୟାନ ବଦଳାଇ ଦେଇଥିଲେ। ସେ କହିଥିଲେ ଯେ କେବଳ ଆଶିଷ କପୁର ତାଙ୍କୁ ଦୁଷ୍କର୍ମ କରିଥିଲେ ।
ପରେ ପୀଡିତା ଏହା ମଧ୍ୟ ଦାବି କରିଛନ୍ତି ଯେ, ଘଟଣାର ଭିଡିଓ ରେକର୍ଡ କରାଯାଇଥିଲା, କିନ୍ତୁ ପୁଲିସ ଏପର୍ଯ୍ୟନ୍ତ ଏପରି କୌଣସି ଭିଡିଓ ପାଇନାହିଁ । ସେପଟେ ତଦନ୍ତ ସମୟରେ ସିସିଟିଭି ଫୁଟେଜ ପ୍ରମାଣିତ ହୋଇଥିଲା ଯେ ଆଶିଷ ମହିଳାଙ୍କ ସହ ଶୌଚାଳୟକୁ ଯାଇଥିଲେ ଏବଂ ଦୀର୍ଘ ସମୟ ଧରି ସେଠାରେ ଥିଲେ । ପରେ ପୁଲିସ ଘଟଣାକୁ ଗମ୍ଭୀର ଭାବେ ନେଇ ତଦନ୍ତ ଆରମ୍ଭ କରିଛି । ପୁଲିସ ଆଶିଷ କପୁରଙ୍କୁ ଦିଲ୍ଲୀରୁ ଗୋଆ ଏବଂ ତା'ପରେ ପୁଣେକୁ ଟ୍ରାକ କରିଥିଲା । ତେବେ ଅଭିନେତାଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି ପୁଲିସ । ଆଶିଷ କପୁରଙ୍କ ବିଷୟରେ କହିବାକୁ ଗଲେ, ସେ ଅନେକ ସମୟ ଧରି ସମୟ ଟିଭି ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି । ଅଭିନେତା 'ଲଭ୍ ମ୍ୟାରେଜ୍ ୟା ଆରେଞ୍ଜ ମ୍ୟାରେଜ୍', 'ଚାନ୍ଦ ଚୁପା ବାଦଲ ମେ', 'ଦେଖା ଏକ ଖ୍ୱାବ', 'ମଲ୍କି ରିଷ୍ଟନ୍ କି ଅଗ୍ନିନିପିକ୍ସା', 'ୟେ ରିସ୍ତା କ୍ୟା କେହଲତା ହେ' ଭଳି ଶୋ’ରେ କାମ କରିଛନ୍ତି ।