ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଜେଲ୍‌ରୁ ଆଜମ୍ ଖାନ୍‌ ବାହାରିବା ବେଳେ ଯୋଗୀଙ୍କ ସହ ବୈଠକରେ ଥିଲେ ଅଖିଳେଶ, ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ

ଲକ୍ଷ୍ନୌ,୨୦।୫: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଓ ବିଧାୟକ ଆଜମ ଖାନ୍ ୨୭ ମାସ ପରେ ଶୁକ୍ରବାର ସୀତାପୁର ଜେଲ୍‌ରୁ ମୁକୁଳିଛନ୍ତି। ଆଜମ ଜେଲ୍‌ରୁ ବାହାରିବା ପରେ ଶିବପାଲ ଯାଦବ ତାଙ୍କୁ ସ୍ବାଗତ କରିଥିଲେ, ହେଲେ ଏହି ସମୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଦେଖିବାକୁ ମିଳିନଥିଲା। ଆଜମ ସୀତାରପୁର ଜେଲରୁ ଯେତେବେଳେ ବାହାରିକି ରାମପୁର ନିଜ ଘରକୁ ଆସିଥିଲେ, ସେ ସମୟରେ ଅଖିଳେଶ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସହିତ ବୈଠକ କରୁଥିଲେ। ଏହି ସମୟରେ ଫଟୋ ମଧ୍ୟ ଦେଖିବାକୁ ମିଳିଛି, ଯାହାକି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

ଯୋଗୀ ଆଦିତ୍ୟନାଥ ଓ ଅଖିଳେଶ ଯାଦବଙ୍କ ଫଟୋରେ ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା, ୟୁପିର ବିଧାନସଭା ଅଧ୍ୟକ୍ଷ ସତୀଶ ମହାନା ଓ ଉପ ମୁଖ୍ୟମନ୍ତ୍ରୀ ବୃଜେଶ ପାଠକ ଏକାଠି ବସିଥିବାର ଦେଖିବାକୁ ମିଳୁଛନ୍ତି। ୟୁପି ବିଧାନସଭାରେ ଇ-ବିଧାନସଭା ସିଷ୍ଟମ ଲାଗୁ କରାଯାଇଛି। ଏହି କାର୍ଯ୍ୟକ୍ରମ ପରେ ବିଧାନସଭା ବାଚସ୍ପତିଙ୍କ କାର୍ଯ୍ୟାଳୟରେ ଓମ୍‌ ବିର୍ଲାଙ୍କ ସହିତ ଯୋଗୀ, ଅଖିଳେଶ ଯାଦବ, ବୃଜେଶ ପାଠକ ଏକାଠି ବସି ଜଳଖିଆ ଖାଇବା ସମୟରେ ଫଟୋ ମଧ୍ୟ ଭାଇରାଲ ହୋଇଛି।

ଲୋକସଭା ସ୍ପିକର ଓମ୍ ବିର୍ଲା ଶୁକ୍ରବାର ୟୁପି ବିଧାନସଭାକୁ ପେପରଲେସ୍‌ କରିବା ପାଇଁ ଲାଗୁ କରାଯାଇଥିବା ଟେକ୍ନୋଲୋଜି ‘ଇ ବିଧାନ’କୁ ଔପଚାରିକ ଭାବରେ ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ଶାସକ ଦଳକୁ ନେଇ ବିରୋଧୀଙ୍କ ଦଳର ନେତା ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.