କେନ୍ଦ୍ର ସରକାରଙ୍କୁ ଆବେଦନ କଲେ ବାବା ରାମଦେବ, ସନ୍ୟାସୀଙ୍କୁ ମଧ୍ୟ ମିଳିବା ଉଚିତ୍ ଭାରତରତ୍ନ

source:www.dnaindia.com
ନୁଆଦିଲ୍ଲୀ ୨୭/୧: ଯୋଗଗୁରୁ ବାବା ରାମଦେବ କେନ୍ଦ୍ର ସରକାରଙ୍କୁ ଆବେଦନ କରିଛନ୍ତି ଯେ ଆଗାମୀ ବର୍ଷ ସନ୍ୟାସୀ ଓ ସନ୍ଥମାନଙ୍କୁ ଭାରତର ସର୍ବୋଚ୍ଚ ନାଗରିକତା ସମ୍ମାନ ଭାରତରତ୍ନ ଦ୍ୱାରା ସମ୍ମାନିତ କରାଯାଉ । କହିରଖୁଛୁ ଭାରତରତ୍ନ ଦେଶର ସର୍ବୋଚ୍ଚ ସମ୍ମାନ ନାଗରିକ ପୁରସ୍କାର । ଚଳିତବର୍ଷ ୩ ଜଣଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ଯେଉଁଥିରେ ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ସ୍ୱର୍ଗତ ସମାଜସେଜୀ ନାନାଜୀ ଦେଶମୁଖ ଓ ସ୍ୱର୍ଗତ ଗାୟକ ଭୁପେନ ହଜାରିକା ସାମିଲ ।
ସ୍ୱତନ୍ତ୍ରତା ଦିବସରେ ଶନିବାର ମିଡିଆ ସହିତ ସାକ୍ଷାତ ସମୟରେ ବାବା ରାମଦେବ କହିଲେ ଯେ ‘ବଡ ଦୁର୍ଭାଗ୍ୟର କଥା ଯେ ୭୦ ବର୍ଷରେ ଜଣେ ମଧ୍ୟ ସନ୍ୟାସୀଙ୍କୁ ଭାରତରତ୍ନ ମିଳିନାହିଁ । ମହର୍ଷି ଦୟାନନ୍ଦ ସରସ୍ୱତୀ, ସ୍ୱାମୀ ବିବେକାନନ୍ଦ କିମ୍ବା ଶିବକୁମାର ସ୍ୱାମୀ ଜୀ, କାହାକୁ ମଧ୍ୟ ମିଳିନାହିଁ । ମୁଁ ସରକାରଙ୍କୁ ଆବେଦନ କରୁଛି ଯେ ଅତି କମରେ ଜଣେ ସନ୍ୟାସୀଙ୍କୁ ଭାରତରତ୍ନ ପ୍ରଦାନ କରାଯାଉ।’
ଚଳିତ ବର୍ଷ ‘ଭାରତରତ୍ନ’ ସମ୍ମାନକୁ ନେଇ ଅନେକ ପ୍ରଶ୍ନ ଉଠିଛି । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଆବେଦନ କରିଥିଲେ ଯେ କର୍ଣ୍ଣାଟକ ତୁମକୁରସ୍ଥିତ ସିଦ୍ଧଗଙ୍ଗା ମଠର ମୁଖ୍ୟ ଡା. ଶିବକୁମାର ସ୍ୱାମୀଙ୍କୁ ଭାରତରତ୍ନ ଦେବା ଉଚିତ୍ । କହିରଖୁଛୁ ସ୍ୱାମୀ ଶିବକୁମାର ୧୧୧ ବର୍ଷରେ ମୃତ୍ୟୁବରଣ କରିଥିଲେ । ସେ ଅନେକ ସମୟ ଧରି ରୋଗରେ ଥିଲେ ଏବଂ ମଠରେ ଚିକିତ୍ସିତ ହେଉଥିଲେ ।